ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ତାମିଲନାଡ଼ୁ ପାଇଁ କିଛି କରିନ…’ କଂଗ୍ରେସ ପରେ କଚ୍ଚାଥିବୁକୁ ନେଇ ଡିଏମକେକୁ ଘେରିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ୦୧/୦୪: କଚ୍ଚାଥିବୁ ଦ୍ୱୀପକୁ ନେଇ କଂଗ୍ରେସ ପରେ ଡିଏମକେକୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବୟାନବାଜି ଛଡ଼ା ଡିଏମକେ ତାମିଲନାଡ଼ୁର ସ୍ୱାର୍ଥ ରକ୍ଷା ଲାଗି କିଛି କରି ନାହିଁ । 

ନିକଟରେ ସୂଚନା ଅଧିକାର ଆଇନ୍ ବଳରେ ଏକ ରିପୋର୍ଟ ଆସିଥିଲା । ଯେଉଁଥିରେ କଂଗ୍ରେସର ସରକାର ସମୟରେ ୧୯୭୪ ମସିହାରେ ଭାରତର କଚ୍ଚାଥିବୁ ଦ୍ୱୀପକୁ କିଭଳି ଶ୍ରୀଲଙ୍କାକୁ ଦିଆ ଯାଇଥିଲା ତାହା ପ୍ରକାଶ ପାଇଥିଲା ।

ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିଏମକେକୁ ଘେରିଛନ୍ତି । ରିପୋର୍ଟ ଅନୁସାରେ, ୧୯୭୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କଚ୍ଚାଥିବୁ ନିଷ୍ପତ୍ତି ବାବଦରେ ତତ୍କାଳୀନ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍ କରୁଣାନିଧି ଜାଣିଥିଲେ । ଏପରିକି ସେ ଇନ୍ଦିରାଙ୍କ ନିଷ୍ପତ୍ତି ସହ ସହମତି ପ୍ରକାଶ କରିଥିଲେ ।

ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ କଂଗ୍ରେସ ଓ ଡିଏମକେକୁ ଘେରିଛନ୍ତି । କହିଛନ୍ତି, ୨ ଦଳର ଚିନ୍ତା କେବଳ ପରିବାର । ସେମାନଙ୍କ ପୁଅଝିଅ କିଭଳି ଆଗକୁ ବଢ଼ିବେ । ସେମାନଙ୍କୁ ଆଉ କାହାର ଚିନ୍ତା ନାହିଁ । କଚ୍ଚାଥିବୁ ଦ୍ୱୀପକୁ ନେଇ ସେମାନଙ୍କ ସମ୍ବେଦନହିନତା ଲାଗି ଗରିବ ମତ୍ସ୍ୟଜୀବୀଙ୍କ ଅଧିକାର କ୍ଷତିଗ୍ରସ୍ତ ହୋଇଛି ।

ଭାରତ ମହାସାଗରରେ ଥିବା କଚ୍ଚାଥିବୁ ଦ୍ୱୀପ ରାମେଶ୍ୱରମ ଓ ଶ୍ରୀଲଙ୍କା ମଝିରେ ପଡ଼େ । ଯାହାକି ୧୭ବିଂଶ ଶତାବ୍ଦୀରେ ମଦୁରାଇ ରାଜା ରାମାନନ୍ଦଙ୍କ ଅଧିନରେ ଥିଲା । ଇଂରେଜ ଶାସନ ସମୟରେ ମାଡ୍ରାସ ପ୍ରେସିଡେନ୍ସି ହାତକୁ ଚାଲି ଯାଇଥିଲା । ୧୯୨୧ରେ ମାଛ ଧରିବା ଲାଗି ଶ୍ରୀଲଙ୍କା ଓ ଭାରତ ଦ୍ୱୀପକୁ ନିଜର କହିଥିଲେ । 

ସ୍ୱାଧୀନତା ପରେ ୧୯୭୪-୭୬ରେ ସାମୁଦ୍ରିକ ସୀମାକୁ ନେଇ ୪ଟି ଚୁକ୍ତି ହୋଇଥିଲା । ଯାହା ଅନୁସାରେ, ଭାରତୀୟ ମତ୍ସ୍ୟଜୀବୀ ସେଠାରେ ଜାଲ ଶୁଖାଇବା ସହ ଆରାମ କରି ପାରିବେ । ଚୁକ୍ତି ଅନୁସାରେ, କଚ୍ଚାଥିବୁ ଦ୍ୱୀପ ଶ୍ରୀଲଙ୍କାର । ଦ୍ୱୀପରେ ଥିବା ଚର୍ଚ୍ଚକୁ ଭାରତୀୟ ନାଗରିକ ବିନା ଭିସାରେ ଯାଇ ପାରିବେ । ତେବେ ଏହି ଦ୍ୱୀପରେ ଭାରତୀୟ ନାଗରିକ ମାଛ ମାରିବା ଲାଗି ଅନୁମତି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.