ପ୍ରମୁଖ ଖବର
  • ଆଜି ଓଡ଼ିଶାର ୨୧ ଅମୃତ ଭାରତ ରେଳ ଷ୍ଟେସନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
  • ||
  • ଗର୍ଭବତୀଙ୍କ ପେଟକୁ ନର୍ସ ଖୁନ୍ଦା ମାରିଥିବା ଅଭିଯୋଗ, ଚାଲିଗଲା ମା ଓ ଛୁଆଙ୍କ ଜୀବନ
  • ||
  • ଓଡ଼ିଶା ଗଞ୍ଜେଇ ଚକୋଲେଟ୍‌ରେ ଝୁମୁଛି ହାଇଦ୍ରାବାଦ: ବାଲେଶ୍ୱରରେ ତିଆରି, ଦାଦନଙ୍କ ମାଧ୍ୟମରେ ହେଉଛି ଚାଲାଣ
  • ||
  • ଓସ୍ତପୁର ହଳଦିଢ଼ିଅ ନିକଟ ଗଛକୁ ପିଟିଲା ବୋଲେରୋ: ୩ ମୃତ, ୪ ଗୁରୁତର
  • ||
  • ଆଜି ୫-ଟି ଅଧ୍ୟକ୍ଷଙ୍କ ଅନୁଗୁଳ ଗସ୍ତ, ଛାତ୍ରବୃତ୍ତି ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ରାଜ୍ୟରେ ଆହୁରି ତିନି ଦିନ ବର୍ଷା: ଉପକୂଳରେ ଅଧିକ ବର୍ଷିବା ସମ୍ଭାବନା, ୨୮ ଯାଏ କୋହଲା ପାଗ
  • ||

ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା

ଆଇଜଲ, ୬।୧୨: ମିଜୋରାମ ବିଧାନସଭା ନିର୍ବାଚନରେ ଜୋରମ୍‌ ପିପୁଲ୍ସ ମୁଭମେଣ୍ଟ(ଜେଡ୍‌ପିଏମ୍‌)ର ବିପୁଳ ବିଜୟ ପରେ ଜେଡ୍‌ପିଏମ୍‌ ଅଧ୍ୟକ୍ଷ ଲାଲଦୁହୋମା ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଆଇଜଲରେ ଲାଲଦୁହୋମାଙ୍କର ବାସଭବନରେ ମଙ୍ଗଳବାର ରାତିରେ ନବନିର୍ବାଚିତ ଜେଡ୍‌ପିଏମ୍‌ ବିଧାୟକ ଦଳର ବୈଠକ ବସିଥିଲା । ସେଠାରେ ସର୍ବସମ୍ମତିକ୍ରମେ ସେ ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି । ଆସନ୍ତା ୮ ତାରିଖରେ ଲାଲଦୁହୋମା ଶପଥ ଗ୍ରହଣ କରିବେ । ଶପଥ ଗ୍ରହଣ କାର୍ଯ୍ୟକ୍ରମ ରାଜଭବନରେ ଅନୁଷ୍ଠିତ ହେବ । 

୭୪ ବର୍ଷୀୟ ଲାଲଦୁହୋମା ଜଣେ ପୂର୍ବତନ ଆଇପିଏସ୍‌ ଅଧିକାରୀ । ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କର ସୁରକ୍ଷା ଭାର ମଧ୍ୟ ସମ୍ଭାଳିଛନ୍ତି । ୧୯୮୪ ମସିହାରେ ମିଜୋରାମରୁ କଂଗ୍ରେସ ଟିକେଟ୍‌ରେ ଲୋକସଭା ନିର୍ବାଚନ ଜିତିଥିଲେ ସେ । ପରେ ରାଜ୍ୟ କଂଗ୍ରେସର ନେତାଙ୍କ ସହ ମତଭେଦ ହେବାରୁ ତାଙ୍କୁ ୧୯୮୮ରେ ଅଯୋଗ୍ୟ ଘୋଷିତ କରାଯାଇଥିଲା । ଦଳ ବଦଳ ବିରୋଧୀ ଆଇନ ଅନୁସାରେ ଅଯୋଗ୍ୟ ଘୋଷିତ ହେବାରେ ସେ ଲୋକସଭାର ପ୍ରଥମ ସାଂସଦ ଥିଲେ । ୨୦୧୮ରେ ଲାଲଦୁହୋମା ଆଇଜଲ ପଶ୍ଚିମ-୧ ଏବଂ ସେରାଛିପ୍‌ରୁ ସ୍ୱାଧୀନ ଭାବେ ନିର୍ବାଚନ ଜିତିଥିଲେ । ସୂଚନାଥାଉକି, ମିଜୋରାମର ୪୦ଟି ବିଧାନସଭା ଆସନ ମଧ୍ୟରୁ ଜେଡ୍‌ପିଏମ୍‌ ୨୭ଟି ଆସନ ଜିତିଛି ।

Also Read :-

ଲରେନ୍ସ ବିଷ୍ଣୋଇର ସୁପାରୀ; ୧୮ ମାସର ଷଡ଼ଯନ୍ତ୍ର, ଗୋଗାମେଡି ହତ୍ୟା ମାମଲାର ଜେଲ୍‌ ନେଟଓ୍ବର୍କ

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.