ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଲକ୍ଷ୍ମୀ ବସ୍‌ର ରଙ୍ଗ ପରିବର୍ତ୍ତନ, ସବୁଜ ବଦଳରେ କରାଗଲା ଗେରୁଆ ରଙ୍ଗ

ଢେଙ୍କାନାଳ ୦୨/୦୭ : ଢେଙ୍କାନାଳରେ ବଦଳିଲା ଲକ୍ଷ୍ମୀ ବସ୍‌ର ରଙ୍ଗ। ସବୁଜ ରଙ୍ଗ ପରିବର୍ତ୍ତେ ବସ୍‌ରେ ଗେରୁଆ ରଙ୍ଗ ଦିଆଯାଇଛି। ବର୍ତ୍ତମାନ ଢେଙ୍କାନାଳ ବସଷ୍ଚାଣ୍ଡରେ ଥିବା ୨୮ଟି ବସର ରଙ୍ଗ ବଦଳିବା କାମ ଆରମ୍ଭ ହୋଇଛି। ରଙ୍ଗମିସ୍ତ୍ରୀମାନେ ସବୁଜରୁ ଗେରୁଆ ରଙ୍ଗ କରୁଥିବା ଦେଖିବାକୁ ମିଳିଛି। ସେପଟେ ଏହି ଲକ୍ଷ୍ମୀ ବସ୍‌ ସେବାକୁ 'ମୁଖ୍ୟମନ୍ତ୍ରୀ ବସ୍ ସେବା'ରେ ନାମିତ ହେବ ବୋଲି ଜଣାପଡିଛି। 

ଓଡ଼ିଶା ରାଜ୍ୟ ପରିବହନ ନିଗମର ପୂର୍ବ ସରକାରଙ୍କ ସମୟରେ ଗତ ଜାନୁଆରୀ ୩୧ତାରିଖରେ ଢେଙ୍କାନାଳ ଜିଲ୍ଲାରେ ଶୁଭାରମ୍ଭ ହୋଇଥିଲା ଲଷ୍ମୀ ବସ୍ । ଏବେ ଲକ୍ଷ୍ମୀ ବସ୍‌ରୁ ସବୁଜ ରଙ୍ଗ ହଟାଯିବା ଅଭିଯାନ ଆରମ୍ଭ ହୋଇଛି। ସବୁଜ ରଙ୍ଗ ବଦଳରେ ବସ୍ ଗୁଡିକୁ ଗେରୁଆ ବା ନାରଙ୍ଗୀ ରଙ୍ଗ କରାଯାଉଥିବା ଦେଖିବାକୁ ମିଳିଛି। 

ବର୍ତ୍ତମାନ ସୁଦ୍ଧା ୩ଟି ବସ୍‌ରେ ଗେରୁଆ ରଙ୍ଗ ଦିଆସରିଥିବା ବେଳେ ୪ଟି ବସ୍‌କୁ ରଙ୍ଗମିସ୍ତ୍ରୀ ଗେରୁଆ ରଙ୍ଗ କରୁଥିବା ଦେଖିବାକୁ ମିଳିଛି। ଢେଙ୍କାନାଳ ପାଇଁ ପୂର୍ବ ସରକାର ସମୟରେ ମୋଟ ୬୦ଟି ବସ୍ ୫୩ରୁଟ୍‌ରେ ଚାଲିବା ପାଇଁ ଘୋଷଣା ହୋଇଥିଲା । ମାତ୍ର ପ୍ରଥମ ପର୍ଯ୍ୟାୟରେ ୨୫ଟି ବସ୍‌କୁ ବ୍ଲକ ସ୍ତରରେ ଜିଲ୍ଲା ସଦର ମହକୁମାକୁ ଚାଲିବା ଆରମ୍ଭ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.