ପ୍ରମୂଖ ଖବର
  • ବଲାଙ୍ଗୀର : ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ ଯନ୍ତ୍ରୀ, ହରେକୃଷ୍ଣ ସାହୁଙ୍କ ଠାରୁ ୭ ହଜାର ଟଙ୍କା ଜବତ କଲା ଭିଜିଲାନ୍ସ
  • ||
  • ବୌଦ୍ଧ : ସାମାନ୍ୟ ବଚସାକୁ ନେଇ ଛୁରା ମାଡ, ଯୁବକ ମୃତ
  • ||
  • ଉଦଳା : ମରିଗଲା ମାନବିକତା, ପୋଲ ତଳେ ନବଜାତକକୁ ଛାଡି ଚାଲିଗଲା ମା
  • ||
  • ଗୁଣପୁର : ପିକ୍‌ଅପ୍ ଭ୍ୟାନ୍ ସହ ୨୫ ଟି ଶାଳ କାଠ ଜବତ, ୨ ଗିରଫ
  • ||
  • ୧୦,୩୦୦ କୁଇଣ୍ଟାଲ୍ ଅର୍ପଣ ଚାଉଳ ନିଲାମ; ୨ କୋଟି ୮୬ ହଜାର ଟଙ୍କାରେ ନିଲାମ, ଶ୍ରୀମନ୍ଦିର ପାଣ୍ଠିରେ ଜମା ହେବ ଟଙ୍କା
  • ||
  • ରାଜଧାନୀରେ ପୋଲିସକୁ ଛୁରାମାଡ଼, କନେଷ୍ଟବଳ ଆହତ
  • ||
  • ଭୁବନେଶ୍ୱର ବିମାନ ବନ୍ଦରରେ ନିର୍ମାଣ ହେବ ତୃତୀୟ ଟର୍ମିନାଲ, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ
  • ||
  • ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ କୋରାପୁଟ ବନ୍ଦ ଡାକରା, ୩୨୬ ନମ୍ବର ରାଞ୍ଚି – ବିଜାଓ୍ବାଡା ଜାତୀୟ ରାଜପଥ ଅବରୋଧ
  • ||
  • ପାଟଣା : ଗାଧୋଇବା ବେଳେ ଅଘଟଣ, ପୋଖରୀରେ ବୁଡି ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ
  • ||
  • ଚୌଦ୍ବାର : ରେଳ ଧାରଣରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • ଉଦଳା : ସିସିଟିଭିରେ ଗାମୁଛା ଗୁଡ଼ାଇ ଚୋରି, ଦେଢ଼ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ୨୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍
  • ||
  • ବଣାଇ : ରେଡ଼ିଓକୁଲାର ଲଗାଇବା ପରେ ଦନ୍ତାର ଉତ୍ପାତ, ଘରେ ପଶି ବ୍ୟକ୍ତିଙ୍କୁ କଚାଡ଼ି ମାରିଲା ହାତୀ
  • ||
  • ସୁନ୍ଦରଗଡ : ଘରେ ପଶି ଦୁଇ ଗାଡି ଜାଳିଦେଲେ ଦୁର୍ବୃତ୍ତ; ଜଣେ ଅଟକ
  • ||
  • ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଦକ୍ଷିଣ ଆଫ୍ରିକା - ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଟକ୍କର, ସ୍ୱତନ୍ତ୍ର ଜର୍ସି ପିନ୍ଧି ଖେଳିବ ଦ.ଆଫ୍ରିକା
  • ||
  • ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ: ଯାତାୟାତ ଠପ୍‌, ଯାତ୍ରୀ ହନ୍ତସନ୍ତ
  • ||
  • ଦଶହରାରେ ବର୍ଷା ନାହିଁ, ରହିବ ଗୁଳୁଗୁଳି ପାଗ: ଓଡ଼ିଶା ଉପରେ ପଡିବନି ଲଘୁଚାପ ପ୍ରଭାବ
  • ||
  • ସମ୍ବଲପୁର ମଣ୍ଡଳ ଜେଲ୍‌ରେ ରେଡ୍‌, ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ
  • ||

ଜମ୍ମୁ-କାଶ୍ମୀର ନିର୍ବାଚନ ୨୦୨୪: ଦ୍ୱିତୀୟ ପର୍ଯ୍ୟାୟରେ ୫୬% ମତଦାନ

ଶ୍ରୀନଗର,୨୬/୦୯: ଜମ୍ମୁ-କାଶ୍ମୀର ବିଧାନସଭା  ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୬ ଜିଲ୍ଲାର ୨୬ ଆସନରେ  ଭୋଟିଂ ଶେଷ ହୋଇଛି । ୨୫.୭୮ ଲକ୍ଷ ମତଦାତା ସକାଳ  ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ନିଜ ମତାଧିକାର ସାବ୍ୟସ୍ତ  କରିଥିଲେ । ବୁଧବାର ଭୋଟ୍‌ ଶେଷ ସୁଦ୍ଧା ୫୬% ମତଦାନ  ହୋଇଥିବା ଜଣାପଡ଼ିଛି । 

ନିର୍ବାଚନ କମିଶନଙ୍କ ରିପୋର୍ଟ  ମୁତାବକ, ରିୟାସିରେ ସର୍ବାଧିକ ୭୧.୮୧% ମତଦାନ  ହୋଇଥିବା ବେଳେ ଶ୍ରୀନଗରରେ ସର୍ବନିମ୍ନ ୨୭.୩୧%  ଭୋଟ୍‌ ପଡ଼ିଛି । ସେହିଭଳି ବଡ଼ଗାମ୍‌ରେ ୫୮.୯୭%  ମତଦାନ ହୋଇଥିଲା ବେଳେ ଗାନ୍ଦରବଲରେ ୫୮.୮୧%,  ପୁଞ୍ଚରେ ୭୧.୫୯%, ରାଜୌରିରେ ୬୭.୭୭% ଭୋଟିଂ  ହୋଇଛି । ଦ୍ୱିତୀୟ ପର୍ଯ୍ୟାୟର ୨୬ ଆସନ ମଧ୍ୟରୁ ୧୫ଟି  ଆସନ କେନ୍ଦ୍ରୀୟ କାଶ୍ମୀର ଏବଂ ୧୧ଟି ଜମ୍ମୁରୁ ରହିଛି ।  ଦ୍ୱିତୀୟ ପର୍ଯ୍ୟାୟରେ ଲଢ଼ୁଥିବା ୨୩୯ ପ୍ରାର୍ଥୀଙ୍କ ମଧ୍ୟରୁ ୨୩୩  ପୁରୁଷ ଏବଂ ୬ ଜଣ ମହିଳା । ୧୩୧ ପ୍ରାର୍ଥୀ କୋଟିପତି  ହୋଇଥିବା ବେଳେ ୪୯ ଜଣଙ୍କ ବିରୋଧରେ ଫୌଜଦାରୀ  ମାମଲା ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନ୍‌ସି ଉପାଧ୍ୟକ୍ଷ  ଓମାର ଅବ୍‌ଦୁଲ୍ଲା ଗାନ୍ଦରବଲ୍‌ ଓ ବୀରୱାହରୁ ନିର୍ବାଚନ  ଲଢ଼ୁଛନ୍ତି । 

ସେପ୍ଟେମ୍ବର ୧୮ରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ  ନିର୍ବାଚନରେ ୬୧.୩୮% ମତଦାନ ହୋଇଥିଲା । ଜମ୍ମୁ-କାଶ୍ମୀର ନିର୍ବାଚନ ଦେଖିବା ପାଇଁ ଆମେରିକା, ନରୱେ,  ମେକ୍ସିକୋ, ଗୁୟାନା, ଦକ୍ଷିଣ କୋରିଆ, ସୋମାଲିଆ,  ପାନାମା, ସ୍ପେନ, ନାଇଜେରିଆ ଓ ସିଙ୍ଗାପୁର ଭଳି ୧୬  ଦେଶରୁ କୂଟନୀତିଜ୍ଞ ଆସିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.