ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କ୍ରିକେଟର ହୋଇ ନଥିଲେ କ’ଣ କରିଥାନ୍ତେ କେଏଲ୍‌ ରାହୁଲ ?

Image Courtesy: hindustantimes

ବେଙ୍ଗାଲୁରୁ: ୧୯୯୨ ଏପ୍ରିଲ ୧୮ରେ ବେଙ୍ଗାଲୁରୁରେ ଜନ୍ମ ଗ୍ରହଣ କରିଥିଲେ କେଏଲ ରାହୁଲ । ତାଙ୍କର ପୂରା ନାମ କନ୍ନୌର ଲୋକେଶ ରାହୁଲ । ହେଲେ ତାଙ୍କୁ କେଏଲ ରାହୁଲ ନାଁରେ ସମସ୍ତେ ଜାଣନ୍ତି । ଆଜି ରାହୁଲ ୩୨ ବର୍ଷରେ ପଦାର୍ପଣ କରିଛନ୍ତି । ବହୁ ବିଶିଷ୍ଟ ବ୍ୟକ୍ତି ରାହୁଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । କେଏଲ ରାହୁଲ କେବଳ ଯେ ଭାରତୀୟ କ୍ରିକେଟରେ ବଡ଼ ତା ନୁହେଁ ବିଶ୍ବ କ୍ରିକେଟ ଜଗତରେ ତାଙ୍କର ନିଆରା ପରିଚୟ ରହିଛି । ରାହୁଲଙ୍କ ପିତା ହେଉଛନ୍ତି ଡକ୍ଟର କେଏନ ଲୋକେଶ । ସେ କର୍ଣ୍ଣାଟକର ଥିବା ଏନଆଇଟିରେ ଡାଇରେକ୍ଟର ଥିଲେ । ଖାସ  ଏଥିପାଇଁ ତାଙ୍କ ପୁଅ ଜଣେ ଭଲ ଇଞ୍ଜିନିୟର ହେଉ ବୋଲି କେଏନ ଲୋକେଶ ଚାହୁଁଥିଲେ । ଏପରିକି ସେ ଇଞ୍ଜିନିୟର ହେବାକୁ ପୁଅକୁ ବୁଝାଇଥିଲେ । କିନ୍ତୁ କେଏଲ ରାହୁଲଙ୍କ ମନ କ୍ରିକେଟରେ ଲାଗିଯାଇଥିଲା । 

ପାଠପଢ଼ାରେ ରାହୁଲ ଖୁବ ଭଲ ପ୍ରଦର୍ଶନ କରୁଥିଲେ । ଯଦିଓ ବାପା ତାଙ୍କୁ ଜଣେ ଇଞ୍ଜିନିୟର କରାଇବାକୁ ଚାହୁଁଥିଲେ କିନ୍ତୁ କ୍ରିକେଟ ଛାଡ଼ିବାକୁ ପ୍ରସ୍ତୁତ ନଥିଲେ ରାହୁଲ ।  ସେ ୧୦ ବର୍ଷ ବୟସରୁ ମାଙ୍ଗାଲୋର କ୍ରିକେଟ କ୍ଲବରେ ସାମିଲ ହେବା ସହ କ୍ରିକେଟରେ କ୍ୟାରିୟର କରିବାକୁ ସ୍ଥିର କରିଥିଲେ । ଡୋମେଷ୍ଟିକ୍‌ କ୍ରିକେଟରେ ସଂଘର୍ଷ କରିବା ପରେ ୨୦୧୪ରେ ଭାରତୀୟ କ୍ରିକେଟ ଟିମରେ ସ୍ଥାନ ପାଇଥିଲେ । ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ ରାହୁଲ । ବର୍ତ୍ତମାନ ସୁଦ୍ଧା ୫୦ ଟେଷ୍ଟ ମ୍ୟାଚ୍ ଖେଳିବା ସହ ରାହୁଲ ୨୮୬୩ ରନ୍‌ କରିଛନ୍ତି । ସେହିଭଳି ୭୫ଟି ଦିନିକିଆରେ ୨୮୨୦ କରିଥିବା ବେଳେ ୭୨ଟି ଟି-୨୦ ମ୍ୟାଚ ଖେଳି ୨୨୬୫ ରନ୍ କରିଛନ୍ତି କେଏଲ ରାହୁଲ ।

ଗୋଟିଏ ସମୟ ଥିଲା ରାହୁଲଙ୍କ ବାପା ତାଙ୍କୁ କ୍ରିକେଟରୁ ଦୂରେଇ ନେଇ ଇଞ୍ଜିନିୟର କରାଇବାକୁ ଚାହୁଁଥିଲେ । କିନ୍ତୁ ଆଜି ସେହି ରାହୁଲ କ୍ରିକେଟ ଜଗତର ଏକ ପରିଚିତ ଚେହେରା । ବର୍ତ୍ତମାନ ସମୟରେ ଦୁନିଆର ସବୁଠୁ ବଡ଼ କ୍ରିକେଟ ଲିଗ୍‌ ଆଇପିଏଲର ଏକ ଟିମ୍‌ର ଅଧିନାୟକ କେଏଲ ରାହୁଲ । ସେ ୨୦୨୨ରୁ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସର ଅଧିନାୟକ । ତାଙ୍କ ନେତୃତ୍ବରେ ଏଲଏସଜି ଦୁଇ ଥର ପ୍ଲେଅଫରେ ପହଞ୍ଚିଛି । ଯଦିଓ ତାଙ୍କ ଟିମ୍‌ ଚାମ୍ପିୟନ୍‌ ହୋଇନାହିଁ ତଥାପି ଚଳିତ ସିଜନରେ ତାଙ୍କ ଟିମ୍‌ ମୁଜଭୁତର ସହ ପ୍ରଦର୍ଶନ ଜାରି ରଖିଛି । ଏଲଏସଜି ୬ଟି ମ୍ୟାଚ୍‌ରୁ ୩ଟିରେ ବିଜୟ ହାସଲ କରିଛି । ଆଇପିଏଲର ପଏଣ୍ଟ ଟେବୁଲ୍‌ରେ ପଞ୍ଚମ ସ୍ଥାନରେ ରହିଛି କେଏଲ ରାହୁଲଙ୍କ ଟିମ୍‌ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ । ସେହିଭଳି ୬ ମ୍ୟାଚ୍‌ରେ ୨୦୪ ରନ୍‌ ସଂଗ୍ରହ କରିସାରିଛନ୍ତି କେଏଲ ରାହୁଲ । 

 

  • Indian cricket team
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.