ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କିର୍ଗିଜସ୍ଥାନରେ ୩ ପାକିସ୍ତାନୀ ଛାତ୍ରଙ୍କୁ ପିଟିପିଟି ହତ୍ୟା, ଭାରତୀୟ ଛାତ୍ରଙ୍କ ପାଇଁ ଆଡଭାଇଜରୀ ଜାରି କଲା ବୈଦେଶିକ ମନ୍ତ୍ରଣାଳୟ...

ନୂଆଦିଲ୍ଲୀ: ମଧ୍ୟ ଏସୀୟ ଦେଶ କିର୍ଗିଜସ୍ଥାନରେ ଡାକ୍ତରୀ ପଢିବାକୁ ଯାଇଥିବା ଭାରତୀୟ ଏବଂ ପାକିସ୍ତାନୀ ଛାତ୍ରଙ୍କ ଜୀବନ ଏବେ ବିପଦରେ । ସୂଚନା ଅନୁସାରେ କିର୍ଗିଜସ୍ଥାନରୁ ଖବର ଆସିଛି ଯେ, ସେଠାକାର ସ୍ଥାନୀୟ ଲୋକମାନେ ତିନିଜଣ ପାକିସ୍ତାନୀ ଛାତ୍ରଙ୍କୁ ପିଟି ପିଟି ହତ୍ୟା କରିଛନ୍ତି । ସ୍ଥାନୀୟ ଲୋକମାନେ ଅନ୍ୟ ପାକିସ୍ତାନୀ ଛାତ୍ରମାନଙ୍କୁ ମଧ୍ୟ ଟାର୍ଗେଟ କରୁଛନ୍ତି । ଯେହେତୁ ଭାରତୀୟ ଏବଂ ପାକିସ୍ତାନୀ ମାନେ ସମାନ ଦେଖାଯାଉଛନ୍ତି, ଏହା ଭାରତୀୟ ଛାତ୍ରମାନଙ୍କ ପାଇଁ ମଧ୍ୟ ବିପଦ ସୃଷ୍ଟି କରୁଛି । ଏଭଳି ପରିସ୍ଥିତିରେ କିର୍ଗିଜସ୍ଥାନରେ ରହୁଥିବା ଭାରତୀୟ ଛାତ୍ରମାନଙ୍କ ପାଇଁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ଆଡଭାଇଜରୀ ଜାରି କରିଛି । ଏଥିରେ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି ।

କିର୍ଗିଜସ୍ଥାନରେ ପାକିସ୍ତାନୀ ଛାତ୍ରଙ୍କ ପ୍ରତି ହୋଇଥିବା ହିଂସାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କିନ୍ତୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଭିଡିଓରେ ଦାବି କରାଯାଉଛି ଯେ, କିଛି ଇଜିପ୍ଟ ଏବଂ ଆରବ ଛାତ୍ର ସ୍ଥାନୀୟ ଲୋକଙ୍କ ସହ ଝଗଡା କରିଥିଲେ ଏବଂ ଆରବ ଛାତ୍ରମାନେ ସ୍ଥାନୀୟ ଲୋକଙ୍କୁ ମାଡ ମାରିଥିଲେ । କୁହାଯାଉଛି ଯେ, ଏହାର ଦୋଷ ପାକିସ୍ତାନୀ ଛାତ୍ରଙ୍କ ଉପରେ ଲଦି ଦିଆଯାଇଥିଲା ଏବଂ ସ୍ଥାନୀୟ ଲୋକ ମାନେ ଏଥିପାଇଁ ପାକିସ୍ତାନୀ ଛାତ୍ରଙ୍କ ଉପରେ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକ ମାନେ ତିନିଜଣ ପାକିସ୍ତାନୀ ଛାତ୍ରଙ୍କୁ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା କରିଥିଲେ । ଏଥି ସହ ଅନ୍ୟ ଅନେକ ଛାତ୍ରଙ୍କୁ ମଧ୍ୟ ଟାର୍ଗେଟ କରାଯାଇଛି । ସ୍ଥାନୀୟ ଲୋକମାନେ ଛାତ୍ରଙ୍କ ହଷ୍ଟେଲ ଉପରେ ଆକ୍ରମଣ କରି ସେଠାରେ ପାଇଥିବା ଛାତ୍ରମାନଙ୍କୁ ମାଡ଼ ମାରିଥିଲେ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଯେଉଁଠାରେ ଆକ୍ରମଣ ହୋଇଥିଲା ସେହି ହଷ୍ଟେଲରେ ଅନେକ ଭାରତୀୟ ଏବଂ ବାଂଲାଦେଶୀ ଛାତ୍ର ମଧ୍ୟ ରୁହନ୍ତି । ଏଭଳି ପରିସ୍ଥିତିରେ ଏହି ଛାତ୍ରମାନଙ୍କ ପାଇଁ ମଧ୍ୟ ବିପଦ ରହିଛି ।

ଏହି ପ୍ରସଙ୍ଗରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ, ସୋସିଆଲ ମିଡିଆରେ ସେୟାର କରିଥିବା ଏକ ପୋଷ୍ଟରେ ଲେଖିଛି ଯେ 'ଆମେ ଭାରତୀୟ ଛାତ୍ରମାନଙ୍କ ସହ ଯୋଗାଯୋଗରେ ଅଛୁ । ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ଅଛି, କିନ୍ତୁ ଛାତ୍ରଛାତ୍ରୀ ମାନେ ଘର ଭିତରେ ରହିବାକୁ ଏବଂ କୌଣସି ଅସୁବିଧା ହେଲେ ଦୂତାବାସ ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ପରିସ୍ଥିତି ସମ୍ପର୍କରେ ସୋସିଆଲ ମିଡିଆରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ମଧ୍ୟ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ 'ଭାରତୀୟ ଛାତ୍ରମାନଙ୍କ କଲ୍ୟାଣ ପାଇଁ ଆମେ ପରିସ୍ଥିତି ଉପରେ ନଜର ରଖିଛୁ । ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.