ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ବବିଙ୍କ କୋରାପୁଟ କସରତ, କଂଗ୍ରେସକୁ ସମ୍ପୂର୍ଣ୍ଣ ମାତ୍‌ ଦେବାକୁ ଚାଲିଛି ରଣନୀତି

କୋରାପୁଟ,୧୮/୧୧: ଜିଲ୍ଲାରେ ଦୁର୍ବଳ ରହିଛି ବିଜେଡି ସଙ୍ଗଠନ । ବହୁ ନେତା ଓ କର୍ମୀ ଦଳ ଛାଡ଼ିବାକୁ ଯୋଜନା କରୁଛନ୍ତି । ଦଳୀୟ ଗୁଇନ୍ଦା ରିପୋର୍ଟ ଏହି ସୂଚନା ଦେବା ପରେ ଚିନ୍ତାରେ ପଡ଼ିଛି ରାଜ୍ୟ ସଂଗଠନ । ଏଥିଲାଗି କୋରାପୁଟ ଜିଲ୍ଲା ଉପରେ ରହିଛି ଅଧିକ ଫୋକସ୍‌ । ଆସନ୍ତା ନିର୍ବାଚନ ପୂର୍ବରୁ ଦଳର ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଏହି ଦୁର୍ବଳ ସଙ୍ଗଠନକୁ ସୁଧାରିବା ପାଇଁ ଅଣ୍ଟା ଭିଡିଛନ୍ତି । ଦେଢ ମାସ ଭିତରେ ଦୁଇଥର ଜିଲ୍ଲା ଗସ୍ତ କରିଛନ୍ତି । 

ଆଜି ସାଙ୍ଗଠନିକ ଆଲାଚନା ପାଇଁ ଜିଲ୍ଲା ଗସ୍ତରେ ଆସିଛନ୍ତି ବବି । ସ୍ଥାନୀୟ ସର୍କିଟ୍‌ ହାଉସ୍‌ରେ ଜିଲ୍ଲା ସଭାପତି ଝିନ୍ନ ହିକକା, କୋରାପୁଟ ବିଧାୟକ ରଘୁରାମ ପଡ଼ାଲ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ, ପଟାଙ୍ଗି ବିଧାୟକ ପୀତମ ପାଢି, ମହିଳା ସଭାନେତ୍ରୀ ପାର୍ବତୀ ମସ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତୁଳସୀ କିର୍ଷାନୀ, ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା, ମହିଳା ପର୍ଯ୍ୟବେକ୍ଷିକା ମୀରା ପରିଡ଼ା, ମହିଳା ନେତ୍ରୀ ଲତା ରାୟ, ବରିଷ୍ଠ ନେତା ଈଶ୍ୱର ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ପ୍ରମୁଖଙ୍କ ସହିତ ଆଲୋଚନା କରିଛନ୍ତି । ପୂର୍ବରୁ ସେ ଅକ୍ଟୋବର ୧୦ ତାରିଖରେ ଏଠାକୁ ଆସି ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀର ସାଙ୍ଗଠନିକ ସ୍ଥିତିର ସମୀକ୍ଷା କରିଥିଲେ । ଏହାର ୩୭ ଦିନ ପରେ ଆଜି ପୁଣିଥରେ ଆସିଛନ୍ତି । 

ସୂଚନାଥାଉକି, ଜିଲ୍ଲାର ୫ଟି ବିଧାନସଭା ଆସନ ମଧ୍ୟରୁ ୪ଟି ବିଜେଡି ଖାତାରେ ରହିଛି । ଗୋଟିଏ ଜୟପୁର ବିଧାନସଭା ଆସନ ଓ କୋରାପୁଟ ଲୋକସଭା ଆସନ ରହିଛି କଂଗ୍ରେସ ହାତରେ । ଆଗରୁ ଏହି ଜିଲ୍ଲାକୁ କଂଗ୍ରେସର ଗଡ଼ କୁହାଯାଉଥିଲା । ନିକଟରେ ବରିଷ୍ଠ ଆଦିବାସୀ ନେତା ତଥା ପୂର୍ବତନ ବିଧାୟକ ଜୟରାମ ପାଙ୍ଗି କଂଗ୍ରେସରେ ଯୋଗଦେବେ । ଯାହା ଦଳର ସଂଗଠନକୁ ଅଧିକ ଶକ୍ତିଶାଳୀ କରିବ । ଜିଲ୍ଲାର ଏହି ପ୍ରମୁଖ ବିରୋଧୀ ଦଳକୁ ମାତ୍‌ଦେଇ ସମସ୍ତ ବିଧାନସଭା ଓ ଲୋକସଭା ଆସନ ହାତେଇବାକୁ ବିଜେଡି ଯୋଜନା କରୁଛି । ସମୟ ଥାଉ ଥାଉ ଏଠାରେ ଭୁଶୁଡି ପଡ଼ିଥିବା ସଙ୍ଗଠନ ନସଜାଡ଼ିଲେ ଏହା ସମ୍ଭବ ନୁହେଁ । ଯାହା ବିଜେଡିର ରାଜ୍ୟ ସଙ୍ଗଠନ ହୃଦୟଙ୍ଗମ କରିସାରିଛି । ଏଥିଲାଗି ବବି ଏଠାକୁ ଘନ ଘନ ଗସ୍ତ କରି ଦଳୀୟ ବିଧାୟକ, ବରିଷ୍ଠ ନେତା ଓ ଆଗଧାଡିର ନେତାମାନଙ୍କ ସହିତ ରୁଦ୍ଧଦ୍ୱାର ବୈଠକ କରୁଛନ୍ତି । ଆଜି ସର୍କିଟ ହାଉସରେ ଉପରୋକ୍ତ ସମସ୍ତ ନେତାଙ୍କୁ ତୃଣମୂଳ ସ୍ତରର ଲୋକଙ୍କ ନିକଟକୁ ଯିବାକୁ ପରାମର୍ଶ ଦେଇଛନ୍ତି । ସଙ୍ଗଠନକୁ ସର୍ବାଧିକ ଗୁରୁତ୍ୱ ଦେବାକୁ କହିଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.