ପ୍ରମୂଖ ଖବର
  • ଭୁବନେଶ୍ୱର : ଗଣେଶ ପୂଜା ମଣ୍ଡପରେ ବୁଲିଲା ଖଣ୍ଡା, ଅଭିଯୁକ୍ତ ଗିରଫ
  • ||
  • ଲମତାପୁଟ : ପାଣି ପଶି ବନ୍ଦ ହୋଇଥିଲା ବିଦ୍ୟୁତ ଉତ୍ପାଦନ, ପାଞ୍ଚ ଦିନ ପରେ ଆରମ୍ଭ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ
  • ||
  • ଭୁବନେଶ୍ଵର : 'ମୋ ସ୍କୁଲ୍‌ ଅଭିଯାନ' ଏବେ ‘ପଞ୍ଚଶଖା ଶିକ୍ଷା ସେତୁ’, ନାଁ ବଦଳାଇଲେ ସରକାର
  • ||
  • ପାରାଦ୍ଵୀପ : ସଭାଗୃହରେ ଠେଲାପେଲା, ଘଟଣାକୁ ନେଇ କୁଜଙ୍ଗ ଥାନାରେ ୩ ଏତଲା
  • ||
  • ପାଟଣା : ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କାଠଯୋଡ଼ି ନଦୀରେ ଭାସିଗଲେ ବୃଦ୍ଧ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୁଷ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି: ଆଜି ଭାରତ-ପାକିସ୍ତାନ ଲଢ଼େଇ
  • ||
  • ସୁବର୍ଣ୍ଣପୁର : ନାଳରେ ଭାସୁଛି ମଲା କୁକୁଡ଼ା, କିଏ ପକାଇଲା ତାକୁ ନେଇ ଚର୍ଚ୍ଚା
  • ||
  • ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||
  • କରଞ୍ଜିଆ : ଜେଲ୍ ମାନୁଆଲକୁ ଉଲଙ୍ଘନ କରିବା ପଡ଼ିଲା ମହଙ୍ଗା, ଜେଲ୍ ୱାର୍ଡର ସ୍ୱାଗତ ରଥ ସସ୍‌ପେଣ୍ଡ
  • ||
  • ପ୍ରଥମ ମଙ୍କିପକ୍ସ ଟିକାକୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରି, ୪ ସପ୍ତାହ ବ୍ୟବଧାନରେ ୨ଟି ଡୋଜ୍‌ ନେବେ ୧୮ ବର୍ଷରୁ ଊଦ୍ଧ୍ୱର୍
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: କଂସକୁ ମାରିଲେ ଶ୍ରୀକୃଷ୍ଣ, ରାଜା ହେଲେ ଉଗ୍ରସେନ
  • ||
  • ଭଞ୍ଜନଗର : ଗଣେଶ ଭସାଣି ବେଳେ ଗଣ୍ଡଗୋଳ, ଦୁଇ ଗୋଷ୍ଠୀ ମଧ୍ୟରେ ଟେକାପଥର ମାଡ଼
  • ||
  • ଏ ବର୍ଷ ହାଡ଼ଭଙ୍ଗା ଶୀତ, ଡିସେମ୍ବର-ଜାନୁଆରୀରେ ଥଣ୍ଡା ପ୍ରକୋପ ଅଧିକ: IMD
  • ||
  • ବଙ୍ଗୋପସାଗରରେ ଅବପାତର ରୂପ ନେବ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା, ମୟୂରଭଞ୍ଜକୁ ରେଡ୍ ଆଲର୍ଟ
  • ||

ଚାକିରି ନପାଇ ନିରାଶ ହେଲେ ଯୁବକ : ନିଜକୁ ପାକିସ୍ତାନୀ ଏଜେଣ୍ଟ କହି ଦେଲେ ଧମକ

ଇନ୍ଦୋର – ଚାକିରି ନପାଇ ବେକାର ହୋଇ ନିରାଶରେ ଜଣେ ଯୁବକ। ଇନ୍ଦୋର ଆଇଆଇଟି କ୍ୟାମ୍ପସରେ ନିର୍ମିତ ସ୍କୁଲକୁ ବୋମାରେ ଉଡ଼ାଇବାକୁ ଦେଲେ ଧମକ । ସୂଚନ ପାଇବା ପରେ ଧମକ ଦେଇଥିବା ସଂପୃକ୍ତ ଯୁବକଙ୍କୁ ପୁଲିସ ଗିରଫ କରି ନେଇଛି । ଅଭିଯୁକ୍ତ ଇ-ମେଲ୍‌ ମାଧ୍ୟମରେ ଧମକପୂର୍ଣ୍ଣ ମେସେଜ୍‌ ପଠାଇ ନିଜକୁ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇର ସଦସ୍ୟ ଥିବା ଓ  ଆଗାମୀ ୧୫ ଅଗଷ୍ଟ ( ସ୍ୱାଧିନତା ଦିବସ)ରେ ଆଇଆଇଟି କ୍ୟାମ୍ପସ ସିମରୋଲ୍‌ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟକୁ ବୋମାରେ ଉଡ଼ାଇବାକୁ ଯାଉଛନ୍ତି କହିଥିଲେ। 

ପୁଲିସ୍‌ ଅଧିକ୍ଷକ ( ଗ୍ରାମୀଣ) ହିତିକା ବାସଲ କହିଛନ୍ତି ଯେ , ସହରର ଏରୋଡ୍ରମ୍ ରୋଡ୍‌ ସ୍ଥିତ ଅମୃତ କୁଞ୍ଜ କଲୋନୀ ନିବାସୀ ଚେତନ ସୋନି (୩୦) ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସେ ସ୍କୁଲକୁ ବୋମାରେ ଉଡ଼ାଇ ଦେବାର ଧମକ ପୂର୍ଣ୍ଣ ଇ-ମେଲ୍‌ ପଠାଇ ଥିଲେ। ମାଷ୍ଟର ଅଫ୍‌ କମ୍ପ୍ୟୁଟର ଆପ୍ଲିକେସନ (ଏମସିଏ) କରି ସାରିଥିବା ଚେତନ କେନ୍ଦ୍ରୀୟ ବିଦ୍ୟାଳୟରେ ଟେକ୍ନିସିଆନ ପୋଷ୍ଟ ପାଇଁ ଫର୍ମ ଭରି ଥିଲେ, କିନ୍ତୁ ତାଙ୍କର ସିଲେକ୍ସନ ହୋଇ ପାରି ନଥିଲା।

ପୁଲିସ ଅଧିକାରୀ କହିଛନ୍ତି କି, ଚେତନ ସୋନି ୨୦୧୫ ମସିହାରେ ନିଜର ପାଠପଢା ସାରି ଥିଲେ , କିନ୍ତୁ ଅନେକ ଚେଷ୍ଟା  ସତ୍ତ୍ୱେ ସେ ବେରୋଜଗାର ଥିଲେ। ଯେଉଁଥିରେ ସେ ଖୁବ୍‌ ନିରାଶ ହୋଇ ଯାଇଥିଲେ। ଚାକିରି ନମିଳିବାରୁ ହତାଶ ହୋଇ ସେ ଗତ ମାସରେ ଭାରତୀୟ ଟେକ୍ନୋଲଜି ସଂସ୍ଥା ଆଇଆଇଟି ପରିସର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରିନ୍ସପାଲଙ୍କୁ ଇମେଲ ମାଧ୍ୟମରେ ଧମକ ଦେଇଥିଲେ । ୧୫ ଅଗଷ୍ଟରେ ଶିକ୍ଷା ସଂସ୍ଥାକୁ ବୋମାରେ ଉଡ଼ାଇ ଦିଆଯିବ। 

ସ୍କୁଲ ପ୍ରଶାସନର ପକ୍ଷରୁ ଅଭିଯୋଗ ରୁଜୁ କରାଇବା ପରେ ପୁଲିସ୍‌ ଅଭିଯୁକ୍ତ ଚେତନ ସୋନିଙ୍କୁ  ଧରି ନେଇଛନ୍ତି। ଏସପି କହିଛନ୍ତି ଯେ ପୁଲିସ ମାମଲାକୁ ଗୁରୁତର ସହ ଯାଞ୍ଚ କରୁଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.