ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ଜଟଣୀ ଗଣେଶ ପୂଜାକୁ ଶହେ ବର୍ଷ.. ରହିଛି ଅନେକ ବିଶେଷତା

ଜଟଣୀ,୦୪/୦୯(ଶ୍ରୀକାନ୍ତ ପରିଜା): ଜଟଣୀରେ ଗଣେଶ ପୂଜା ଓଡ଼ିଶା ପ୍ରସିଦ୍ଧ । ଏହା  ଶହେ ବର୍ଷର ପୂଜା ବୋଲି କୁହାଯାଏ । ସେପ୍ଟେମ୍ବର ୧୯ରେ ଗଣେଶ ଚତୁର୍ଥୀ ।  ମଝିରେ ୧୫ ଦିନ ରହିଲା । ଏଥିପାଇଁ ବିଭିନ୍ନ ପୂଜା ମଣ୍ଡପରେ ପ୍ରସ୍ତୁତି ଆରମ୍ଭ  ହୋଇଯାଇଛି । ପାର୍ବତୀ ନନ୍ଦନଙ୍କ ଆକର୍ଷଣୀୟ ସୁନ୍ଦର ମୃଣ୍ମୟ ମୂର୍ତ୍ତି ତିଆରିରେ ଶିଳ୍ପୀ ମଗ୍ନ ଅଛନ୍ତି । 

ପୂର୍ବରୁ କଟକରୁ ଆସୁଥିଲା ମୂର୍ତ୍ତି 

ଜଟଣୀର ଏହି ପ୍ରସିଦ୍ଧ ପୂଜା ପାଇଁ ଗଜାନନଙ୍କ ମୂର୍ତ୍ତି କଟକରୁ ଆସୁଥିଲା । ସେ  ସମୟରେ ଆସୋନ୍‌ସଲ ନାମରେ ଏକ ଟ୍ରେନ୍‌ କଟକରୁ ରାତି ୮ଟାରେ ଛାଡ଼ୁଥିଲା ।  ଏହି ଟ୍ରେନ୍‌ର ପାର୍ଶଲ ଭ୍ୟାନ୍‌ରେ ବହୁ କଷ୍ଟରେ ମୂର୍ତ୍ତି ଅଣାଯାଉଥିଲା । ଏଥିପାଇଁ  ରେଲୱେ କର୍ମଚାରୀ ସହଯୋଗ କରୁଥିବା କେତେକ ପୂଜାପେଣ୍ଡାଲର ବୟସ୍କ  କର୍ମକର୍ତ୍ତା କହିଛନ୍ତି । ୧୯୮୦ ମସିହା ପର୍ଯ୍ୟନ୍ତ ଏହିପରି ଚାଲିଥିଲା । ପରେ ଟ୍ରକ୍‌ରେ  କଟକରୁ ମୂର୍ତ୍ତି ଅଣାଗଲା । ଏହିପରି ୧୯୯୨ ମସିହା ପର୍ଯ୍ୟନ୍ତ ଟ୍ରେନ୍‌ ଓ ଟ୍ରକ୍‌  ଉପରେ ନିର୍ଭର କରି କଟକରୁ ଜଟଣୀକୁ ଶ୍ରୀଗଣେଶଙ୍କ ମୃଣ୍ମୟ ମୂର୍ତ୍ତି ଆସୁଥିଲା।

ମୂର୍ତ୍ତି ନେବାକୁ ଲୋକେ ଏବେ ଜଟଣୀ ଆସୁଛନ୍ତି 

ସ୍ଥାନୀୟ ଅଞ୍ଚଳ ସମେତ କଟକ ଓ କୋଲକତାର କିଛି ଶିଳ୍ପୀ ଏଠାକୁ ଆସି ବିଭିନ୍ନ  ଦେବଦେବୀଙ୍କ ମାଟିର ମୂର୍ତ୍ତି ନିର୍ମାଣ ଆରମ୍ଭ କରିଥିଲେ । ଫଳରେ ଦୀର୍ଘବର୍ଷ ହେବ  କଟକରୁ ମୂର୍ତ୍ତି ଆଣିବା ଆଉ ଆବଶ୍ୟକତା ହେଉନାହିଁ । ଅପରପକ୍ଷରେ ଏଠାରେ  ଶିଳ୍ପୀମାନେ ପ୍ରସ୍ତୁତ କରୁଥିବା ମୂର୍ତ୍ତି ନେବା ପାଇଁ ଅନ୍ୟ ଜିଲ୍ଲାର ଲୋକେ ଜଟଣୀ ଆସୁଛନ୍ତି ।

> କୁଦିଆରୀ ହରିହର କ୍ଲବ ପରିସରରେ ଦୀର୍ଘବର୍ଷ ହେବ  ବିଭିନ୍ନ ଦେବଦେବୀଙ୍କ ମଣ୍ମୟ ମୂର୍ତ୍ତି ତିଆରି କରୁଛନ୍ତି  ପଶ୍ଚିମବଙ୍ଗ ମେଦିନାପୁରର ନିଶିକାନ୍ତ ପଟ୍ଟନାୟକ ଓ  ତାଙ୍କ ସହଯୋଗୀ । ଚଳିତବର୍ଷ ସେ ବିଭିନ୍ନ ଡିଜାଇନ୍‌ର  ମୂର୍ତ୍ତି ନିର୍ମାଣ କରୁଛନ୍ତି । ବିଦ୍ୟାଦାତାଙ୍କ ନିକଟରେ ଛୋଟ ପିଲାଟି ଖଡ଼ିଧରି ବିଦ୍ୟାରମ୍ଭ କରିବା, ତୂଳିଧରି ଗଜନାନଙ୍କ ଚିତ୍ର ଆଙ୍କିବା, ଶିଶୁ  ଗଣେଶଙ୍କୁ ମାଆ ପାର୍ବତୀ ସ୍ନାନ କରାଉଥିବା, ଜଣେ ମହାରଣା ବୃକ୍ଷ ମଧ୍ୟରେ  ଲମ୍ବୋଦରଙ୍କୁ ଦେଖୁଥିବା, ରଥରେ ବିରାଜମାନ କରିଥିବା ପାର୍ବତୀ ନନ୍ଦନଙ୍କୁ  ଘୋଡ଼ା ଓ ମୂଷା ଟାଣୁଥିବା ଆଦି ଅନେକ ଡିଜାଇନ୍‌ର ମୃଣ୍ମୟ ମୂର୍ତ୍ତି ଶିଳ୍ପୀମାନେ  ତିଆରି କରୁଛନ୍ତି । ଶିଳ୍ପୀ ନିଶୀକାନ୍ତ କହନ୍ତି ୧୯୭୩ ମସିହାରେ ଜଟଣୀ ଆସିଥିଲେ ।

> ଚଳିତବର୍ଷ ଜଟଣୀ ସମେତ ଅନ୍ୟାନ୍ୟ  ଅଞ୍ଚଳର ପୂଜା ମଣ୍ଡପ ପାଇଁ ୪ରୁ  ୧୬ ଫୁଟ ଉଚ୍ଚର ୮୦ଟି ବିଭିନ୍ନ  ଡିଜାଇନ୍‌ର ମୂର୍ତ୍ତି ତିଆରି କରାଯାଉଛି ।  ୨ରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ  ଏହାର ମୂଲ୍ୟ ରହିଛି । ଜଟଣୀରେ ଦୀର୍ଘବର୍ଷ ଧରି ରହି ମୂର୍ତ୍ତି ତିଆରି କରୁଥିବା  କଟକ କୁମ୍ଭାରସାହିର ଈଶ୍ୱରଚନ୍ଦ୍ର ବେହେରା କହନ୍ତି ସ୍ଥାନୀୟ ପ୍ରମୁଖ ପେଣ୍ଡାଲ  ରାଜାବଜାର ସମେତ ଜଟଣୀ ଓ ଅନ୍ୟ ଅଞ୍ଚଳର ମଣ୍ଡପ ପାଇଁ ୩୦ଟି ମର୍ତ୍ତି  ତିଆରି କରାଯାଉଛି । ସ୍ଥାନୀୟ କୁଦିଆରୀ ଅଂଚଳର ଅନ୍ୟ ଜଣେ ଶିଳ୍ପୀ ସୁକାନ୍ତ  ବେହେରା ମଧ୍ୟ ବିଭିନ୍ନ ଡିଜାଇନର ୨୫ରୁ ଅଧିକ ମୂର୍ତ୍ତି ତିଆରି କରୁଥିବା କହିଛନ୍ତି।

Copyright © 2022 - Summa Real Media Private Limited. All Rights Reserved.