ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

କୁଏତ ଅଗ୍ନିକାଣ୍ଡରେ ତିଗିରିଆର ଯୁବକଙ୍କ ଚାଲିଗଲା ଜୀବନ, ଦୁଃଖରେ ଭାଙ୍ଗିପଡିଲେ ୭ ମାସର ଗର୍ଭବତୀ ପତ୍ନୀ

ତିଗିରିଆ,୧୪/୦୬: କୁଏତରେ ବୁଧବାର ଏକ ୬ ମହଲା ବିଲ୍‌ଡିଂରେ ଅଗ୍ନିକାଣ୍ଡ ଘଟି  ପ୍ରାୟ ୪୯ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ସେଥିରୁ ୪୦ ଜଣ ଭାରତୀୟ ଶ୍ରମିକ ଥିବା ଜଣାପଡ଼ିଛି । ମୃତ ଶ୍ରମିକଙ୍କ ମଧ୍ୟରେ ତିଗିରିଆ  ଥାନା ଅନ୍ତର୍ଗତ କରଡ଼ାପଲ୍ଲୀ ଗ୍ରାମର ଯୁବକ ମହମ୍ମଦ ଜହୁର(୩୩)ଙ୍କର ମୃତ୍ୟୁ ହୋଇଥିବା ତାଙ୍କ ପରିବାର ପକ୍ଷରୁ ଜଣାପଡ଼ିଛି । 

ସୂଚନା ମୁତାବକ, କରଡ଼ାପଲ୍ଲୀ ଗ୍ରାମର ସମ୍‌ସୁର  ମହମ୍ମଦଙ୍କ ତୃତୀୟ ପୁତ୍ର ମହମ୍ମଦ ଜହୁର ଦକ୍ଷିଣ କୁଏତର  ମଙ୍ଗଫ ସହରରେ ଥିବା ନାସେରା ଅଲ୍ଲବଦ୍ଧା ଟ୍ରେଡିଙ୍ଗ କମ୍ପାନିରେ ସିବିଲ ଲାବ୍‌ ଟେକ୍‌ନିସିୟାନ ଭାବେ କାର୍ଯ୍ୟ କରୁଥିଲେ । ବୁଧବାର  ଭୋର୍‌ରେ ମସ୍‌ଜିଦରେ ନମାଜ୍‌ ପାଠ ପରେ  ସେ ରହୁଥିବା ବିଲଡିଂର ୫ମ ମହଲାରେ  ଥିବା ପ୍ରକୋଷ୍ଠକୁ ଯାଉଥିବା ବେଳେ ହଠାତ୍‌  ଅଗ୍ନିକାଣ୍ଡ ଘଟିଥିଲା । ଶୋଇଥିବା ଅନ୍ୟ ସାଥୀମାନଙ୍କୁ ଜହୁର ଉଠାଇଥିଲେ । କିଛି ସାଙ୍ଗ ୬ ମହଲା ଉପରକୁ ଯାଇ ଜୀବନ  ବଞ୍ଚାଇ ଥିବା ବେଳେ ସେ ତଳକୁ ଆସି ପ୍ରବଳ ଧୂଆଁ ପ୍ରଭାବରେ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ସ୍ଥାନୀୟ ଦମକଳ ବାହିନୀ କର୍ମଚାରୀ ଉଦ୍ଧାର କରି  ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥା ଜହୁରଙ୍କର ମୃତ୍ୟୁ ହୋଇଥିବା ପରିବାର ସୁତ୍ରରୁ ଜଣାପଡ଼ିଛି । ତାଙ୍କ ମରଶରୀରକୁ ଭାରତ ଅଣାଯିବାର ବ୍ୟବସ୍ଥା କରାଯାଉଛି।

ଜହୁରଙ୍କ ମୃତ୍ୟୁ ଖବର ପାଇଲା ପରେ ଦୁଃଖରେ ପରିବାର ଲୋକ ଭାଙ୍ଗି ପଡିଛନ୍ତି l ଜହୁର ବିବାହିତ ତାଙ୍କା ସ୍ତ୍ରୀ ଏବେ ୭ ମାସର ଗର୍ଭବତୀ ଅଛନ୍ତି l ମୃତ୍ୟୁ ଖବର ପାଇଲା ପରେ ସ୍ଥାନୀୟ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି । ରାଜ୍ୟ ସରକାର ତାଙ୍କ ପରିବାରକୁ ତୁରନ୍ତ ସାହାଯ୍ୟ ସହଯୋଗ କରିବାକୁ ନିବେଦନ କରାଯାଇଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.