ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପଙ୍କଜଙ୍କ ସହ କାମ କରିବା ଜାହ୍ନବୀଙ୍କର ଥିଲା ସ୍ୱପ୍ନ, ମାନସିକ ରଖି ଛାଡ଼ିଥିଲେ ଆମିଷ

ମୁମ୍ବାଇ ୨୭/୦୫: ୨୦୨୦ ମସିହାରେ ରିଲିଜ୍‌ ହୋଇଥିଲା ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଅଭିନୀତ ଫିଲ୍ମ ‘ଗୁଞ୍ଜନ ସକ୍ସେନା: ଦ କାର୍ଗିଲ୍‌ ଗାର୍ଲ’ । ସେଥିରେ ଭେଟେରାନ୍‌ ଅଭିନେତା ପଙ୍କଜ ତ୍ରିପାଠୀଙ୍କୁ ଜାହ୍ନବୀଙ୍କର ପିତାଙ୍କ ଭୂମିକାରେ ଦେଖିବାକୁ ମିଳିଥିଲା । ପଙ୍କଜଙ୍କ ସହିତ କାମ କରିବା ଜାହ୍ନବୀଙ୍କର ଏକ ବଡ଼ ସ୍ୱପ୍ନ ଥିଲା । ଏପରିକି ସେଥିଲାଗି ମାନସିକ ରଖି ସେ ୧୦-୧୫ ଦିନ ଲାଗି ଆମିଷ ଛାଡି଼ଦେଇଥିଲେ । ଜାହ୍ନବୀ ଏବେ ତାଙ୍କର ଅପ୍‌କମିଙ୍ଗ୍‌ ଫିଲ୍ମ ‘ମିଷ୍ଟର ଆଣ୍ଡ ମିସେସ୍‌ ମାହି’ର ପ୍ରମୋସନରେ ବ୍ୟସ୍ତ ଥିବାବେଳେ ସେହି ଅବସରରେ ଏହା ପ୍ରକାଶ କରିଛନ୍ତି । 

ସେ କହିଛନ୍ତି, ଭାରତୀୟ ଫିଲ୍ମ ଜଗତର ଶ୍ରେଷ୍ଠ କଳାକାରଙ୍କ ମଧ୍ୟରେ ପଙ୍କଜ ତ୍ରିପାଠୀ ଅନ୍ୟତମ । ତାଙ୍କ ସହିତ କାମ କରିବାକୁ ମୋର ପ୍ରବଳ ଇଚ୍ଛା ଥିଲା । ଏପରିସ୍ଥଳେ ପଙ୍କଜ ସାର୍‌ ‘ଗୁଞ୍ଜନ ସକ୍ସେନା: ଦ କାର୍ଗିଲ୍‌ ଗାର୍ଲ’ ଫିଲ୍ମ ସାଇନ୍‌ କରନ୍ତୁ ବୋଲି ମୁଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲି । ମାନସିକ ସ୍ୱରୂପ ୧୦-୧୫ ଦିନ ଧରି ନିରାମିଷାଶୀ ମଧ୍ୟ ହୋଇଯାଇଥିଲି । ଆଜି ମଧ୍ୟ ମୁଁ ତାଙ୍କର ଜଣେ ବଡ଼ ପ୍ରଶଂସକ । ଶରଣ ଶର୍ମା ‘ମିଷ୍ଟର ଆଣ୍ଡ ମିସେସ୍‌ ମାହି’ର ନିର୍ଦ୍ଦେଶନା ଦେଉଛନ୍ତି । କରନ୍‌ ଜୋହରଙ୍କ ଧର୍ମା ପ୍ରଡକ୍ସନ୍‌ ଏହାର ପ୍ରଯୋଜନାରେ ଅଛି । ଏହି ଫିଲ୍ମରେ ଜାହ୍ନବୀଙ୍କ ବିପକ୍ଷରେ ସ୍କ୍ରିନ୍‌ ସେୟାର କରିବେ ରାଜକୁମାର ରାଓ । ତାହା ମେ ୩୧ରେ ଥିଏଟରରେ ରିଲିଜ୍‌ ହେବ । ଏହା ପୂର୍ବରୁ ଶରଣ ଶର୍ମା ‘ଗୁଞ୍ଜନ ସକ୍ସେନା: ଦ କାର୍ଗିଲ୍‌ ଗାର୍ଲ’ର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.