ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

“ଭାରତରେ ନରେନ୍ଦ୍ର ମୋଦି ଅବିଶ୍ୱସନୀୟ କାମ କରିଛନ୍ତି ” : ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରି କହିଲେ ଜେପି ମୋର୍ଗାନର ସିଇଓ

ନୂଆଦିଲ୍ଲୀ : ଜେପି ମୋର୍ଗାନ ଚେଜ୍‌ ଆଣ୍ଡ କମ୍ପାନୀର ସିଇଓ ଜେମି ଡିମନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଖୁବ୍ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଶଂସା କରି କହିଛନ୍ତି କି, ଭାରତ ପାଇଁ ସେ ଅବିଶ୍ୱସନୀୟ କାମ କରିଛନ୍ତି। ଜେମି ଡିମନ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆହୁରି କହିଛନ୍ତି, ସେ ଅନେକ ଚ୍ୟାଲେଞ୍ଚକୁ ଦୃଢ ଭାବେ ସାମ୍ନା କରୁଛନ୍ତି। ଏହାସହ ସେ ଇସାରାରେ ଏହା ବି କହିଛନ୍ତି ଆମେରିକାରେ ମଧ୍ୟ ଏମିତି ନେତାଙ୍କର ଆବଶ୍ୟକତା ରହିଛି , ଯିଏ ସମସ୍ତଙ୍କୁ ଖୁବ୍‌ ସାହସିକତାର ସହ ସାମ୍ନା କରି ପାରିବେ। 

ଜେପି ଡିମନ କହିଛନ୍ତି , ପ୍ରଧାନମନ୍ତ୍ରୀ ମୋଦି ନିଜ ଚେଷ୍ଟାରେ ୪୦୦ ମିଲିୟନ ଲୋକଙ୍କୁ ଗରିବୀରୁ ବାହାର କରିଛନ୍ତି। ସେ ଏକ କାର୍ଯ୍ୟକ୍ରମରେ ନିଜର ବିଚାରକୁ ଉପସ୍ଥାପନ କରୁଥିଲେ। ସେ ଏହାସହ ଏହା ମଧ୍ୟ ଆଶା କରିଛନ୍ତି ଯେ, ଏହି ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦି ପୁଣି ୩ୟ ଥର କ୍ଷମତାକୁ ଫେରୁଛନ୍ତି। 

ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନରେ ନିକଟବର୍ତ୍ତୀ ଦିନରେ ଭାରତରେ କରାଯାଇଥିବା କାର୍ଯ୍ୟର ଖୁବ୍‌ ପ୍ରଶଂସା କରିଛନ୍ତି ଜେପି ଡିମନ। ସେ କହିଛନ୍ତି, ଭାରତରେ ୭୦୦ ମିଲିୟନ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଅଛି ଏବଂ ତାଙ୍କର ପେମେଣ୍ଟ ସିଧା ତାଙ୍କର ଆକାଉଣ୍ଟକୁ ଟ୍ରାନ୍ସଫର ହେଉଛି। 

ସେ ଆହୁରି କହିଛନ୍ତି , ଭାରତରେ ଅବିଶ୍ୱସନୀୟ ଶିକ୍ଷା ପଦ୍ଧତି ଓ ଇନଫ୍ରାଷ୍ଟ୍ରକଚର ଅଛି। ସେ ପିଏମ୍‌ ମୋଦିଙ୍କ ସକ୍ରିୟ ହେବା ଓ ତାଙ୍କ ଦ୍ୱାରା ଦେଶର ଦୃଢ ବ୍ୟୁରୋକ୍ରେଟିକ୍‌ ସିଷ୍ଟମକୁ ଭାଙ୍ଗିବାକୁ ନେଇ ମଧ୍ୟ କହିଛନ୍ତି। ସେ ଭାରତର ଟ୍ୟାକ୍ସ ସିଷ୍ଟମର ମଧ୍ୟ ଖୁବ୍‌ ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ଯେ, ରାଜ୍ୟଗୁଡ଼ିକ ଦ୍ୱାରା ଆପଣା ଯାଇଥିବା ସିଷ୍ଟମରେ ଅସମାନତାକୁ ସମାପ୍ତ କରି ପିଏମ୍‌ ମୋଦିଙ୍କ ସରକାର ଏଥିରେ ଦୁର୍ନୀତିକୁ ଶେଷ କରି ଦେଇଛନ୍ତି।

  • Narendra Modi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.