ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୫ ଜଣିଆ ଡକାୟତ ଦଳକୁ ଗିରଫ କଲା କେନ୍ଦ୍ରାପଡ଼ା ପୋଲିସ୍, ସୁନା ଓ ରୂପା ଗହଣା ସହ ଏକାଧିକ ମୋବାଇଲ ଫୋନ୍ ଜବତ

କେନ୍ଦ୍ରାପଡ଼ା, ୨୫।୩: ୫ ଜାଣିଆ ଡକାୟତ ଦଳକୁ ଗିରଫ କରିଛି କେନ୍ଦ୍ରାପଡ଼ା ପୋଲିସ୍ l ଏଥିରେ ୩ ଜଣ ଡକାୟତ ଦଳର ସଦସ୍ୟ ଥିବା ବେଳେ ୨ ଜଣ ଚୋରି ସାମଗ୍ରୀ କିଣିଥିବା ବ୍ୟବସାୟୀ ରହିଛନ୍ତି l ଏହି ଡକାୟତ ଦଳଠାରୁ ଏକ ପଲସର ମଟର ସାଇକେଲ, ସୁନା ଓ ରୂପା ଗହଣା, ନଗଦ ଟଙ୍କା ସମେତ ଏକାଧିକ ମୋବାଇଲ ଫୋନ ଜବତ୍ କରିଛି ପୋଲିସ l ଗିରଫ ଡକାୟତମାନେ ହେଲେ ରଞ୍ଜନ ଦାସ, ବବିନା ଦାସ, ବାପୁନ ଦାସ l ଚୋରି ସାମଗ୍ରୀ କିଣିଥିବା ବ୍ୟବସାୟୀ ହେଲେ ରାମଚନ୍ଦ୍ର ସାହୁ ଓ କାର୍ତିକ ସାହୁ l 

ମାର୍ଚ୍ଚ ୧୭ ତାରିଖରେ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବଡ଼ମୂଳବସନ୍ତ ଗାଁର ଭୀମସେନ୍ ପ୍ରଧାନଙ୍କ ଘରେ ବିଳମ୍ବିତ ରାତିରେ ହୋଇଥିବା ଡକାୟତି ଘଟଣାରେ ରାଜନଗର ପୋଲିସ ଲକ୍ଷ୍ମଣ ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା l ଲକ୍ଷ୍ମଣଠାରୁ ମିଳିଥିବା ସୂଚନା ଆଧାରରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା l ଏମାନେ ସମସ୍ତେ କେଳା ସମ୍ପ୍ରଦାୟର l ଦିନରେ ଠାବ କରି ରାତିରେ ଘରେ ପଶି ଡକାୟତି କରିବା ଏମାନଙ୍କର କାମ l ଗିରଫ ରଞ୍ଜନ ଦାସର ଘର ବାଲେଶ୍ୱର ଜିଲ୍ଲା ଅବଜୁଣ ଗାଁରେ ବୋଲି ପୋଲିସ୍ ସୂଚନା ଦେଇଛି l ଗିରଫ ଡକାୟତମାନଙ୍କ ନାଁରେ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ, ରାଜନଗର, ପଟ୍ଟାମୁଣ୍ଡାଇ, ପାଟକୁରା, କୁଦା ନଗରୀ, ଟାଉନ୍ ଥାନା ସମେତ ଜଗତ୍ସିଂହପୁରର ତିର୍ତ୍ତୋଲ ଥାନାରେ ମଧ୍ୟ ମାମଲା ରହିଥିବା କେନ୍ଦ୍ରାପଡ଼ା ଏସ୍‌ପି ସିଦ୍ଧାର୍ଥ କଟାରିଆ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.