ନୂଆଦିଲ୍ଲୀ,୫।୯: MUDA ମାମଲାକୁ ନେଇ କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ବଦଳାଯିବାର ଚର୍ଚ୍ଚା ହେଉଛି। ତେବେ ଏହାକୁ ନେଇ ପାର୍ଟିର ଅଧିକାରୀ କିଛି କହି ନାହାନ୍ତି। ଖବର ଅନୁସାରେ, ଏହି ମାମଲାରେ, କଂଗ୍ରେସ ହାଇକମାଣ୍ଡ ମଧ୍ୟ ସକ୍ରିୟ ଅଛନ୍ତି। କୁହାଯାଉଛି ରାଜ୍ୟର କିଛି ନେତା କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମାଲିକାର୍ଜୁନ ଖଡଗେଙ୍କ ନାଁ ଉପରେ ଜୋର ଦେଉଛନ୍ତି।
ନ୍ୟୁଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁସାରେ, କଂଗ୍ରେସ ହାଇକମାଣ୍ଡ ବିବାଦରୁ ବଞ୍ଚିବା ପାଇଁ ସର୍ବସମ୍ମତିକ୍ରମେ ପ୍ରାର୍ଥୀ ଚୟନ ଯୋଜନl କରାଯାଉଛି। ଅନ୍ୟପକ୍ଷେ ବିରୋଧିଙ୍କ ପକ୍ଷରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଯିବା ଉପରେ ଚାପ ପକାଯାଉଛି। ରିପୋର୍ଟ ଅନୁସାରେ, ପାର୍ଟି ଏହି କଥା ଉପରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହିଁ ଯେ, ସିଦ୍ଧରମୈୟାଙ୍କ ସ୍ଥାନରେ ଦାୟିତ୍ବ ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଦିଆଯିବ କିମ୍ବା କୌଣସି ପଛୁଆ ବର୍ଗର ନେତାଙ୍କୁ ସୁଯୋଗ ଦିଆଯିବ।
ରିପୋର୍ଟ ଅନୁସାରେ, ସିଦ୍ଧରମୈୟାଙ୍କ ସ୍ଥାନରେ ଶିବକୁମାରଙ୍କ ନାଁ ଚର୍ଚ୍ଚାରେ ରହିଛି। ଅନ୍ୟପକ୍ଷେ ପାର୍ଟି ହାଇକମାଣ୍ଡ ପଛୁଆ ବର୍ଗକୁ ପ୍ରଭାବିତ କରିବା ପାଇଁ ଏଭଳି ଜଣେ ପ୍ରାର୍ଥୀଙ୍କୁ ଖୋଜୁଛନ୍ତି। ରିପୋର୍ଟ ଅନୁସାରେ, ପାର୍ଟି ନେତାଙ୍କ ଏକ ଗୋଷ୍ଠୀ ଖଡଗେଙ୍କ ନାଁରେ ଆଗରେ ରହିଛି। ସେଭଳି ଏକ ଗୋଷ୍ଠୀ ପିଡବ୍ଲୁଡି ମନ୍ତ୍ରୀ ସତୀଶ ଜରାକିହୋଲିଙ୍କ ଭଳି ଲୋକପ୍ରିୟ ନେତାଙ୍କୁ ସମର୍ଥନ ଦେଉଛନ୍ତି। ବର୍ତ୍ତମାନ ପାର୍ଟି ପକ୍ଷରୁ ଔପଚାରିକ ଭରେ କିଛି ଘୋଷଣା କରାଯାଇ ନାହିଁ।