ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ସିବିଆଇର ଷ୍ଟାଟସ୍‌ ରିପୋର୍ଟରେ ଖୁଲାସା, କୋଲକାତା ମାମଲାରେ ହୋଇନି ଗଣଦୁଷ୍କର୍ମ

Image Courtesy: moneycontrol

କୋଲକାତା: ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହି ମାମଲାରେ ସୁପ୍ରିମକୋର୍ଟରେ ସିବିଆଇ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିଛି । ସିବିଆଇ ଦ୍ବାରା ଏବେ ସୁଦ୍ଧା କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି ଯେ, ମୃତ ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ କେବଳ ସଞ୍ଜୟ ରୟର ସଂପୃକ୍ତି ଥିବା କୁହାଯାଇଛି । ଡାକ୍ତରଙ୍କ ସହିତ ଗଣଦୁଷ୍କର୍ମ ହୋଇନାହିଁ ବୋଲି ସିବିଆଇ ଷ୍ଟାଟସ୍‌ ରିପୋର୍ଟରେ ଦର୍ଶାଯାଇଛି । କିନ୍ତୁ ଏନେଇ ତଦନ୍ତ ଜାରି ରହିଛି । 

 ସିବିଆଇ ଫରେନ୍ସିକ ରିପୋର୍ଟ ଯାଞ୍ଚ କରିଛି । ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ୩୧ ବର୍ଷୀୟା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ କେବଳ ସଞ୍ଜୟ ରୟର ସଂପୃକ୍ତି ରହିଛି । ସୂତ୍ର ଆଧାରରେ ମିଳିଥିବା ସୂଚନାକୁ ଭିତ୍ତି କରି ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି । ସେପଟେ ଡିଏନଏ ରିପୋର୍ଟରେ ମଧ୍ୟ ଜଣେ ଲୋକଙ୍କ ସଂପୃକ୍ତି ନେଇ ଜଣାପଡ଼ିଛି । କିନ୍ତୁ ପୀଡ଼ିତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହେଉଥିଲା । 

 ସଞ୍ଜୟ ରୟକୁ ଅଗଷ୍ଟ ୧୦ରେ କୋଲକାତା ପୋଲିସ ଗିରଫ କରିଥିଲା ଏବଂ ପରେ ତାକୁ ସିବିଆଇକୁ ହସ୍ତାନ୍ତର କରିଥିଲା । ସେପଟେ ହସ୍ପିଟାଲର ସେମିନାର ହଲକୁ ସଞ୍ଜୟ ରୟ ପଶୁଥିବାର ସିସିଟିଭି ଫୁଟେଜ୍‌ ମଧ୍ୟ ଯାଞ୍ଚ ହୋଇଛି । ସେମିନାର ହଲରୁ ହିଁ ଡାକ୍ତରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଘଟଣାସ୍ଥଳରୁ ରୟ’ର ହେଡସେଟ୍‌ ମିଳିବା ପରେ ତାକୁ ଗିରଫ କରାଯାଇଥିଲା । ସବୁଠୁ ବଡ଼ କଥା ହେଉଛି, ସିବିଆଇ ତଦନ୍ତ ଜାରି ରଖିଛି । ମାମଲାରେ  ଅନ୍ୟ କେଉଁମାନଙ୍କ ସଂପୃକ୍ତି ରହିଛି ସେନେଇ ସିବିଆଇ ଖୋଳତାଡ କରୁଛି । ପରବର୍ତ୍ତୀ ସମୟରେ ମାମଲାରେ ଆଉ କିଛି ତଥ୍ୟ ସାମ୍ନାକୁ ଆସିପାରେ ।  

 ଅନ୍ୟପଟେ , କୋଲାକାତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଆନ୍ଦୋଳନରତ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ସୁପ୍ରିମକୋର୍ଟ କହିଥିବା ବେଳେ ଡାକ୍ତରଙ୍କ ବିରୋଧରେ କୌଣସି ଆକ୍ସନ ହେବ ନାହିଁ ବୋଲି ଆଶ୍ବସ୍ତ କରିଛନ୍ତି । ସେପଟେ ମୃତ ଡାକ୍ତରଙ୍କ ଶରୀରରୁ ୧୫୧ ଗ୍ରାମର ସିମେନ୍ ମିଳିଥିବା ନେଇ ଯେଉଁ ଦାବି କରାଯାଉଛି ତା ଉପରେ ସୁପ୍ରିମକୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ ଡିବେଟ ଉପରେ ଭାରସା ନକରିବାକୁ କହିଛନ୍ତି ସିଜେଆଇ ଡିଓ୍ବାଇ ଚନ୍ଦ୍ରଚୂଡ଼ ।

  • Kolkata doctor rape murder case
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.