ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ମହିଳା ଜୁନିୟର ହକି ବିଶ୍ୱକପ୍‌: ପ୍ରଥମ ମ୍ୟାଚ୍‌ରେ କାନାଡ଼ାକୁ ଭେଟିବ ଭାରତ, ଜାତୀୟ ଦଳରେ ଓଡ଼ିଶାରୁ ୫ ଖେଳାଳି

Published By : Prameya | November 29, 2023 2:20 PM

ସାଣ୍ଟିଆଗୋ, ୨୯।୧୧: ଚିଲିର ସାଣ୍ଟିଆଗୋରେ ଆଜିଠୁ ଆରମ୍ଭ ହୋଇଛି ମହିଳା ଏଫ୍‌ଆଇଏଚ୍‌ ହକି ଜୁନିୟର ବିଶ୍ୱକପ୍‌ର ଦଶମ ସଂସ୍କରଣ । ୫ଟି ମହାଦେଶରୁ ମୋଟ୍‌ ୧୬ଟି ଦଳ ଏହି ସଂସ୍କରଣରେ ଭାଗ ନେଇଛନ୍ତି । ଭାରତୀୟ ଦଳ ପୁଲ୍‌ ସି’ରେ ରହିଛି । ବୁଧବାର ପ୍ରଥମ ମ୍ୟାଚ୍‌ରେ ଦଳ କାନାଡ଼ାକୁ ଭେଟିବ । ପୁଲ୍‌ ସି’ରେ ଭାରତ ସମେତ କାନାଡ଼ା, ବେଲଜିୟମ ଓ ଜର୍ମାନୀ ରହିଛନ୍ତି । ୨୯ରେ କାନାଡ଼ା, ୩୦ରେ ଜର୍ମାନୀ ଏବଂ ଡିସେମ୍ବର ୨ରେ ଭାରତ ବେଲଜିୟମକୁ ଭେଟିବ । ୨ଟି ମ୍ୟାଚ୍‌ ଜିତି ପାରିଲେ ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରି ପାରିବ । ଭାରତୀୟ ଦଳ ଏବେ ଭଲ ଫର୍ମରେ ରହିଛି । ତେଣୁ ଦଳର କ୍ୱାର୍ଟର ପଥ ସୁଗମ ରହିଛି ବୋଲି କୁହାଯାଇ ପାରେ । ଗତ ସଂସ୍କରଣ ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିଲା । ଭାରତ ପୁଲ ଏ’ରେ ଜର୍ମାନୀ, ୱେଲ୍ସ ଓ ମାଲେସିଆକୁ ପରାଜିତ କରି କ୍ୱାର୍ଟରରେ ପ୍ରବେଶ କରିଥିଲା । କ୍ୱାର୍ଟରରେ ଦକ୍ଷିଣ କୋରିଆକୁ ହରାଇଥିଲା । କିନ୍ତୁ ସେମିରେ ନେଦରଲାଣ୍ଡସ ଠାରୁ ପରାଜିତ ହୋଇ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଥିଲା । 

ବ୍ରୋଞ୍ଜ ଲଢ଼େଇରେ ଇଂଲଣ୍ଡ ସହ ସଂଘର୍ଷ କରି ଶେଷରେ ସୁଟ୍‌ ଆଉଟରେ ପରାଜିତ ହୋଇଥିଲା । ଡିଫେଣ୍ଡର ପ୍ରୀତିଙ୍କ ନେତୃତ୍ୱରେ ଦଳରେ ଭଲ ସନ୍ତୁଳନ ରହିଛି । ଏହି ଦଳରେ ଓଡ଼ିଶାରୁ ୫ ଜଣ ଖେଳାଳି ରହିଛନ୍ତି । ସେମାନେ ହେଲେ ଗୋଲକିପର ମାଧୁରୀ କିଣ୍ଡୋ, ମିଡଫିଲ୍ଡର ଜ୍ୟୋତି ଛତ୍ରୀ, ସୁଜାତା କୁଜୁର ଏବଂ ଫରୱାର୍ଡ ଦୀପି ମୋନିକା ଟପ୍ପୋ ଓ ସୁନେଲିତା ଟପ୍ପୋ । ଜ୍ୟୋତି ଏବଂ ଦୀପି ମୋନିକା ଉଭୟ କଳିଙ୍ଗ ଷ୍ଟାଡିୟମରେ ଥିବା ଓଡ଼ିଶା ନାଭାଲ ଟାଟା ହକି ଉତ୍କର୍ଷ କେନ୍ଦ୍ରରେ ପ୍ରଶିକ୍ଷଣ ନେଉଛନ୍ତି । ଭାରତୀୟ ମହିଳା ଦଳ: ଗୋଲକିପରମାଧୁରି କିଣ୍ଡୋ ଓ ଖୁସବୁ । ଡିଫେଣ୍ଡର-ନୀଲମ, ପ୍ରୀତି (ଅଧିନାୟିକା), ଜ୍ୟୋତି ସିଂ, ରୋପନି କୁମାରୀ । ମିଡ୍‌ଫିଲ୍ଡର- ମହିମା ଟେଟେ, ମଞ୍ଜୁ ଚୌରାସିଆ, ଜ୍ୟୋତି ଛତ୍ରୀ, ହିନା ବାନୋ, ସୁଜାତା କୁଜୁର, ଋତୁଜା ଦାଦାସୋ ପିସାଲ (ଉପ ଅଧିନାୟିକା) ଏବଂ ଫରୱାର୍ଡ- ସାକ୍ଷୀ ରାଣା, ମମତାଜ ଖାନ, ଅନୁ, ଦୀପିକା ସୋରେନ, ଦୀପି ମୋନିକା ଟପ୍ପୋ ଓ ସୁନେଲିତା ଟପ୍ପୋ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.