ନୂଆଦିଲ୍ଲୀ ୧୭/୯: ଦେଶରେ ପାନ୍ କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କରିବା ପାଇଁ ପାନ୍ କାର୍ଡ ଜରୁରି ଏବଂ ବିନା ପାନ୍ କାର୍ଡରେ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କରିହେବନି । ଏହା ବ୍ୟତୀତ ବଡ ଆର୍ଥିକ ନେଣଦେଣ ପାଇଁ ମଧ୍ୟ ପାନ୍ କାର୍ଡର ଆବଶ୍ୟକତା ପଡିଥାଏ । ଏଭଳି କ୍ଷେତ୍ରରେ ଯଦି ଆପଣଙ୍କ ପାନ୍ କାର୍ଡ ପୁରୁଣା ହୋଇଯାଇଛି ତେବେ କିଛି ଖାସ୍ କଥାକୁ ଧ୍ୟାନରେ ରଖିବା ଉଚିତ୍ ।
ଲୋକଙ୍କ ପାଖରେ ଅନେକ ବର୍ଷ ଧରି ପାନ୍ କାର୍ଡ ରହିଛି । ଯଦି ପାନ୍ କାର୍ଡ ନେବା ୧୦,୨୦ ବା ୩୦ ବର୍ଷ ହୋଇଯାଇଛି ତେବେ ପାନ୍ କାର୍ଡ ଫିକା ପଡିପାରେ । ଏଥିରେ ଥିବା ହସ୍ତାକ୍ଷର ମଧ୍ୟ ଧୁଆଁଳିଆ ଦେଖାଯାଇପାରେ ଏବଂ ସ୍ପଷ୍ଟ ଦେଖାଯାଇନପାରେ । ଏଭଳି କ୍ଷେତ୍ରରେ ଯେବେ ପାନ୍ କାର୍ଡ କପି ମଧ୍ୟ ବାହାରେ ତେବେ ଲୋକମାନଙ୍କୁ ସଠିକ୍ ପ୍ରିଣ୍ଟ୍ ମିଳିପାରେନି । ତେଣୁ ଲୋକମାନଙ୍କ ମନରେ ପ୍ରଶ୍ନ ଉଠେ କି କଣ ପୁରୁଣା ପାନ୍ କାର୍ଡକୁ ନୂଆ ରୂପେ ବଦଳାଇବା ଆବଶ୍ୟକ ନା ବାଧ୍ୟତାମୂଳକ । ଆସନ୍ତୁ ଜାଣିବା ଏସମ୍ପର୍କରେ…
ଟ୍ୟାକ୍ସ ଏବଂ ଆଇନ୍ ବିଶେଷଜ୍ଞମାନେ କୁହନ୍ତି କି ପୁରୁଣା ପାନ୍ କାର୍ଡ ସମ୍ବନ୍ଧରେ ନିୟମ କଣ କୁହେ । ବିଶେଷଜ୍ଞମାନେ ଜଣାଇଛନ୍ତି କି ପୁରୁଣା ପାନ୍ କାର୍ଡକୁ ବଦଳାଇବା ବାଧ୍ୟତାମୂଳକ ନୁହେଁ କାରଣ ସ୍ଥାୟୀ ଖାତା ସଂଖ୍ୟା କରଦାତାଙ୍କ ପାଇଁ ସାରା ଜୀବନ ବୈଧ ରହିଥାଏ । ଯେଉଁ ପର୍ଯ୍ୟନ୍ତ ସେ ଏହାକୁ ରଦ୍ଦ ବା ସରେଣ୍ଡର କରିନାହାଁନ୍ତି ସେ ପର୍ଯ୍ୟନ୍ତ ଏହା ସେମିତି ରହିଥାଏ । ପୁରୁଣା ପାନ୍ କାର୍ଡକୁ ବଦଳାଇବା ପାଇଁ କୌଣସି ଖାସ୍ ନିୟମ ନାହିଁ । ତେବେ ପାନ୍ କାର୍ଡ ମୁଖ୍ୟ ରୂପେ ଟ୍ୟାକ୍ସ ଉଦ୍ଦେଶ୍ୟ ପାଇଁ କିନ୍ତୁ ଏହାକୁ ପରିଚୟ ପତ୍ର ପ୍ରମାଣ ରୂପେ ମଧ୍ୟ ବ୍ୟବହାର କରାଯାଏ । ଏଭଳି କ୍ଷେତ୍ରରେ କୌଣସି ବି ଅସୁବିଧାରୁ ରକ୍ଷା ପାଇଁ ଜରୁରି ଏହା କି ପାନ୍ କାର୍ଡରେ ଲିଖିତ ସୂଚନା ସ୍ପଷ୍ଟ ହେଉ ଯାହା ଫଳରେ ଆପଣଙ୍କ ପରିଚୟର ସତ୍ୟାପନ ହୋଇପାରିବ ।