ପ୍ରମୂଖ ଖବର
  • ସାଲେପୁର : ଝରକା ଚାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ବଲିଉଡ୍‌ ଡେବ୍ୟୁ କରିବେ କୀର୍ତ୍ତି ସୁରେଶ, ‘ବେବି ଜନ୍‌’ରେ ବରୁଣଙ୍କ ସହ କରିବେ ସ୍କ୍ରିନ୍‌ ସେୟାର୍‌

ମୁମ୍ବାଇ ୦୨/୦୯: ଦକ୍ଷିଣ ଭାରତୀୟ ଅଭିନେତ୍ରୀ କୀର୍ତ୍ତି ସୁରେଶ ଆଗକୁ ‘ବେବି ଜନ୍‌’ ମାଧ୍ୟମରେ ବଲିଉଡ୍‌ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହା ଥଲାପତି ବିଜୟଙ୍କ ଅଭିନୀତ ତାମିଲ ବ୍ଲକ୍‌ବ୍ଲଷ୍ଟର ‘ଥେରି’ର ରିମେକ୍‌ । ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନେତା ବରୁଣ ଧୱନଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମ ଜରିଆରେ କୀର୍ତ୍ତି ହିନ୍ଦୀ ଭାଷୀ ଦର୍ଶକଙ୍କ ପ୍ରଶଂସା ସାଉଣ୍ଟିବାକୁ ଲକ୍ଷ୍ୟ ରଖିଛନ୍ତି । 

କୀର୍ତ୍ତି କହିଛନ୍ତି, ମୋତେ ଏଥିରେ ଏକ ପ୍ରଭାବଶାଳୀ ଭୂମିକାରେ ଦେଖିବାକୁ ମିଳିବ । ଏହି ଆକ୍ସନ୍‌ ଥ୍ରିଲର ଫିଲ୍ମଟି ମୋର କ୍ୟାରିୟରକୁ ଏକ ନୂଆ ମୋଡ଼ ଦେବ ବୋଲି ଆଶା ରଖିଛି । ‘ବେବି ଜନ୍‌’କୁ କାଲିସ୍‌ ନିର୍ଦ୍ଦେଶନା ଦେଉଥିବାବେଳେ ଅଟ୍‌ଲି, ମୁରାଦ୍‌ ଖେତାନି ଓ ଜ୍ୟୋତି ଦେଶପାଣ୍ଡେ ପ୍ରଯୋଜନାରେ ଅଛନ୍ତି । ଚଳିତବର୍ଷ ଡିସେମ୍ବର ୨୫ ତାରିଖରେ ଏହା ରିଲିଜ୍‌ ହେବ । କୀର୍ତ୍ତି ଓ ବରୁଣଙ୍କ ସହିତ ସେଥିରେ ୱାମିକା ଗବି, ଜ୍ୟାକି ଶ୍ରଫ୍‌ଙ୍କୁ ମଧ୍ୟ ଦେଖିବାକୁ ମିଳିବ । ୨୦୧୬ରେ ରିଲିଜ୍‌ ହୋଇଥିବା ‘ଥେରି’ରେ ଥାଲାପତି ବିଜୟଙ୍କ ବିପକ୍ଷରେ ସାମନ୍ଥା ରୁଥ୍‌ ପ୍ରଭୁଙ୍କୁ ଦେଖିବାକୁ ମିଳିଥିଲା । ସେପଟେ ‘ବେବି ଜନ୍‌’କୁ ବାଦ୍‌ ଦେଲେ କୀର୍ତ୍ତିଙ୍କ ହାତରେ ୩ଟି ତାମିଲ ପ୍ରୋଜେକ୍ଟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.