ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଯାତ୍ରା ଆରମ୍ଭରେ ବିଳମ୍ବ ହେବାରୁ ପେଣ୍ଡାଲ୍‌ରେ ଉଡ଼ିଲା ଚେୟାର୍‌

କଟକ, ୨୫/୦୩: ମେଲୋଡି ସରିଲା । ହେଲେ ନାଟକ ଆରମ୍ଭ ହେବାରେ ବିଳମ୍ବ ହେଲା । ଯେଉଁଥିପାଇଁ ତାତିଲେ ଦର୍ଶକ । ଯାତ୍ରା ପେଣ୍ଡାଲରେ ଉଡିଲା ପ୍ଲାଷ୍ଟିକ୍‌ ଚେୟାର । ଭାଙ୍ଗିଲା ଷ୍ଟେଜ୍‌ରେ ଲାଗିଥିବା ଲାଇଟ୍‌ । ପୁଲିସ୍‌ ମଧ୍ୟ ନାକେଦମ୍‌ ହେଲା । ହେଲେ କିଛି ଘଣ୍ଟା ପାଇଁ ବନ୍ଦ  ହେଲା ଯାତ୍ରା । ଶୁକ୍ରବାର ବିଳମ୍ବିତ ରାତିରେ ଏପରି ଦୃଶ୍ୟ  କଟକ ଜିଲ୍ଲା ବଡମ୍ୱା ଯୋଡୁମରେ ଦେଖିବାକୁ ମିଳିଛି ।  

ଖବର ମୁତାବକ, ବଡମ୍ୱା ବ୍ଲକ୍‌ ଯୋଡ଼ମୁ ଗାଁରେ  "ଓଡ଼ିଶା ଅପେରା' ଖେଳୁଥିଲା । ଶୁକ୍ରବାର ରାତିରେ  ନାଟକ ଦେଖିବା ପାଇଁ ଖଚାଖଚ ଭିଡ଼ ହୋଇଥିଲା ।  ନିର୍ଦ୍ଧାରିତ ସମୟରେ ଯାତ୍ରା ଆରମ୍ଭ ହୋଇଥିଲା ।  ଗୋଟିଏ ପରେ ଗୋଟିଏ ଡ୍ୟାନ୍ସ ଓ ମେଲୋଡ଼ି  ପରିବେଷଣ କରାଯାଇଥିଲା । ଦର୍ଶକମାନେ ରଙ୍ଗାରଙ୍ଗ  ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରୁଥିଲେ । ଡ୍ୟାନ୍ସ  ଓ ମେଲାଡି ସରିବା ପରେ ନାଟକ ଆରମ୍ଭ ହେବା  କଥା । ହେଲେ ଅଭିନେତା ଓ ଅଭିନେତ୍ରୀ ଷ୍ଟେଜ୍‌କୁ  ଆସିବାରେ ବିଳମ୍ବ କଲେ । ଏହାପରେ ଦର୍ଶକଙ୍କ ଧୈର୍ଯ୍ୟ  ଭାଙ୍ଗି ଥିଲା । ଦର୍ଶକଙ୍କ ମଧ୍ୟରେ ଅସନ୍ତାଷ ପ୍ରକାଶ  ପାଇଥିଲା । ଆରମ୍ଭ ହୋଇଥିଲା ହା-ହଲ୍ଲା । ଏପରି  ନାଟକ ଦେଖିବାକୁ ଆସିଥିବା ଲୋକମାନେ ଚେୟାର  ଭଙ୍ଗାରୁଜା ଆରମ୍ଭ କରିଥିଲେ । କେତେକ ଦର୍ଶକ  ଷ୍ଟେଜ୍‌ ଉପରକୁ ଚେୟାର ଫିଙ୍ଗିଥିଲେ । ଯେଉଁଥିପାଇଁ  ଷ୍ଟେଜରେ ଲାଗିଥିବା ଲାଇଟ୍‌ ଗୁଡ଼ିକ ଭାଙ୍ଗି ଯାଇଥିଲା ।  ସ୍ଥିତି ଅଣାୟତ ହେଉଥିବା ଦେଖି ଅନୁଷ୍ଠାନର ଆଙ୍କର  ଓ ଆୟୋଜକ ଷ୍ଟେଜ୍‌କୁ ଆସିଥିଲେ । ଶାନ୍ତିଶୃଙ୍ଖଳା ରକ୍ଷା  କରିବାକୁ ଅନୁରୋଧ କରିଥିଲେ । ହେଲେ ଦର୍ଶକମାନେ  ଶାନ୍ତ ପଡ଼ିନଥିଲେ । ଖବର ପାଇ ମାଣିଆବନ୍ଧ  ଥାନା ପୁଲିସ୍‌ ସେଠାରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ  ବୁଝାସୁଝା କରିଥିଲେ । ଏନେଇ ଥାନାରେ ଆଲୋଚନା  କରାଯାଇ ଘଟଣାର ସମାଧାନ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.