ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ଅମିତ ଶାହଙ୍କୁ ପ୍ରଧାନମନ୍ତ୍ରୀ କରିବ ବିଜେପି, ଯୋଗୀଙ୍କୁ ଦୁଇ ମାସରେ ପଦରୁ ହଟାଇବ’: କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆମ୍‌ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଯୋଗୀ ଆଦିତ୍ୟନାଥ ଏବଂ ଅମିତ ଶାହଙ୍କୁ ନେଇ ବଡ଼ ଦାବି କରିଛନ୍ତି । କେଜ୍ରିଓ୍ବାଲ କହିଛନ୍ତି ଯେ, ଯଦି ବିଜେପି ନିର୍ବାଚନରେ ବିଜୟୀ ହୁଏ ତେବେ ଅମିତ ଶାହ ପ୍ରଧାନମନ୍ତ୍ରୀ ହେବେ । ପ୍ରଧାନମନ୍ତ୍ରୀ ମୋଦୀ ଅମିତ ଶାହଙ୍କ ପାଇଁ ଭୋଟ ମାଗୁଛନ୍ତି । ଆପ୍‌ ମୁଖ୍ୟ ଆହୁରି କହିଛନ୍ତି ଯେ, ଦୁଇ ମାସ ଭିତରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପଦରୁ ହଟାଇବ ବିଜେପି । ଲକ୍ଷ୍ନୌରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସହ ମିଳିତ ସାମ୍ବାଦିକ ସମ୍ମଳନୀରେ ବିଜେପି ଉପରେ ଖୁବ ବର୍ଷିଛନ୍ତି କେଜ୍ରିଓ୍ବାଲ ।

ସେ କହିଛନ୍ତି ଯେ, ବିଜେପିର ଲକ୍ଷ ସମ୍ବିଧାନକୁ ବଦଳାଇବ । ଏଥିପାଇଁ ୪୦୦ ପାର ନାରା ଦିଆଯାଉଛି । ଏହା ସହ ଲକ୍ଷ୍ନୌ ଜନତାକୁ ଇଣ୍ଡି ମେଣ୍ଟକୁ ଭୋଟ୍‌ ଦେବାକୁ ଅପିଲ କରିଛନ୍ତି କେଜ୍ରିଓ୍ବାଲ । ଏହି ସମୟରେ ସେ ୪ଟି ପ୍ରସଙ୍ଗ ଉପରେ  କହିଛନ୍ତି  । ପ୍ରଥମରେ ପ୍ରଧାନମନ୍ତ୍ରୀ ମୋଦୀ ଅମିତ ଶାହଙ୍କୁ ପ୍ରଧାନମନ୍ତ୍ରୀ କରାଇବାକୁ ଭୋଟ୍‌ ମାଗୁଛନ୍ତି । ଦ୍ବିତୀୟ କଥା ହେଲା, ବିଜେପି ସରକାରକୁ ଆସିଲେ ୨-୩ ମାସ ମଧ୍ୟରେ ଯୋଗୀ ଆଦିତ୍ୟନାଥଙ୍କୁ ପଦରୁ ହଟାଇ ଦେବ । 

 ତୃତୀୟରେ- ସୋମନେ ସମ୍ବିଧାନ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏହା ସହ ଏସସି, ଏସଟିଙ୍କ ସଂରକ୍ଷଣକୁ ହଟାଇ ଦେବେ । କେଜ୍ରିଓ୍ବାଲଙ୍କ ଅନୁସାରେ ଚତୁର୍ଥ କଥାଟି ହେଉଛି, ଜୁନ୍‌ ୪ରେ ଇଣ୍ଡି ମେଣ୍ଟ କ୍ଷମତାକୁ ଆସିବ । ଏହା ବ୍ୟତୀତ କେଜ୍ରିଓ୍ବାଲ ପିଏମ ମୋଦୀଙ୍କ ଅବସର ସଂପର୍କରେ ମଧ୍ୟ ଭବିଷ୍ୟବାଣୀ କରିଛନ୍ତି  । ସେ କହିଛନ୍ତି ଯେ, ‘ପ୍ରଧାନମନ୍ତ୍ରୀ ମୋଦୀ ୧୭ ସେପ୍ଟେମ୍ବର ୨୦୨୫ରେ ୭୫ ବର୍ଷରେ ପଦାର୍ପଣ କରିବେ । ତେଣୁ ସେ ଅମିତ ଶାହଙ୍କୁ ପ୍ରଧାନମନ୍ତ୍ରୀ କରାଇବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ଏବେ ଯାଏଁ କହିନାହାନ୍ତି ଯେ, ସେ ଅବସର ନେବେ କି ନାହିଁ । କିନ୍ତୁ ସେ ଏହି ନିୟମ କରିଥିଲେ । ମୋର ପୂରା ବିଶ୍ବାସ ରହିଛି ସେ ଏହି ନିୟମ ପାଳନ କରିବେ ।’  

ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ବିଜେପିକୁ ମିଳିବାକୁ ଥିବା ସିଟ୍‌ ସଂପର୍କରେ କହିଛନ୍ତି । କେଜ୍ରିଓ୍ବାଲ କହିଛନ୍ତି, ତଥ୍ୟରୁ ଜଣାପଡ଼ିଛି ବିଜେପିକୁ ୨୨୦ରୁ ବି କମ୍ ଆସନ ମିଳିବ ।ହରିୟାଣା, ଦିଲ୍ଲୀ, ପଞ୍ଜାବ, କର୍ଣ୍ଣାଟକ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଏବଂ ରାଜସ୍ଥାନରେ ବିଜେପିର ସିଟ୍‌ ସଂଖ୍ୟା କମୁଛି । ବିଜେପି କ୍ଷମତାକୁ ଫେରିବ ନାହିଁ । ଇଣ୍ଡି ମେଣ୍ଟର ସରକାର ହେବାକୁ ଯାଉଛି ବୋଲି କହିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ ।  

  • lok sabha election 2024
  • Arvind Kejriwal
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.