ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିଜ ଫିଲ୍ମ ଲାଗି ଡବିଂ କରନ୍ତି କ୍ୟାଟ୍ରିନା, କ୍ୟାରିୟର ଆରମ୍ଭରୁ ନେଇଥିଲେ ହିନ୍ଦୀ ପ୍ରଶିକ୍ଷଣ

ନୂଆଦିଲ୍ଲୀ ୦୪/୦୩: କ୍ୟାଟ୍ରିନା କୈଫ୍‌ ବର୍ତ୍ତମାନ ସମୟରେ ବଲିଉଡ୍‌ର ଆଗଧାଡ଼ିର ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ । ବିଗତ ୨୦ ବର୍ଷ ମଧ୍ୟରେ ସେ ଅନେକଗୁଡିଏ ହିଟ୍‌ ଫିଲ୍ମ ଦେଇଛନ୍ତି । ସେଥିରେ ତାଙ୍କର ଉଚ୍ଚକୋଟୀର ଅଭିନୟକୁ ଦର୍ଶକୀୟ ସ୍ୱୀକୃତି ବି ମିଳିଛି । ନିକଟରେ ଏକ ସାକ୍ଷାତକାରରେ ସେ ନିଜ ଫିଲ୍ମଗୁଡି଼କ ଲାଗି ନିଜେ ହିଁ ଡବିଂ କରୁଥିବା ଖୁଲାସା କରିଛନ୍ତି । 

କ୍ୟାଟ୍ରିନା କହିଛନ୍ତି, କ୍ୟାରିୟରର ଆରମ୍ଭ ସମୟରେ ମୋର ଫିଲ୍ମଗୁଡ଼ିକରେ ଜଣେ ଡବିଂ କଳାକାର ମୋ ପାଇଁ ଡବିଂ କରିଥିବା କିଛି ରିପୋର୍ଟରେ ଦାବି କରାଯାଏ । କିନ୍ତୁ ତାହା ଠିକ୍‌ ନୁହେଁ । କାରଣ ମୁଁ କ୍ୟାରିୟର ଆରମ୍ଭ ସମୟରେ ହିଁ ହିନ୍ଦୀ ପ୍ରଶିକ୍ଷଣ ନେବା ଆରମ୍ଭ କରିଦେଇଥିଲି । ଜ୍ୟାକି ଶ୍ରଫ୍‌ ମୋତେ ହିନ୍ଦୀ ଶିଖିବା ଲାଗି କହିଥିଲେ । ତାହା ମୋ’ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଥିଲା । କାରଣ ସୁଟିଂ ସେଟ୍‌ରେ ବହୁତ ଲୋକ ହିନ୍ଦୀରେ ଲେଖୁଥିଲେ । ଏଭଳିସ୍ଥଳରେ ମୁଁ ହିନ୍ଦୀ ଶିଖିବା ଉପରେ ଗୁରୁତ୍ୱ ଦେଲି । ହିନ୍ଦୀ ଶିଖିବା ଲାଗି ମୋର ସହକଳାକାର ମାନେ ଖୁବ୍‌ ସହଯୋଗ ବି କଲେ । ସେହି ନିଷ୍ପତ୍ତି ମୋତେ ରକ୍ଷା କରିଦେଲା । ମୋର ସବୁ ଫିଲ୍ମ ଲାଗି ମୁଁ ନିଜେ ହିଁ ଡବିଂ କରିଛି । ଶେଷଥର ଲାଗି କ୍ୟାଟ୍ରିନାଙ୍କୁ ‘ମେରି କ୍ରିସମାସ୍‌’ରେ ଦେଖିବାକୁ ମିଳିଥିଲା । ସେଥିରେ ତାଙ୍କ ସହିତ ବିଜୟ ସେତୁପତି ସ୍କ୍ରିନ୍‌ ଶେୟାର କରିଥିଲେ । ଫିଲ୍ମଟି ଉଭୟ ତାମିଲ ଓ ହିନ୍ଦୀ ଭାଷାରେ ରିଲିଜ୍‌ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.