ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

G 20 ପୂର୍ବରୁ ଦିଲ୍ଲୀରେ ଗଡିଲା ୪ ଶହ ଅତ୍ୟାଧୁନିକ ଇଲେକଟ୍ରିକ୍ ବସ୍, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ଏବଂ ଉପ ରାଜ୍ୟପାଳ...

ନୂଆଦିଲ୍ଲୀ: ଦିଲ୍ଲୀରେ ୪ ଶହ ନୂତନ ଇଲେକ୍ଟ୍ରିକ୍ ବସ୍‌ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏବଂ ଏଲ.ଜି ଭି.କେ ସାକ୍ସେନା । ଏହି ସମସ୍ତ ନୂତନ ଇଲେକଟ୍ରିକ୍ ବସ୍ ଆଧୁନିକ ସୁବିଧା ସହିତ ସଜ୍ଜିତ ରହିଛି । ଏସବୁ ବସ୍ ଗୁଡିକ ନିମ୍ନ ମହଲା ବସ୍ ଏବଂ ହାଇଡ୍ରୋଲିକ୍ ଲିଫ୍ଟ ସହିତ ସଜ୍ଜିତ । ହ୍ୱିଲ ଚେୟାରରେ ବସିଥିବା ଲୋକଙ୍କୁ ମଧ୍ୟ ଏହି ବସ୍‌ରେ ଯିବାରେ କୌଣସି ଅସୁବିଧା ହେବ ନାହିଁ । ଏହା ସହିତ ଜିପିଏସ୍ ଟ୍ରାକର, ପାନିକ୍ ବଟନ୍ ଏବଂ ସିସିଟିଭି କ୍ୟାମେରା ଇତ୍ୟାଦି ସୁବିଧା ମଧ୍ୟ ଏହି ବସ୍ ଗୁଡିକରେ ଉପଲବ୍ଧ ରହିଛି । 

 ସୂଚନାଥାଉକି, ୮ ରୁ ୧୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଦେଶର ରାଜଧାନୀ ଦିଲ୍ଲୀରେ G20 ସମ୍ମିଳନୀ ଆୟୋଜିତ ହେଉଛି । ଭାରତ ଜି -20 ଶିଖର ସମ୍ମିଳନୀ ଆୟୋଜନ କରୁଛି । ଏହାକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା କରାଯାଉଛି । ଏହି ଶିଖର ସମ୍ମିଳନୀ ପୂର୍ବରୁ କେଜ୍ରିୱାଲ ସରକାର ୪ ଶହ ଇଲେକ୍ଟ୍ରିକ୍ ବସ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏବେ ଆସନ୍ତୁ ଜାଣିବା ଏହି ବସ୍ ଗୁଡିକର ବିଶେଷତା ବିଷୟରେ...

 ଏହି ଇଲେକ୍ଟ୍ରିକ୍ ବସ୍ ଗୁଡିକ ଜିରୋ(ZERO) ପ୍ରଦୂଷଣ କରନ୍ତି । ଯଦି ଏଗୁଡିକର ରେଞ୍ଜ ବିଷୟରେ କହିବା ତେବେ ଗୋଟିଏ ଥର ଚାର୍ଜରେ ୨୨୫ କିଲୋମିଟର ପର୍ଯ୍ୟନ୍ତ ଚଲାଇ ପାରିବେ । ମୋଟାମୋଟି ଗୋଟିଏ ଥର ଚାର୍ଜରେ ଗୋଟିଏ ଦିନ ପାଇଁ ଚଲାଯାଇ ପାରିବ । ଏହି ସମସ୍ତ ବସ୍ ସଂପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ରହିଛି । ଯାହା ଫଳରେ ଖରା ଦିନେ ଯାତ୍ରା କରିବା ସମୟରେ ଯାତ୍ରୀଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଏହି ବସ୍ ଗୁଡିକରେ ଭିନ୍ନକ୍ଷମଙ୍କ ପାଇଁ ହ୍ବିଲ ଚେୟାର ଯୋଗାଇ ଦିଆଯାଇଛି, ଯାହା ଦ୍ବାରା ସେମାନେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବେ ନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.