ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବାଇଡେନଙ୍କ ବଡ ଘୋଷଣା, ୫ ଲକ୍ଷ ପ୍ରବାସୀଙ୍କୁ ମିଳିପାରେ ଆମେରିକା ନାଗରିକତ୍ବ...

ନୂଆଦିଲ୍ଲୀ: ନିର୍ବାଚନୀ ବର୍ଷରେ ଏକ ବଡ ନିଷ୍ପତ୍ତି ନେବାକୁ ଯାଉଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଯାହାକି କୌଣସି ଆଇନଗତ ସ୍ଥିତି ବିନା ଦେଶରେ ରହୁଥିବା ଲକ୍ଷ ଲକ୍ଷ ପ୍ରବାସୀଙ୍କୁ ଆଶ୍ବସ୍ତି ଦେବ ଏବଂ ସେମାନଙ୍କ ପାଇଁ ଆମେରିକୀୟ ନାଗରିକତ୍ୱ ପାଇବା ପାଇଁ ବାଟ ଫିଟିବ । ଏହି ପଦକ୍ଷେପ ମାସ ଆରମ୍ଭରେ ସୀମାରେ ସେମାନେ ଗ୍ରହଣ କରିଥିବା ଆକ୍ରମଣାତ୍ମକ ନୀତିକୁ ସନ୍ତୁଳିତ କରିବାର ପ୍ରୟାସ ଭାବରେ ଦେଖାଯାଉଛି । ତାଙ୍କର ଆକ୍ରମଣାତ୍ମକ ଆଭିମୁଖ୍ୟ ଅନେକ ଡେମୋକ୍ରେଟିଭ୍ ସାଂସଦଙ୍କୁ କ୍ରୋଧିତ କରିଥିଲା ।

ମଙ୍ଗଳବାର ଦିନ ଆମେରିକା ରାଷ୍ଟ୍ରପତି କାର୍ଯ୍ୟାଳୟ ହ୍ବାଇଟ୍ ହାଉସ ଘୋଷଣା କରିଛି ଯେ, ବାଇଡେନ ପ୍ରଶାସନ କୌଣସି ଆଇନଗତ ସ୍ଥିତି ବିନା ଆମେରିକାରେ ରହୁଥିବା କିଛି ନାଗରିକଙ୍କୁ ସ୍ଥାୟୀ ବାସସ୍ଥାନ ଏବଂ ଶେଷରେ ନାଗରିକତ୍ୱ ପାଇଁ ଆବେଦନ କରିବାକୁ ଅନୁମତି ଦେବ । ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ ପାଞ୍ଚ ଲକ୍ଷରୁ ଅଧିକ ପ୍ରବାସୀ ଏହି ପଦକ୍ଷେପ ଦ୍ୱାରା ଉପକୃତ ହୋଇପାରନ୍ତି ।

ନାଗରିକତ୍ୱ ପାଇବା ପାଇଁ, ଜଣେ ପ୍ରବାସୀ ନିଶ୍ଚିତ ଭାବରେ ସୋମବାରର ସମୟସୀମା ଅନୁଯାୟୀ ଅତି କମରେ ୧୦ ବର୍ଷ ଆମେରିକାରେ ରହିଥିବେ ଏବଂ ଜଣେ ଆମେରିକୀୟ ନାଗରିକଙ୍କୁ ବିବାହ କରିବେ । ଯଦି ଜଣେ ଯୋଗ୍ୟ ପ୍ରବାସୀ ଭାରତୀୟଙ୍କ ଆବେଦନ ଅନୁମୋଦନ ହୁଏ, ତେବେ ତାଙ୍କୁ ସବୁଜ କାର୍ଡ ପାଇଁ ଆବେଦନ କରିବାକୁ ତଥା ଅସ୍ଥାୟୀ କାର୍ଯ୍ୟ ଅନୁମତି ଗ୍ରହଣ କରିବାକୁ ଏବଂ ଏହି ସମୟ ମଧ୍ୟରେ ନିର୍ବାସନରୁ ରକ୍ଷା ପାଇବାକୁ ତାଙ୍କୁ ତିନି ବର୍ଷ ସମୟ ମିଳିବ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.