ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ଆଜି କୋଶଲ ମହାବନ୍ଦ, ବନ୍ଦକୁ ବିରୋଧ କରିବ ହୀରାଖଣ୍ଡ ସାମ୍ମୁଖ୍ୟ

ସମ୍ବଲପୁର,୧୮/୧୧: ଚଳଚ୍ଚିତ୍ର ବିବାଦ ପରିପ୍ରେକ୍ଷୀରେ  ପଶ୍ଚିମ ଓଡ଼ିଶାକୁ ଅପମାନ ପ୍ରତିବାଦରେ ଶନିବାର ସାରା ପଶ୍ଚିମ  ଓଡ଼ିଶାରେ କୋଶଲ ମହାବନ୍ଦ ଡାକରା ଦିଆଯାଇଛି । ହେଲେ ପୂର୍ବ  ଭଳି ଏଥର ମଧ୍ୟ ସମ୍ବଲପୁରରେ ଏହି ମହାବନ୍ଦକୁ ବିରୋଧ  କରାଯିବ । ଏନେଇ ହୀରାଖଣ୍ଡ ସାମ୍ମୁଖ୍ୟ ପକ୍ଷରୁ କିଛିଦିନ ତଳୁ  ବୈଠକ କରି ନିଷ୍ପତ୍ତି ନିଆଯାଇଥିଲା । ଏହି ପରିପ୍ରେକ୍ଷୀରେ  କୋଶଲ ମହାବନ୍ଦରେ ସାମିଲ ନ ହୋଇ ସବୁ ଦୋକାନ ବଜାର,  ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ରାସ୍ତାଘାଟ ସ୍ୱାଭାବିକ ଚାଲୁ ରଖିବାକୁ  ଆହ୍ୱାନ ଦିଆଯାଇଛି ।

ସାମ୍ମୁଖ୍ୟ ପକ୍ଷରୁ କୁହାଯାଇଛି, ମନୋଜ  ମିଶ୍ରଙ୍କ ପ୍ରତି ହୋଇଥିବା ଅବିଚାରକୁ ଆମେ ବିରୋଧ କରୁଛୁ ।  ଏହାଛଡ଼ା ଫିଲ୍ମ ବାବଦ ଆଳରେ ସମ୍ବଲପୁରୀ ଭାଷା ସାହିତ୍ୟ  ସଂସ୍କୃତିର ଅପମାନକୁ ବି ଦୃଢ଼ ବିରୋଧ କରୁଛୁ । ଆଉ ଏହାକୁ ଆଳ କରି ସମ୍ବଲପୁରୀ ଭାଷାର ନାମକରଣକୁ କଦର୍ଥ କରି  ଦିଆଯାଇଥିବା ବନ୍ଦ ଡାକରାକୁ ମଧ୍ୟ ଆମେ ବିରୋଧ କରୁଛୁ ବୋଲି  ହୀରାଖଣ୍ଡ ସାମ୍ମୁଖ୍ୟ ପକ୍ଷରୁ ପ୍ରଫୁଲ୍ଲ ହୋତା ପ୍ରକାଶ କରିଛନ୍ତି ।  ଆସନ୍ତାକାଲି ବନ୍ଦରେ ସାମିଲ ନ ହୋଇ ସବୁ ଖୋଲା ରଖିବାକୁ  ସେ ଆହ୍ୱାନ ଦେଇଛନ୍ତି ।

ଅପରପକ୍ଷେ, ସମ୍ବଲପୁରୀ ଭାଷା ଏବଂ  ମା’ ସମଲେଶ୍ୱରୀଙ୍କ ପ୍ରତି ସୋସିଆଲ୍‌ ମିଡିଆରେ କରାଯାଇଥିବା  ଅପମାନକୁ ବି ସାମ୍ମୁଖ୍ୟ ଜୋରଦାର ବିରୋଧ କରିଛି । ଏଭଳି ବ୍ୟକ୍ତିବିଶେଷ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାମ୍ମୁଖ୍ୟ  ପକ୍ଷରୁ ଆର୍‌ଡିସିଙ୍କ ନିକଟରେ ଦାବିପତ୍ର ଉପସ୍ଥାପନ କରାଯାଇଛି । ଏଥିରେ ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ  ସାମିଲ କରିବା ସହ ରାଜ୍ୟର ଦ୍ୱିତୀୟ ମାନ୍ୟତା ଦେବାକୁ ବିଭିନ୍ନ  ଅନୁଷ୍ଠାନ ପକ୍ଷରୁ ଏକ ରାଲିରେ  ଯାଇ ଆର୍‌ଡିସିଙ୍କୁ ଦାବିପତ୍ର  ପ୍ରଦାନ କରାଯାଇଛି । ଆଉ  ଶେଷରେ ପଶ୍ଚିମ ଓଡ଼ିଶାର ୧୦  ଟି ଜିଲ୍ଲା ସମେତ ଅନୁଗୁଳ ଜିଲ୍ଲାର  ଆଠମଲ୍ଲିକ ଉପଖଣ୍ଡକୁ ମିଶାଇ  ହୀରାଖଣ୍ଡ ରାଜ୍ୟ ଗଠନ କରିବାକୁ  ପଦକ୍ଷେପ ନେବାକୁ ଏଥିରେ ଉଲ୍ଲେଖ କରାଯାଇଛି । 

ଅପରପକ୍ଷେ,  ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଉପଖଣ୍ଡରେ ମହାବନ୍ଦକୁ ସଫଳ  କରିବାକୁ ଜୋରଦାର ପ୍ରସ୍ତୁତି ହୋଇଛି । କୁଚିଣ୍ଡା ଉପଖଣ୍ଡ  କୋଶଲ କ୍ରିୟାନୁଷ୍ଠାନ କମିଟିର ବ୍ୟାନର୍‌ରେ ଏହାକୁ ସଫଳ  କରିବାକୁ ସବୁ ସଂଗଠନ ଏବଂ ଦଳକୁ ସାମିଲ କରିବାକୁ ପ୍ରୟାସ  ହୋଇଛି । ଏହାବାଦ୍‌ ଜିଲ୍ଲାର ରେଢାଖୋଲ ଉପଖଣ୍ଡ ସମେତ  ସମ୍ବଲପୁର ଉପଖଣ୍ଡର ମାନେଶ୍ୱର ଅଞ୍ଚଳରେ ମଧ୍ୟ ବନ୍ଦକୁ  ସଫଳ କରିବାକୁ ପ୍ରସ୍ତୁତି ହୋଇଥିବା ସୂଚନା ମିଳିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.