ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ହେବ ଶେଷକୃତ୍ୟ, ଆଜି ସମାଧି ମଠରେ ଅନ୍ତ୍ୟେଷ୍ଟି କ୍ରିୟା

ଖଲ୍ଲିକୋଟ ୧୧/୦୨: ଖଲ୍ଲିକୋଟ ରାଣୀମା’ଙ୍କ ବିୟୋଗ ପରେ ଖଲ୍ଲିକୋଟ ଓ  କବିସୂର୍ଯ୍ୟନଗର ମାଟି ସହ ସାରା ଗଞ୍ଜାମ ଜିଲ୍ଲା ତାଙ୍କୁ ଝୁରୁଛି ।  ଖଲ୍ଲିକୋଟର ରାଣୀମା’ ତଥା ରାଜମାତା ସେଠିକାର ବାସିନ୍ଦାଙ୍କ ମନ ଓ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସର୍ବଦା ପାଇ ଆସିଥିଲା । ରମ୍ଭାରେ  ଥିବା ତାଙ୍କ ରାଜନଅର, ମନ୍ଦିରର ପୂଜକଙ୍କ ଠାରୁ ଆରମ୍ଭ କରି ବହୁ  ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଝୁରି ହେଉଛନ୍ତି । ରାଣୀ ସାହେବା ଭି. ସୁଜ୍ଞାନ  କୁମାରୀ ଦେଓଙ୍କ ପରଲୋକ ଖବର ସକାଳୁ ପ୍ରଚାରିତ ହେବା ପରେ ଖଲ୍ଲିକୋଟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସମସ୍ତଙ୍କ  ମୁହଁରେ କେବଳ ଗୋଟିଏ କଥା- ରାଣୀ ମାଆ ଚାଲିଗଲେ ।  ସ୍ୱତଃପ୍ରବୃତ୍ତ ଭାବେ ଦୋକାନ ବଜାର ବନ୍ଦ ରହିଥିଲା । 

ଖଲ୍ଲିକୋଟ  ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପଛପଟେ ରାଜପରିବାର ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର  ଶ୍ମଶାନ (ସମାଧି ମଠ)ରେ ରବିବାର ତାଙ୍କର ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହେବ । ରବିବାର ଦିନତମାମ ଅନ୍ତିମ ଦର୍ଶନ ପରେ ଏକ  ବିରାଟ ଶୋଭାଯାତ୍ରାରେ ପାର୍ଥିବ ଶରୀରକୁ ନଗର ପରିକ୍ରମା  କରାଯିବ । ଅପରାହ୍ନ ୩ଟାରେ ଏକ ଅନ୍ତିମ ସଂସ୍କାର କରାଯିବ  ବୋଲି ଜଣାଯାଇଛି । ପୋଷ୍ୟ ପୁତ୍ର ଡାକ୍ତର ସାକେତ ରାମା ରାଓ  ମୁଖାଗ୍ନି ଦେବେ ବୋଲି ଜଣାଯାଇଛି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.