ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦମ୍ପତିଙ୍କୁ ହତ୍ୟା ଘଟଣା, ପରିବାରକୁ ଆର୍ଥିକ ସହାୟତା ଦେଲା କୁଇ ସମାଜ ସେବା ସମିତି

ଫିରିଙ୍ଗିଆ, ୨୨/୦୩: କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ ଗିଡାପଦରରେ ପୂର୍ବତନ ୱାର୍ଡ ମେମ୍ବର ଦମ୍ପତିଙ୍କୁ ହତ୍ୟା ଘଟଣା । ମୃତକଙ୍କ ଘରୁ ଯାଇ ସମ ବେଦନା ଜଣାଇବା ସହ କୁଇ ସମାଜ ସେବା ସମିତି ଆର୍ଥିକ ସହାୟତା ପ୍ରଦାନ କରିଛି ।

କନ୍ଧମାଳ ଜିଲ୍ଲା କୁଇ ସମାଜ ସଭାପତି ସୁଦର୍ଶନ କହଁରଙ୍କ ସହ ଏକ ଟିମ୍ ଲୁଇସିଂ ପଞ୍ଚାୟତ ଗୁମାନଦଣୀ ଗାଁରେ ଥିବା ମୃତକଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଭେଟିଛନ୍ତି । ମୃତ ଡାହିରା କହଁରଙ୍କ ୨ ପୁଅ ଥିବା ବେଳେ ବଡ଼ ପୁଅ ବାହା ହୋଇ ସାରିଛି ଓ ସାନପୁଅର ବୟସ ମାତ୍ର ୧୦ ବର୍ଷ । ତେଣୁ କୁଇ ସମାଜ ସେବା ସମିତି ସାନପୁଅକୁ ଆର୍ଥିକ ରାଶି ପ୍ରଦାନ କରିଛି ।

ଗୁଣିଗାରେଡିକୁ କେନ୍ଦ୍ର କରି ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ପୋଲିସ ସ୍ପଷ୍ଟ କରିଥିବା ବେଳେ ମାମଲାରେ ମୁଖ୍ୟ ଅଭିଯୁକ୍ତ ସହ ସେହି ଗାଁର ୧୦ ଜଣ ଲୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.