ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କାର୍‌କେଡ୍ ଦୁର୍ଘଟଣାରେ ୨ ପିଲାଙ୍କ ଜୀବନ ଚାଲିଯିବା ଘଟଣା, ମୁହଁ ଖୋଲିଲେ କରଣ ଭୂଷଣ

ନୂଆଦିଲ୍ଲୀ,୩୧/୫: ବିଜେପି ପ୍ରାର୍ଥୀ କରଣ ଭୂଷଣ ଶରଣ  ସିଂହଙ୍କ କାର୍‌କେଡ୍ ଦୁର୍ଘଟଣାରେ ୨ ପିଲାଙ୍କ ଜୀବନ ଚାଲିଯିବା ଘଟଣା। ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି କରଣ ଭୂଷଣ । ସେ କହିଛନ୍ତି ଯେ, ଦୁର୍ଘଟଣା ଘଟାଇଥିବା ଗାଡ଼ିଠୁ ତାଙ୍କ ଗାଡ଼ି ପ୍ରାୟ ୪-୫ କିମି ଦୂରରେ ଥିଲା । ଯାହା ଘଟିଗଲା ତାହା ଅତ୍ୟନ୍ତ ଦୁଃଖଦାୟକ । ଆମେ ୩ ରୁ ୪ଟି ଗାଡ଼ିରେ ନିର୍ବାଚନୀ କାର୍ଯ୍ୟକ୍ରମ ପାଇଁ ଯାଉଥିଲୁ। ମୋ ଗାଡ଼ିଠୁ ଦୁର୍ଘଟଣା ଘଟାଇଥିବା ଗାଡ଼ିଟି ପ୍ରାୟ ୪-୫ କିମି ଦୂରତାରେ ଥିଲା। ମୁଁ ନିର୍ବାଚନୀ କାମରେ ବ୍ୟସ୍ତ ଥିବା ବେଳେ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସମ୍ପର୍କରେ କଲ୍‌ ଆସିଥିଲା। ଏହାପରେ ତୁରନ୍ତ ମୁଁ ଏକ ଗାଡ଼ି ଘଟଣାସ୍ଥଳକୁ ପଠାଇଥିଲି।

ଏଥିସହ ସେ କହିଛନ୍ତି, ଭାରସାମ୍ୟ ହରାଇ ବାଇକ୍‌ଟି ରାସ୍ତାରେ ପଡ଼ିଯିବାରୁ ପଛରେ ଥିବା ଆମ ଗାଡ଼ି ତାହାକୁ ଧକ୍କା ଦେଇଥିଲା। ଏଥିରେ ଘଟଣାସ୍ଥଳରେ ଦୁଇ କଲେଜ ଛାତ୍ରଙ୍କ ଜୀବନ ଚାଲି ଯାଇଛି । ଏହା ଅତ୍ୟନ୍ତ ଦୁଃଖଦାୟକ । ଏହି ଦୁର୍ଘଟଣାରେ ଜଣେ ମହିଳା ଆହତ ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ଏହା ଏକ ଦୁର୍ଘଟଣା ତେଣୁ ଅଯଥାରେ ତାଙ୍କ ନାଁକୁ ସାମିଲ ନ କରିବାକୁ ସେ କହିଛନ୍ତି ।



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.