ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରୁଷ୍ ଆତଙ୍କବାଦୀ ଆକ୍ରମଣ ମାମଲାରେ ମୃତ୍ୟୁସଂଖ୍ୟା ୧୪୪କୁ ବୃଦ୍ଧି, ୫୫୧ ଜଣ ଆହତ…

ନୂଆଦିଲ୍ଲୀ: ମାର୍ଚ୍ଚ ୨୨ ତାରିଖରେ ଆତଙ୍କବାଦୀ ମାନେ ମସ୍କୋର କ୍ରୋକସ୍ ସିଟି କନସର୍ଟ ହଲରେ ପ୍ରବେଶ କରି ବିସ୍ଫୋରଣ କରିଥିଲେ । ଏହି ଆତଙ୍କବାଦୀ ଆକ୍ରମଣରେ ୧୪୪ ଜଣଙ୍କ ମୃତ୍ୟୁ ହୋଇଥିଲା । ସେଥିମଧ୍ୟରୁ ୧୩୪ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଅବଶିଷ୍ଟ ମୃତଦେହର ଜେନେଟିକ ପରୀକ୍ଷା ଚାଲିଛି । ଏହି ଆକ୍ରମଣରେ ୫୫୧ ଜଣ ଆହତ ହୋଇଛନ୍ତି । ଅନ୍ୟପକ୍ଷରେ ଏହି ଆତଙ୍କବାଦୀ ଆକ୍ରମଣ ପରେ ଦେଶର ରାଷ୍ଟ୍ରପତି ପୁଟିନ ଖୁବ୍ ଅସନ୍ତୋଷ ପ୍ରକାଶ କରିଛନ୍ତି ।ଏନେଇ ତଦନ୍ତକାରୀ ଏଜେନ୍ସି କହିଛି ଯେ, ସମସ୍ତେ ଦିନରାତି କାମ କରୁଛନ୍ତି। ଏହି ଜଘନ୍ୟ ଅପରାଧ ସମ୍ପର୍କରେ ସୂଚନା ସଂଗ୍ରହ କରାଯାଉଛି । 

ତଦନ୍ତକାରୀ ଏଜେନ୍ସିର ପ୍ରେସ କାର୍ଯ୍ୟାଳୟ TASS ରିପୋର୍ଟ ଅନୁଯାୟୀ, ରୁଷର ରାଷ୍ଟ୍ରପତିଙ୍କ ମୁଖପାତ୍ର ଦିମିତ୍ରୀ ପେସ୍କୋଭ କହିଛନ୍ତି ଯେ, କ୍ରୋକସ ସିଟି ହଲରେ ହୋଇଥିବା ମର୍ମନ୍ତୁଦ ଆତଙ୍କବାଦୀ ଆକ୍ରମଣ ପରେ ପୁଟିନ ଅତ୍ୟନ୍ତ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଏଭଳି ଦୁଃଖଦ ଘଟଣା ଦେଖିବା ପରେ ରାଷ୍ଟ୍ରପତି ମର୍ମାହତ ହୋଇଛନ୍ତି । 

ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଚାରିଜଣ ସନ୍ଦିଗ୍ଧ ଆକ୍ରମଣକାରୀଙ୍କୁ ଗିରଫ କରାଯାଇଛି । ତାଙ୍କୁ ସାହାଯ୍ୟ କରିଥିବା ପାଞ୍ଚ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କ ପଚରାଉଚରା ଚାଲିଥିବା ବେଳେ, ଆକ୍ରମଣକାରୀଙ୍କ ୟୁକ୍ରେନ ସହ ସମ୍ପର୍କ ଥିବା ରୁଷର ଅନୁସନ୍ଧାନ କମିଟି ଦାବି କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.