ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ପ୍ରତି ମାସ ଜୟ ଶାହଙ୍କୁ ଆଇସିସିରୁ କେତେ ମିଳିବ ଦରମା ? ବିସିସିଆଇରୁ କେତେ ଟଙ୍କା ପାଉଥିଲେ, ଜାଣନ୍ତୁ...

ମୁମ୍ବାଇ, ୨୮/୮ :  ଆଇସିସିର ଆଗାମୀ ଚେୟାରମେନ ହେବେ ଜୟ ଶାହ । ୩୫ବର୍ଷୀୟ ଶାହ ଚଳିତ ବର୍ଷର ଶେଷ ମାସର ପ୍ରଥମ ତାରିଖରେ ନିଜର କାର୍ଯ୍ୟଭାର ସମ୍ଭାଳିବେ । ଶାହ ଏହି ପଦରେ ବସିବା ପରେ ଏବେ ସମସ୍ତଙ୍କ ମନରେ ଏକ ପ୍ରଶ୍ନ ଉଠୁଛି ଶାହ କେତେ ଟଙ୍କା ଦରମା ପାଇବେ । ଆସନ୍ତୁ ଜାଣିବା କେତେ ଟଙ୍କା ପାଇବେ ଶାହ ।

ଜୟ ଶାହ ଚେୟାରମ୍ୟାନ ପଦରେ ରହିଲେ କେତେ ଦରମା ମଳିବ ? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ତେବେ ଏହା ପୂର୍ବରୁ ଆସନ୍ତୁ ଜାଣିବା ବିସିସିଆଇ ପଦରେ ରହିଥିବାବେଳେ ତାଙ୍କୁ କେତେ ଟଙ୍କା ଦରମା ମିଳୁଥିଲା । ପ୍ରକାଶ ଯେ, ଭାରତୀୟ କ୍ରିକେଟ ବୋର୍ଡ଼ର ଅଧ୍ୟକ୍ଷ, ସଚିବ, ଉପାଧ୍ୟକ୍ଷ ଏବଂ କୋଷାଧ୍ୟକ୍ଷର ପଦ ‘ମାନଦ’ ପଦ ମାଧ୍ୟମରେ ଆସିଥାଏ । ଏହି ପଦରେ କାର୍ଯ୍ୟ କରିବା ଲୋକଙ୍କର କୌଣସି ଫିକ୍ସ ଦରମା ନ ଥାଏ । ଏହି ଗୁରୁତ୍ବପୂର୍ଣ୍ଣ ପଦରେ କାମ କରୁଥିବା ଲୋକଙ୍କୁ ବୋର୍ଡ଼ ତରଫରୁ କାମ କରିବା ଲାଗି ଖର୍ଚ୍ଚ ପ୍ରାପ୍ତ ହୋଇଥାଏ । କାମ କରିବା ସମୟରେ ତାଙ୍କୁ କେତେକ ଭତ୍ତା ଏବଂ ଖର୍ଚ୍ଚ ଦିଆଯାଇଥାଏ ।

‘ମାନଦ’ ପଦାଧିକାରୀ ଯେତେବେଳେ ନିଜ ପଦରେ ରହିଥାନ୍ତି ଆଇସିସି ମିଟିଂ କିମ୍ବା ଭାରତୀୟ ଟିମର କୌଣସି କାର୍ଯ୍ୟ ଲାଗି ବିଦେଶ ଗସ୍ତରେ ଯାଇଥାନ୍ତି ତ ତାଙ୍କୁ ପ୍ରତ୍ୟେକ ଦିନ ୧୦୦୦ଡଲାର ଭତ୍ତା ରୂପରେ ଦିଆଯାଇଥାଏ । ଖାଲି ଏତିକି ନୁହେଁ ବରଂ ‘ମାନଦ’ ପଦାଧିକାରୀ ଯାତ୍ରା କରିଥାନ୍ତି ତ ବୋର୍ଡ଼ ତରଫରୁ ଯାତ୍ରା ସମୟରେ ତାଙ୍କର ସୁଖ ସୁବିଧାର ଧ୍ୟାନ ଦିଆଯାଇଥାଏ । ବିମାନ ଯାତ୍ରା ସମୟରେ ତାଙ୍କୁ ସବୁବେଳେ ଫାଷ୍ଟ କ୍ଲାସର ସୁବିଧା ପ୍ରଦାନ କରାଯାଇଥାଏ ।

ବିଦେଶ ଯାତ୍ରା ସମୟରେ ଯେତେବେଳେ ସେ ଉକ୍ତ ଦେଶରେ ବୈଠକ ଲାଗି ଯାଇଥାନ୍ତି ତ ତାଙ୍କୁ ପ୍ରତିଦିନ ହିସାବରେ ୪୦ହଜାର ଟଙ୍କା ଭତ୍ତା ରୂପରେ ଦିଆଯାଇଥାଏ । ଏହାସହ ବିଜନେସ କ୍ଲାସରେ ଯାତ୍ରା କରିବାର ସୁବିଧା ପ୍ରଦାନ କରାଯାଇଥାଏ । ଏହା ବ୍ୟତୀତ ବୈଠକ ସମୟରେ ସେ କୌଣସି କାମରେ ଗୋଟିଏ ସହରରୁ ଅନ୍ୟ ସହରକୁ ଯିବା ସମୟରେ ପ୍ରତିଦିନ ହିସାବରେ ୩୦ହଜାର ଟଙ୍କା ଭତ୍ତା ରୂପରେ ତାଙ୍କୁ ପ୍ରାପ୍ତ ହୋଇଥାଏ । ଯଦି ସେହି ସମୟରେ କୌଣସି ହୋଟେଲ ବୁକ୍ କରିଥାନ୍ତି ତ ତାହାର ସବୁ ଖର୍ଚ୍ଚ ବୋର୍ଡ଼ ଉଠାଇଥାଏ । 

ଏବେ ପର୍ଯ୍ୟନ୍ତ ଆପଣଙ୍କୁ ଏହି କଥା ସମ୍ୟକ ଭାବେ ବୁଝାପଡ଼ିଯିବଣି ବିସିସିଆଇ ତରଫରୁ ‘ମାନଦ’ ପଦରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କୁ କେତେ ଟଙ୍କା ମିଳୁଛି । ବରଂ ତାଙ୍କୁ କାର୍ଯ୍ୟ କରିବା ଲାଗି ଭତ୍ତା ଏବଂ ଖର୍ଚ୍ଚ ଦିଆଯାଇଥାଏ । ଠିକ୍ ସେହିଭଳି ଆଇସିସିରେ ବି ‘ମାନଦ’ ପଦରେ ବସିଥିବା ବ୍ୟକ୍ତିଙ୍କୁ କୌଣସି ଦରମା ନ ଥାଏ । ବରଂ ତାଙ୍କର ଯାତ୍ରା, ମିଟିଂ ଇତ୍ୟାଦି ଲାଗି ଭତ୍ତା ଏବଂ ଖର୍ଚ୍ଚ ଦିଆଯାଇଥାଏ । ମାତ୍ର ଆଇସିସି ତରଫରୁ ଆଜି ପର୍ଯ୍ୟନ୍ତ କୁହାଯାଇ ନାହିଁ କି ସେ ନିଜ ଅଧିକାରୀଙ୍କୁ ଯାତ୍ରା, ମିଟିଂ କିମ୍ବା ଅନ୍ୟ ସୁବିଧା ଲାଗି କେତେ ଟଙ୍କା ପ୍ରଦାନ କରିଥାଏ । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.