ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜୟ ଶାହଙ୍କ ଭବିଷ୍ୟବାଣୀ: କହିଲେ- ଭାରତ ସହ ଏହି ଟିମ୍ ଟି-୨୦ ବିଶ୍ବକପ୍‌ର ପ୍ରବଳ ଦାବିଦାର, ନେଲେନି ପାକିସ୍ତାନର ନାଁ

ନୂଆଦିଲ୍ଲୀ,୧୭।୫: ଆସନ୍ତା ଜୁନ୍  ୨ରୁ ଟି-୨୦ ବିଶ୍ବକପ୍ ୨୦୨୪ ଆରମ୍ଭ। ଏହି ମେଗା ଇଭେଣ୍ଟ ପୂର୍ବରୁ ଦେଶ ବିଦେଶର କ୍ରିକେଟ ପଣ୍ଡିତ ଟୁର୍ଣ୍ଣାମେଣ୍ଟର ପ୍ରବଳ ଦାବିଦାର ଟିମ୍‌ ବିଷୟରେ ଚର୍ଚ୍ଚା କରୁଛନ୍ତି। ସେଭଳି କିଛି ନିଜର ପସନ୍ଦଯୋଗ୍ୟ ଟିମ୍ ବିଷୟରେ କଥା ହେଉଛନ୍ତି, ଯାହା ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପହଁଞ୍ଚି ପାରିବ। ସେମାନଙ୍କ ଭିତରେ ବିସିସିଆଇ ସଚିବ ଜୟ ଶାହ ନିଜର ପସନ୍ଦଯୋଗ୍ୟ ୪ ଟି ଟିମ୍‌ର ନାଁ ନେଇଛନ୍ତି, ଯାହାକି ଆଗାମୀ  ଟି-୨୦ ବିଶ୍ବକପ୍‌ର ପ୍ରବଳ ଦାବିଦାର ହୋଇପାରେ। ଜୟ ଶାହ   ନିଜର ପସନ୍ଦଯୋଗ୍ୟ ୪ଟି ଟିମ୍‌ରେ ଡିଫେଣ୍ଡିଂ ଚମ୍ପିଆନ୍ସ ଇଂଲଣ୍ଡକୁ ନା ଚୟନ କରିଛନ୍ତି ନା ଗତ ସିଜିନର ଫାଇନାଲିଷ୍ଟ ଟିମ୍‌ ପାକିସ୍ତାନକୁ।

ଟାଇମ୍ସ ଅଫ୍ ଇଣ୍ଡିଆକୁ ଦେଇଥିବା ଇଣ୍ଟରଭ୍ୟୁ ବେଳେ ଯେତେବେଳେ ଜୟ ଶାହଙ୍କୁ ପଚରା ଯାଇଥିବା ଆପଣଙ୍କ ଅନୁସାରେ, ଟି-୨୦ ବିଶ୍ବକପ୍‌ରେ କେଉଁ ଟିମ୍ ପ୍ରବଳ ଦାବିଦାର ରହିବ ? ଏହାର ଜବାବରେ ସେ କହିଥିଲେ, ଭାରତ, ଅଷ୍ଟେ୍ରଲିଆ,ନ୍ୟୁଜିଲାଣ୍ଡ ଓ ଆୟୋଜକ ଓ୍ବେଷ୍ଟଇଣ୍ଡିଜ୍‌ ରହିବ, କାଣ ସେମାନେ ଟି-୨୦ ଫର୍ମାଟରେ ଭଲ।

 ଭାରତୀୟ ଟି-୨୦ ଟିମ୍‌ର ଫର୍ମାଟ ବିଷୟରେ ଯେତେବେଳେ ତାଙ୍କୁ ପଚରା ଯାଇଥିଲା ବିସିସିଆଇ ସଚିବ କହିଛନ୍ତି, ଟିମ୍‌ରେ ଫର୍ମ ଓ ଅନୁଭବ ଭିତରେ ଭଲ ସନ୍ତୁଳନ ରହିଛି। ଚୟନକାରୀ କେବଳ ଆଇପିଏଲ ପ୍ରଦର୍ଶନ ଆଧାରରେ ଚୟନ ହୋଇପାରିବେନି, କାରଣ ବିଦେଶର ଅନୁଭବର ଆବଶ୍ୟକତା ରହିଛି।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.