କଟକ,୦୬/୦୮: କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ୍ଙ୍କ ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ବିଧାୟକ ଶ୍ରୀ ବାଗ୍ ନିର୍ବାଚନୀ ସତ୍ୟପାଠରେ ମିଥ୍ୟା ତଥ୍ୟ ଦେଇଥିବା ଅଭିଯୋଗ କରି ଉକ୍ତ ନିର୍ବାଚନମଣ୍ଡଳୀର ଭୋଟର୍ ଗିରିରାଜ ମାଝୀ ଏହି ମାମଲା ରୁଜୁ କରିଛନ୍ତି । ଉକ୍ତ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ଲାଗି ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ବିଚାରପତି ଜଷ୍ଟିସ୍ ଆନନ୍ଦ ଚନ୍ଦ୍ର ବେହେରା ମାମଲାକୁ ବିଚାର ପାଇଁ ଗ୍ରହଣ କରି ସୋମବାର ବିଧାୟକଙ୍କୁ ନୋଟିସ ଜାରି କରିଛନ୍ତି । ପରବର୍ତ୍ତୀ ଶୁଣାଣି ଆସନ୍ତା ୨୭କୁ ଧାର୍ଯ୍ୟ ହୋଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମିଲନ କାନୁନ୍ଗୋ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ଆଶିଷ ମିଶ୍ର ସହଯୋଗ କରୁଛନ୍ତି ।
କ୍ୟାପ୍ଟେନ୍ ଯୋଗେଶ ବୈରାଗୀ କିଏ ? ଭିନେଶ ଫୋଗାଟଙ...