ପ୍ରମୂଖ ଖବର
  • T-20 ବିଶ୍ୱକପ୍ ସୁପର ୮ ରାଉଣ୍ଡ, ୨୧ ରନ୍‌ରେ କଙ୍ଗାରୁ ବାହିନୀ ଚିତ୍ ପଟାଙ୍ଗ, ଆଫଗାନିସ୍ତାନ ପ୍ରଥମ ବିଜୟ
  • ||
  • ଯୌନ ନିର୍ଯାତନା ମାମଲା, ପ୍ରଜ୍ବଳଙ୍କ ଭାଇ ସୂରଜ ରେଭାନ୍ନାକୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରି ସହରର ଡିଏନ୍‌କେ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମହିଳା ମୃତ
  • ||
  • ସାଲେପୁର: ବାଇକ୍‌ ସହ ପୋଲରୁ ଖସି ପଡ଼ିଲେ ୨ ଆରେହୀ, ଜଣେ ମୃତ ,ଜଣେ ଗୁରୁତର
  • ||
  • ରବିବାରଠୁ ୨ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କୁ ଦର୍ଶନ ପରେ ଜନସମାବେଶରେ ହେବେ ସାମିଲ
  • ||
  • ଶ୍ରୀମନ୍ଦିରରେ ପଟିଦିଅଁ ବିଜେ, ଜ୍ୱରରୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା ଆରମ୍ଭ
  • ||
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

ପିସ୍ତଲ ସଫା କରୁଥିବା ବେଳେ ଗୁଳିଫୁଟି ଯବାନ ଗରୁତର

ମାଲକାନଗିରି,୨୨/୫(ଆପ୍ର )ଜଣେ ଯବାନ ନିଜର ସର୍ଭିସ ପିସ୍ତଲ ସଫା କରୁଥିବା ବେଳେ ଅସାବଧାନତା ଯୋଗୁ ପିସ୍ତଲରୁ ଗୁଳି ଫୁଟି ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ଯବାନ ଙ୍କ ନାମ  ମନୀଷ ଏମ, ଯିଏକି କେରଳର କୋଲାମ ଜିଲ୍ଲାର ବାସିନ୍ଦା। ସେ ନକ୍ସଲ ପ୍ରଭାବିତ ନାରାୟଣପୁର ଜିଲ୍ଲା ରେ ଆଇଟିବି ବାଟାଲିୟନ ଯବାନ ଭାବେ ମୁତୟନ ଥିଲେ। ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।

  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ନାରାୟଣପୁର ଜିଲ୍ଲା ରେ ମୁତୟନ ଆଇଟିବିପି ଯବାନ ଜଣେ  କ୍ୟାମ୍ପ ରେ ଆଜି ସକାଳେ ନିଜର ସର୍ଭିସ ପିସ୍ତଲ ସଫା କରିବା ସମୟରେ ହଠାତ୍ ଏକ ଗୁଳି ଫୁଟି ତାଙ୍କ କାନ୍ଧରେ ବାଜିଥିଲା। ଗୁଳି ଆଘାତ ରେ ଯବାନ ଜଣଙ୍କ ଚିତ୍କାର କରି ତଳେ ପଡିଯାଇଥିଲେ। ଅନ୍ୟଯବାନ ମାନେ ସେଠାରେ ପହଁଚି ଗୁରୁତର ଅବସ୍ଥା ରେ ଯବାନ ଙ୍କୁ ଉଦ୍ଧାର କରି ନିକଟସ୍ଥ ନାରାୟଣପୁର ଜିଲ୍ଲା ହସ୍ପିଟାଲ କୁ ଚିକିତ୍ସା ନିମନ୍ତେ ନେଇଯାଇଥିଲେ। ସେଠାରେ ଅବସ୍ଥା  ସଙ୍କଟାପନ୍ନ ହେବାରୁଯବାନ ଙ୍କୁ ରାଇପୁର ମୂଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରା ଯାଇଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.