ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ଭିନେଶ ଫୋଗାଟ୍‌ଙ୍କ ପାଇଁ ଟ୍ୱିଟ୍‌ କଲେ ଜାଭେଦ୍‌ ଅଖତର , କହିଲେ – ସେହି ଲୋକେ ଯାହା କଲେ ...

ମୁମ୍ୱାଇ : ଭିନେଶ ଫୋଗାଟ୍‌ଙ୍କ ଅଲିମ୍ପିକ୍ସ ଡିସକ୍ୱାଲିଫାଇ ହେବାର ଖବର ପରେ ଅନେକ ଲୋକେ ଟ୍ୱିଟ୍‌ କରିଛନ୍ତି। ଏବେ ଜାଭେଦ ଅଖତରଙ୍କର ଟ୍ୱିଟ୍‌ ଭାଇରାଲ ହେଉଛି। ଜାଭେଦ୍‌ ଭିନେଶଙ୍କ ପାଇଁ ଟ୍ୱିଟ୍‌ କରିବାରୁ ଜଣେ ଟ୍ୱିଟର ୟୁଜର ରାଜନୀତି ସହ ଜଡ଼ିତ ପ୍ରଶ୍ନ କରି ଥିଲେ। ଏହାସହ ଯାହା ହେଲା ଏଥିପାଇଁ ଭିନେଶଙ୍କୁ ଦାୟି କରାଇଛନ୍ତି। ଏବେ ଜାଭେଦ ଅଖତର ଏହି ବ୍ୟକ୍ତିଙ୍କୁ ଖୁବ୍‌ ଶୁଣାଇଛନ୍ତି ଏବଂ ପ୍ରଶ୍ନ କରିଛନ୍ତି କି, ଭାରତୀୟଙ୍କ ପରି କଣ ଭାବି ପାରିବା ନାହିଁ ? 

୧୦୦ ଗ୍ରାମ ଅତିରିକ୍ତ ଓଜନ କାରଣରୁ ଭିନେଶ ଫୋଗାଟ ଅଲିମ୍ପିକ୍ସରୁ ବାହାର ହୋଇ ଯାଇଛନ୍ତି, ଯେବେ ଏହି ଖବର ଆସିଲା ତ ପ୍ରତି ଭାରତୀୟଙ୍କ ହୃଦୟ ଭାଙ୍ଗିଗଲା। ସୋସିଆଲ ମିଡ଼ିଆରେ ଅନେକ ପ୍ରତିକ୍ରିୟା ମଧ୍ୟରେ ଜାଭେଦ୍ ଅଖତର ଟ୍ୱିଟ୍‌ କରିଛନ୍ତି, ପ୍ରିୟ ଭିନେଶ ଫୋଗାଟ୍‌ , ସେହି ଲୋକେ ତୁମ ସହ ଯାହା କଲେ ଏହା ଆମକୁ ଖୁବ୍‌ ଦୁଃଖ ଦେଇଛି , କିନ୍ତୁ ତୁମକୁ ଏହା ଜାଣିବା ଦରକାର କି, ଆମ ସମସ୍ତଙ୍କ ପାଇଁ ତୁମେ ପୂରା ସୁନାରେ ତିଆରି। ନିଃସନ୍ଦେହରେ ତୁମେ ନିଜକୁ ପୂର୍ବରୁ ସାବ୍ୟସ୍ତ କରି ସାରିଛ। ଏକ ରାଷ୍ଟ୍ର ଭାବେ ସମସ୍ତେ ତୁମକୁ ନେଇ ଗର୍ବ ଅନୁଭବ କରୁଛୁ। ଭାରତ ତୁମକୁ ବହୁତ ଭଲ ପାଏ।

ଏହା ଉପରେ ଟୋନି ଶର୍ମା ନାମକ ଜଣେ ବ୍ୟକ୍ତି ଲେଖିଛନ୍ତି, ଭିନେଶଙ୍କ ସହ କେଉଁ ( ସେହି ଲୋକ) ଲୋକ କରିଛନ୍ତି। ସେହି ଲୋକଙ୍କ ଅର୍ଥ ଇଣ୍ଟରନ୍ୟାସନାଲ ଅଲିମ୍ପିକ କମିଟି ବା ଭାରତୀୟ ବା ବିଜେପି ? ଫୋଗାଟ ଭାରତକୁ ରିପ୍ରେଜେଣ୍ଟ କରୁଥିଲେ ନା କଂଗ୍ରେସକୁ ? କେହି ତାଙ୍କ ସହ କିଛି କରି ନାହାନ୍ତି। ଯେଉଁ ସ୍ଥିତି ଏଥିପାଇଁ ସେ ନିଜେ ହିଁ ଦାୟି ହେବା ଉଚିତ୍‌।


ଏହାକୁ ନେଇ ଜାଭେଦ ଜବାବ ଦେଇଛନ୍ତି କି , କେମିତି ବା ମସ୍ତିଷ୍କ ତୁମର। ଏହି ଝିଅ ଆମ ଦେଶକୁ ରିପ୍ରେଜେଣ୍ଟ କରୁଥିଲେ। ତୁମର ତୁଚ୍ଛ ମସ୍ତିଷ୍କ ଓ ଛୋଟ ହୃଦୟ କଣ ଏହି ବେକାର କଥାରୁ ବାହାରକୁ ଆସି ଜଣେ ଭାରତୀୟ ପରି ଭାବି ପାରିବ କି ? ଯଦି ବି  ତାଙ୍କର ଭୁଲ୍‌ ହୋଇଛି ,ଏହି ସମୟରେ କଣ ତାଙ୍କର ଥଟ୍ଟା କରିବା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.