ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୁମ୍ବାଇ ଇଣ୍ଡିଆନ୍ସକୁ ୧୫୮ ରନ୍‌ର ଟାର୍ଗେଟ ଦେଲା କେକେଆର

Image Courtesy: espncricinfo

କୋଲକାତା: ଆଇପିଏଲର ୨୦୨୪ର ୬୦ ତମ ମ୍ୟାଚ୍‌ରେ କୋଲକାତା ଏବଂ ମୁମ୍ବାଇ ମ୍ୟାଚକୁ ନେଇ ଚର୍ଚ୍ଚା । ବର୍ଷା ଯୋଗୁଁ ଟସ୍‌ ବିଳମ୍ବ ହେବାରୁ ୧୬ ଓଭର ବିଶିଷ୍ଟ ମ୍ୟାଚ୍‌ ହୋଇଛି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ନାଇଟ ରାଇଡର୍ସ (କେକେଆର) ନିର୍ଦ୍ଧାରିତ ଓଭରରେ ୭ ଓ୍ବିକେଟ ହରାଇ ୧୫୭ ରନ୍‌ କରିଛି ।

ଫିଲିଫ ସଲ୍ଟ ୬ ରନ୍ କରି ଆଉଟ ହୋଇଥିବା ବେଳେ ସୁନୀଲ ନରାୟଣ ବୁମରାଙ୍କ ବଲ ବୁଝି ନପାରି ବୋଲ୍ଡ ହୋଇଥିଲେ । ଏହା ପରେ ଭେଙ୍କଟେଶ ଆୟାର ସର୍ବାଧିକ ୪୨ ରନ୍‌ କରିଥିଲେ । ସେହିଭଳି ଶ୍ରେୟସ ଆୟର (୭), ନୀତିଶ ରାଣା (୩୩), ଆଣ୍ଡ୍ରେ  ରସେଲ (୨୪), ରିଙ୍କୁ ସିଂହ(୨୦), ରମଣଦୀପ ସିଂହଙ୍କ ଅପରାଜିତ ୧୭ ଏବଂ ମିଚେଲ ଷ୍ଟାର୍କଙ୍କ ଅପରାଜିତ ୨ ରନ୍‌ ବଳରେ ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ ୧୫୮ ରନ୍‌ ଟାର୍ଗେଟ ଦେଇଛି । 

ସେପଟେ ମୁମ୍ବାଇର ଜସପ୍ରୀତ ବୁମରା ଏବଂ ପୀୟୁଷ ଚାଓ୍ବଲା ୨ଟି ଲେଖାଏଁ ଓ୍ବିକେଟ ନେଇଛନ୍ତି । ସେହିଭଳି ନୁଆନ ତୁଷାରା ଏବଂ ଅଂଶୁଲ କମ୍ବୁଜ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି । ଆଜିର ମୁକାବିଲାରେ କୋଲକାତା ନାଇଟ ରାଇଡର୍ସ ବିଜୟୀ ହେଲେ ଔପଚାରିକ ଭାବେର ପ୍ଲେଅଫରେ ପହଞ୍ଚିବ ।

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.