ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଟ୍ରୁଡୋଙ୍କର ପୁଣି ଭାରତ ବିରୋଧୀ ମନ୍ତବ୍ୟ, କହିଲେ-ଆମେ ଖଲିସ୍ତାନୀଙ୍କ ସହ ଅଛୁ…

ନୂଆଦିଲ୍ଲୀ,୨।୫: ଖଲିସ୍ତାନୀ ନେତା ହରଦୀପ ନିଜ୍ଜରର ହତ୍ୟା ଅଭିଯୋଗ ଭାରତ ଉପରେ କାନାଡା ଲଗାଇ ଆସୁଛି। ଏହାକୁ ନେଇ ଦୁଇ ଦେଶର ସମ୍ପର୍କରେ ବିବାଦ ସୃଷ୍ଟି ହୋଇଛି। କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ପୁଣିଥରେ ଭାରତ ବିରୋଧି ବୟାନ ଦେଇଛନ୍ତି। ଟ୍ରୁଡୋ କହିଛନ୍ତି, ଭାରତ ଓ କାନାଡା ଦୁନିଆର ଦୁଇଟି ବଡ଼ ଲୋକତନ୍ତ୍ର। ଆମେ ଦୁଇ ଦେଶର ଏକାଠି ହୋଇ ଚାଲିବା ଦରକାର, କିନ୍ତୁ ହରଦ୍ବୀପ ସିଂହ ନିଜ୍ଜରର ହତ୍ୟାକୁ ଅଣଦେଖା କରିହେବନି। 

ଉଲ୍ଲେଖନୀୟ ଯେ, ଖଲିସ୍ତାନୀ  ନେତା ନିଜ୍ଜରର ହତ୍ୟା ଗତ ବର୍ଷ ୧୮ ଜୁନ୍‌ରେ କାନାଡାର ସରେରେ ହୋଇଥିଲା। ଏଥିପାଇଁ କାନାଡା ପ୍ରଧାନମନ୍ତ୍ରୀ ଭାରତୀୟ ଏଜେଣ୍ଟଙ୍କୁ ଦାୟୀ କରିଥିଲେ। ଏକ ପଞ୍ଜାବୀ ଚ୍ୟାନେଲ ସହ କଥା ହୋଇ ଟ୍ରୁଡୋ କହିଛନ୍ତି, ଭାରତ ଓ କାନାଡା ଦୁନିଆର ଦୁଇଟି ବଡ଼ ଲୋକତନ୍ତ୍ର। ଆମେ ଦୁହେଁ ଏକାଠି ଚାଲିବା ଦରକାର। ସେ କହିଛନ୍ତି, ଆମ ସମ୍ପର୍କ ଭଲ ହେବା ଦରକାର, କିନ୍ତୁ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟା ଏକ ସମସ୍ୟା ସୃଷ୍ଟି କରୁଛି, ଯାହାକୁ ଆମେ ଅଣଦେଖା କରିପାରିବୁନି।’

ନିକଟରେ ଟ୍ରୁଡୋ ଖାଲସା ଡେ’ କାର୍ଯ୍ୟକ୍ରମକୁ ସମ୍ପୋଧିତ କରିଥିଲେ। ଏହି ଆୟୋଜନରେ ବହୁ ସଂଖ୍ୟାରେ ଖଲିସ୍ତାନୀ ସମର୍ଥକ ଉପସ୍ଥିତ ଥିଲେ। କେବଳ ସେତିକି ନୁହେଁ ଏହି ଆୟୋଜନରେ ଏହି ଲୋକମାନେ ଭାରତ ବିରୋଧ ବ୍ୟାନର ଧରିଥିଲେ। ଖଲିସ୍ତାନୀ ପତାକା ଏହି ଲୋକଙ୍କ ହାତରେ ଥିଲା। ଟ୍ରୁଡୋ ଯେତେବେଳେ ମଞ୍ଚକୁ ଯାଇଥିଲେ ଖଲିସ୍ତାନୀ ସମର୍ଥକ ଭାରତ ବିରୋଧି ନାରା ଦେଇଥିଲେ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.