ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟିକଟ୍‌ ଟେନସନ୍‌ରେ ରଘୁ, ବିଭୂତି ଓ କାଳୁ, ଦଳଡିଆଁ ନେତା କରୁଛନ୍ତି ଲବି

ଖୋର୍ଦ୍ଧା,୨୫/୦୩: ହଟିଲା ମେଣ୍ଟ ସମ୍ଭାବନା । ଦଳଡିଆଁଙ୍କ ପାଇଁ ଟିକେଟ୍‌  କଟିବା ଆଶାରେ ବିଜେଡ଼ିର ରଘୁନାଥ ସାହୁ, ବିଭୂତି ବଳବନ୍ତରାୟ ଓ ବିଜେପିରୁ କାଳୁ ଖଣ୍ଡେଇତରାୟଙ୍କ ଟେନସନ ବଢିଯାଇଛି ।  

କଂଗ୍ରେସ ଛାଡ଼ିବା ପରେ ରଘୁନାଥ ସାହୁ ଚିଲିକାରୁ ବିଜେଡ଼ି ପ୍ରାର୍ଥୀ ଭାବେ  ୨୦୦୯ରେ ବିଜୟୀ ହୋିଥିଲେ ।  ୨୦୧୪ରେ ସେ ସ୍ୱଳ୍ପ ବ୍ୟବଧାନରେ  ବିଜେପି ପ୍ରାର୍ଥୀଙ୍କଠାରୁ ପରାଜିତ  ହୋଇଥିଲେ । ୨୦୧୯ରେ ବିଜେଡ଼ି  ଏଠାରେ ପ୍ରଶାନ୍ତ ଜଗଦେବଙ୍କୁ ପ୍ରାର୍ଥୀ  କରିଥିଲା । ଶ୍ରୀ ଜଗଦ୍ଦେବ ବିଜେପିରେ ମିଶିବା ପରେ ରଘୁନାଥଙ୍କ ଟିକଟ୍‌ ଏଥର ପକ୍କା ବୋଲି ତାଙ୍କ ସମର୍ଥକ କହି  ବୁଲୁଥିଲେ । ଚିଲିକାରୁ ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ ପ୍ରାର୍ଥୀ ହେବେ ବୋଲି ଜଣାପଡିବା ପରେ ରଘୁନାଥଙ୍କ ସମର୍ଥକ  ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିଛନ୍ତି ।  

ଖୋର୍ଦ୍ଧାରେ ବିଧାୟକ ଜ୍ୟୋତିରିନ୍ଦ୍ର  ନାଥ ମିତ୍ର, ବେଗୁନିଆ ବିଧାୟକ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଓ  ବାସନ୍ତୀ ମହାପାତ୍ର ବିଜେଡ଼ି ଟିକେଟ୍‌  ଆଶାୟୀ ଦୌଡ଼ରେ । ବିଜେପି ଗତ  ଥର ପ୍ରାର୍ଥୀ କାଳୁ ଖଣ୍ଡେଇତରାୟଙ୍କୁ  ଏଥର ମଇଦାନକୁ ଛାଡ଼ିବ ବୋଲି ଆଶା କରାଯାଉଥିଲା। ଚିଲିକା ବିଧାୟକ  ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ  ଯୋଗଦେବା ଓ ଖୋର୍ଦ୍ଧାରେ ଲଢିବା  ନେଇ ଆଗ୍ରହ ପ୍ରକାଇ କରିବା ପରେ କାଳୁ ଖଣ୍ଡେଇତରାୟଙ୍କ ନିଦ  ହଜିଯାଇଛି । 

ଜଟଣୀରୁ ବିଧାୟକ ସୁରେଶ ରାଉତରାୟ ରାଜନୀତିରୁ ଅବସର ନେବା ପରେ ସାନ ପୁଅ  ମନ୍ମଥ ରାଉତରାୟ ଜଟଣୀରେ ଲଢିବା ଘୋଷଣା କରିଛନ୍ତି । ମାତ୍ର ମନ୍ମଥ  କଂଗ୍ରେସରୁ ପ୍ରାର୍ଥୀ ହେବେନି ବୋଲି ମନା  କରିବା ପରେ ଜଟଣୀରେ ରାଜନୈତିକ ସମୀକରଣ ବଦଳୁଛି । ଜିଲ୍ଳା ବିଜେଡ଼ି ସଭାପତି ବିଭୂତି ବଳବନ୍ତରାୟ ପ୍ରାର୍ଥୀ ହେବେ ବୋଲି ଅନୁମାନ କରାଯାଉଛି । କିନ୍ତୁ ମନ୍ମଥ ହୋଲି ପରେ ବିଜେଡ଼ିରେ ଯୋଗ ଦେବେ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି । ମନ୍ମଥ ବିଜେଡ଼ିରେ ମିଶିଲେ ବିଭୂତି ବଳବନ୍ତରାୟ ଟିକଟ୍‌ ଟେନସନ୍‌  ବଢ଼ିଯିବ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.