ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଧନବାଦରେ ଭୀଷଣ ଅଗ୍ନିକାଣ୍ଡ, ୪ ବର୍ଷର ଶିଶୁ ସମେତ ୩ ଜୀବନ ଦଗ୍ଧ, ୩ ଆହତ

ଧନବାଦ, ୧୪/୧୧ : ଝାଡ଼ଖଣ୍ଡ ଧନବାଦ କେନ୍ଦୁଆଡିହ ଥାନା ଅନ୍ତର୍ଗତ କେନ୍ଦୁଆ ବଜାର ସ୍ଥିତ ଏକ ଦୋକାନରେ ଭୟାବହ ଅଗ୍ନିକାଣ୍ଡ। ଏକ ୪ ବର୍ଷର ଶିଶୁ ସମେତ ୨ ମହିଳା ଜୀବନ୍ତ ଦଗ୍ଧ। ୩ ଆହତ। ସମସ୍ତେ ଗୋଟିଏ ପରିବାରର ହୋଇଥିବା ସୂଚନା ମିଳିଛି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। 

ସୂଚନାନୁଯାୟୀ, କେନ୍ଦୁଆଡିହ ଥାନା ଅନ୍ତର୍ଗତ କେନ୍ଦୁଆ ବଜାର ସ୍ଥିତ ସୁବାଷ ଗୁପ୍ତାଙ୍କ ଏସକେ ଜେନେରାଲ ଶୃଙ୍ଗାର ଷ୍ଟୋରରେ ହଠାତ୍ ନିଆଁ ଲାଗି ଯାଇଥିଲା। ଏହି ସମୟରେ ଦୋକାନର ଉପର ମହଲାରେ ଗୋଟିଏ ପରିବାରର ୬ ସଦସ୍ୟ ଥିଲେ। ନିଆଁ ଲାଗି ଯିବା ଫଳରେ ସମସ୍ତେ ହୋହାଲ୍ଲା କରିଥିଲେ। ସ୍ଥାନୀୟ ଲୋକମାନେ ବାଲକୋନି ବାଟେ ୩ ଜଣଙ୍କୁ ସଫଳତାପୂର୍ବକ ଉଦ୍ଧାର କରିଥିଲେ। ଆଉ ୩ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ମୃତକଙ୍କ ମଧ୍ୟରେ ୨ ମହିଳାଙ୍କ ସମେତ ଜଣେ ୪ ବର୍ଷୀୟା ଶିଶୁ ରହିଛି। ସେହିପରି ଅନ୍ୟ ୩ ସଦସ୍ୟ ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ଦମକଳ ବାହିନୀ ସ୍ଥନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଛି। 







  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.