ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେକେଆର୍‌ର ଶାଣିତ ବୋଲିଂ; ୧୫୯ରେ ଅଟକିଲା ହାଇଦ୍ରାବାଦ...

Image source: Cricbuzz

ଅହମ୍ମଦାବାଦ,୨୧/୦୫: ଆଇପିଏଲ୍‌  ୨୦୨୪ର ପ୍ର‌ଥମ କ୍ବାଲିଫାୟର ମ୍ୟାଚ୍‌ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ କୋଲକାତା ନାଇଟ୍‌ ରାଇଡର୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଛି। ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ସନ୍‌ରାଇଜର୍ସ ହାଇଦ୍ରାବାଦର ପ୍ରଦର୍ଶନ ପ୍ରଥମରୁ ନୈରାଶ୍ୟଜନକ ଥିଲା। ପ୍ରଥମ ଓଭର ଦ୍ବିତୀୟ ବଲ୍‌ରେ ଓ୍ବିକେଟ ହୋଇ ପାଭିଲିୟନ ଫେରିଥିଲେ ଟ୍ରେଭିସ୍‌ ହେଡ୍‌।

ପରେ ପରେ ଲଗାତର ଓ୍ବିକେଟ ହରାଇ ଚାଲିଥିଲା ହାଇଦ୍ରାବାଦ। ତେବେ ଦଳ ପାଇଁ ମଝିରେ ସଂକଟମୋଚକ ସାଜିଥିଲେ ରାହୁଲ ତ୍ରିପାଠୀ। ଦଳ ପକ୍ଷରୁ ରାହୁଲ ୩୫ ବଲ୍‌ରେ ଗୋଟିଏ ଛକା ୭ଟି ଚୌକା ସହାୟତାରେ ୫୫ ରନ୍‌ର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହେନ୍‌ରିଚ୍‌ କ୍ଳାସେନ ୨୧ ବଲ୍‌ରେ ଗୋଟିଏ ଛକା ୩ ଚୌକା ସହାୟତାରେ ୩୨ ରନ୍‌ କରିଥିଲେ। ଅଧିନାୟକ ପାଟ୍‌ କମିନ୍ସ ୨୪ ବଲ୍‌ରେ ୨ଟି ଚୌକା ଓ ୨ଟି ଛକା ସହାୟତାରେ ୩୦ ରନ୍‌ କରିଥିଲେ। ଅବ୍‌ଦୁଲ୍‌ ସମାଦ ୧୬ ରନ୍‌ କରିଥିବା ବେଳେ ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁପାରି ନଥିଲେ। ତେବେ ଦଳ ମାତ୍ର ୧୯.୩ ଓଭର ବେଳକୁ ସମସ୍ତ ଓ୍ବିକେଟ ହରାଇ ୧୫୯ ରନ୍‌ କରିଛି। ଏବେ କୋଲକାତା ଟିମ୍‌ ୧୬୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ। 

ଯଦି କୋଲକାତାର ବୋଲିଂ କଥା କୁହାଯାଏ ତେବେ ମିଚେଲ୍‌ ଷ୍ଟାର୍କ ୪ ଓଭର ବୋଲିଂ କରି ସର୍ବାଧିକ ୩ ଓ୍ବିକେଟ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତି ମଧ୍ୟ ୪ ଓଭର ବୋଲିଂ କରି ୨ଟି ଓ୍ବିକେଟ ନେଇଥିଲେ। ସେପଟେ ବୈଭବ ଆରୋରା, ହର୍ଷିତ ରାଣା, ସୁୁନିଲ ନାରିନ୍‌, ଆଣ୍ଡ୍ରେ ରସେଲ୍‌ଙ୍କୁ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.