ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ନିଖୋଜ ଯଓ୍ବାନଙ୍କ ସହିତ ମିଳିଲା ୨ଜଣଙ୍କ ମୃତଦେହ; ଷଷ୍ଠ ଦିନ ମଧ୍ୟ ଜାରି ରହିଛି ଆତଙ୍କବାଦୀ ନିପାତ ଅଭିଯାନ

Image courtesy: The Hindu

ଶ୍ରୀନଗର,୧୯/୦୯: ଆତଙ୍କବାଦ ବିରୋଧୀ ଅପରେସନର ଷଷ୍ଠ ଦିନ ସୋମବାର ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଗାଡୋଲେ ଜଙ୍ଗଲରୁ ସୁରକ୍ଷା ବାହିନୀ ଦୁଇଟି ମୃତଦେହ ଜବତ କରିଛନ୍ତି। କେନ୍ଦ୍ର ଶାସିତ ଅଞ୍ଚଳର ରାଜ୍ୟପାଳ ମନୋଜ ସିହ୍ନା, ଏହି ଏନକାଉଣ୍ଟରରେ ସହିଦ ହୋଇଥିବା ତିନିଜଣ ସେନା ଅଧିକାରୀ ଏବଂ ଜଣେ ସୈନିକଙ୍କ ଦେହାନ୍ତର ପ୍ରତିଶୋଧ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସୂତ୍ରରୁ ପ୍ରକାଶ ଯେ ଜଙ୍ଗଲରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରୁ ଜଣେ ସୈନିକ ହେଉଛନ୍ତି ପ୍ରଦୀପ, ଯିଏକି ବୁଧବାର ଆତଙ୍କବାଦୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ସହିଦ ହୋଇଥିବା ବେଳେ ଅନ୍ୟ ମୃତକଙ୍କ ପରିଚୟ ଖୋଜାଚାଲିଛି।

ଗତ ବୁଧବାର ଦିନ ଆତଙ୍କବାଦୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ୟୁମାୟୁନ୍‌ ଭଟ୍ଟଙ୍କ ବ୍ୟତିତ ୧୯ ରାଷ୍ଟ୍ରୟ ରାଇଫଲ୍ସର କମାଣ୍ଡିଂ ଅଫିସର କର୍ଣ୍ଣେଲ ମନପ୍ରୀତ ସିଂ ଏବଂ ମେଜର ଆଶିଷ ଢ଼ୋଚକ୍ ସହିଦ ହୋଇଥିଲେ। ଏନକାଉଣ୍ଟରର ପ୍ରଥମ ଦିନରୁ ପ୍ରଦୀପ ନିଖୋଜ ଥିଲେ ଏବଂ ତାଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା ରହିଛି। ଗତ ତିନି ଦିନ ଧରି ଏହି ଅପରେସନ ଉପରେ ପୋଲିସ ନିରବ ରହିଆସିଛି। ଏହାପୂର୍ବରୁ ଏଠାରେ ଉପସ୍ଥିତ ଥିବା ଅଧିକାରୀମାନେ କହିଥିଲେ ଯେ ଗତ ୬ ଦିନ ଧରି ଚାଲିଆସୁଥିବା ଆତଙ୍କବାଦୀ ବିରୋଧୀ ଅପରେସନ ସମୟରେ ନଷ୍ଟ ହୋଇଥିବା ଆତଙ୍କୀ ସ୍ଥାନ ପାଖରେ ଜଣେ ବ୍ୟକ୍ତିଙ୍କ ଶବ ପଡ଼ିଥିବାର ଡ୍ରୋନ୍ ଫୁଟେଜରେ ଦେଖିବାକୁ ମିଳିଥିଲା। ସୁରକ୍ଷା ବାହିନୀ ଏହି ଅଞ୍ଚଳର ଅନୁସନ୍ଧାନ ପରେ ହିଁ ଅଧିକ ସୂଚନା ଉପଲବ୍ଧ ହେବ ବୋଲି ସେ କହିଥିଲେ।

ଅଧିକାରୀ ଜଣଙ୍କ କହିଛନ୍ତି ଯେ, ଡ୍ରୋନ୍ ଏବଂ ହେଲିକପ୍ଟର ବ୍ୟବହାର କରି ଘଞ୍ଚ ଜଙ୍ଗଲ ଅଞ୍ଚଳରେ ସୁରକ୍ଷା ବାହିନୀ ଖୋଜୁଛି। ବୁଧବାର ପ୍ରାରମ୍ଭିକ ମୁକାବିଲାରେ ଦୁଇ ସେନା ଅଧିକାରୀ ଏବଂ ଜଣେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟଙ୍କ ଶହୀଦ ହେବା ପରେ ଆତଙ୍କବାଦୀମାନେ ଏଠାରେ ଲୁଚି ରହିଥିବା ଜଣାପଡିଛି। ଅଧିକାରୀ କହିଛନ୍ତି ଯେ ଜଙ୍ଗଲ ଅଞ୍ଚଳରେ ଅନେକ ଗୁମ୍ଫା ମଧ୍ୟ ରହିଛି। ରବିବାର ବିଳମ୍ବିତ ରାତିରେ ଏଠାରେ ଏକ ସଭାକୁ ସମ୍ବୋଧିତ କରି ଲେଫ୍ଟନାଣ୍ଟ ଗଭର୍ଣ୍ଣର କହିଛନ୍ତି ଯେ, ଶହୀଦଙ୍କ ପ୍ରତ୍ୟେକ ବୁନ୍ଦା ରକ୍ତର ପ୍ରତିଶୋଧ ନିଆଯିବ ଏବଂ ଆତଙ୍କବାଦୀଙ୍କ ମୁଖ୍ୟଙ୍କୁ ଏଥିପାଇଁ ଭାରି ମୂଲ୍ୟ ଦେବାକୁ ପଡିବ।

ସିହ୍ନା କହିଛନ୍ତି, "ଆମର ସୈନିକମାନଙ୍କ ଉପରେ ଆମର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ... ସମଗ୍ର ଦେଶ ସୈନିକମାନଙ୍କ ସହିତ ଏକଜୁଟ ହୋଇଛନ୍ତି।" କାଶ୍ମୀରରେ ସୁରକ୍ଷା ମହାନିର୍ଦ୍ଦେଶକ (ଜିପି) ଏବଂ ସେନାର ୧୫ ତମ ଜେନେରାଲ ଅଫିସର କମାଣ୍ଡିଂ (GOC) ଙ୍କ ସମେତ ସୁରକ୍ଷା ସେନାବାହିନୀର ବରିଷ୍ଠ ଅଧିକାରୀମାନେ ଅପରେସନ ଉପରେ ନଜର ରଖିଛନ୍ତି। ସେନାର ଉତ୍ତର କ୍ଷେତ୍ରର କମାଣ୍ଡର ଶନିବାର ଏନକାଉଣ୍ଟର ସ୍ଥାନ ପରିଦର୍ଶନ କରି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ଦୁଇରୁ ତିନି ଆତଙ୍କବାଦୀ ଜଙ୍ଗଲ ଅଞ୍ଚଳରେ ଲୁଚି ରହିଥିବା ପୋଲିସ ଅନୁମାନ କରୁଛି, ଏବଂ ସେମାନଙ୍କୁ ଧରିବାକୁ ସ୍ବତନ୍ତ୍ର ଅପରେସନ୍‌ ମଧ୍ୟ ଜାରି ରହିଛି।

You can also read:

କାଶ୍ମୀରର ଚିତ୍ରଠାରୁ ଆରମ୍ଭ କରି ମୁସଲିମ ମହିଳାମାନଙ୍କ ଭାଗ୍ୟର ପରିବର୍ତ୍ତନ ପର୍ଯ୍ୟନ୍ତ… ପୁରୁଣା ସଂସଦ ଏହି ସବୁ ଐତିହାସିକ ପଦକ୍ଷେପଗୁଡ଼ିକର ମୁକସାକ୍ଷୀ


 

Army operation
Anantnag
Jammu Kashmir

Copyright © 2022 - Summa Real Media Private Limited. All Rights Reserved.