ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ବିଳମ୍ବର ଅନ୍ତ ଘଟିଲା : ଚିତ୍ରକୋଣ୍ଡା ଆସନ ପାଇଁ ବିଜେଡିରୁ ଲଷ୍ମୀପ୍ରିୟା ହେଲେ ପ୍ରାର୍ଥୀ, ଆରମ୍ଭ ହେବ ତ୍ରିମୁଖୀ ଲଢେଇ

ମାଲକାନଗିରି,୧୭/୪ (ମାଲକାନଗିରିରୁ ରତ୍ନାକରଦାଶ ) :  ବିଳମ୍ବର ଅନ୍ତ ଘଟିଛି। ଚିତ୍ରକୋଣ୍ଡା ଆସନ ପାଇଁ କିଏ ପ୍ରାର୍ଥୀ ହେବ ସେ ନେଇ ଅନେକ ଦିନ ପର୍ଯ୍ୟନ୍ତ  ତର୍ଜମା   ଓ ଦଳ ମଧ୍ୟରେ ବାଦ ବିବାଦ ଲାଗି ରହିଥିଲା, ଆଜି ବିଜେଡି ଦଳର ସୁପ୍ରିମୋ ନବୀନ ପଟନାୟକ ପଞ୍ଚମ ପର୍ଯ୍ୟୟ  ପ୍ରାର୍ଥୀ ଚୟନ କରି ନାମ ଘୋଷଣା କରିଛନ୍ତି। ଶେଷରେ ବିଜେଡି ଦଳ ପକ୍ଷରୁ ଚିତ୍ରକୋଣ୍ଡା ଆସନ ପାଇଁ ବିଜେଡି ଦଳରୁ ଲଷ୍ମୀପ୍ରିୟା ନାୟକଙ୍କୁ ପ୍ରାର୍ଥୀ କରାଯାଇଛି।

ପୂର୍ବରୁ କଂଗ୍ରେସ ଓ ଗତକାଲି ବିଜେପି ଦଳର ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ଏହି ଆସନରେ ଏବେ ଆରମ୍ଭ ହେବ ତ୍ରିମୁଖୀ ଲଢେଇ । ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳର ପ୍ରଚାର ମଧ୍ୟ ସେତେ ଜୋର ଦାର ଧରିଛି । ମାଲକାନଗିରି ଜିଲ୍ଲା ୧୪୭ ଚିତ୍ରକୋଣ୍ଡା ବିଧାନସଭା ଆସନଟି ଆଦିବାସୀ ସଂରକ୍ଷିତ । ଏହି    ଆସନଟି ଲଗାତର ଭାବେ ବିଜେଡି ଦଳ ହାତେଇ ଆସୁଥିଲା । ପୂର୍ବରୁ ମାଓ ଗଡ଼ ଭାବେ ଚିତ୍ରକୋଣ୍ଡା ଓ ବିଛିନ୍ନା ଅଞ୍ଚଳ ପରିଚିତ ଥିଲା । ଗୁରୁପ୍ରିୟା ସେତୁ ହେବା ପରେ ମୁଖ୍ୟମନ୍ତ୍ରୀ ଏହି ଅଞ୍ଚଳକୁ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେଇ ସ୍ୱାଭିମାନ ଅଞ୍ଚଳ ଘୋଷଣା କରି ବିକାଶର ଧାରାକୁ ଆଗେଇ ନେଇଥିଲେ।

ଏହି ବିକାଶକୁ ନେଇ ବିଜେଡି ଦଳ ଚିତ୍ରକୋଣ୍ଡା ଆସନର ନିର୍ବାଚନ ବୈତରଣୀପାର ହେବାକୁ ଚାହୁଁଛି । ଏହି ଆସନକୁ ପୁନର୍ବାର ବିଜେଡି ଦଖଲ ପାଇଁ ଚେଷ୍ଟା କରୁଥିବାବେଳେ ବିଜେପି ଓ କଂଗ୍ରେସ ଦଳ ମଧ୍ୟ ନିର୍ବାଚନ ବୈତରଣୀ ପାର ହେବା ପାଇଁ ପୁରା ଦମରେ ଲାଗି ପଡିଛନ୍ତି । ଏହି ଆସନ ପ୍ରତି ସବୁ ରାଜନେତା ସୁପ୍ରିମଙ୍କ ଆଖି ରହିଛି ।  ଗତ୨୦୧୯ ନିର୍ବାଚନରେ ଚିତ୍ରକୋଣ୍ଡା ବିଧାନସଭା ଆସନରୁ ମୋଟ ୫ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିଲେ। ସେମାନଙ୍କ ମଧ୍ୟରେ ମୁଖ୍ୟତଃ ବିଜେପି, କଂଗ୍ରେସ ଓ ବିଜେଡି ଦଳ ମଧ୍ୟରେ ତ୍ରିମୁଖି ଲଢେଇ ହୋଇଥିଲା ।  ବିଜେଡି ଦଳର ପ୍ରାର୍ଥୀ ପୁର୍ଣ୍ଣଚନ୍ଦ୍ର ବାକା ମୋଟ ୪୧ ହଜାର ୧୯୨ ଟି ଭୋଟ ପାଇ ବିଜୟ ହାସଲ କରିଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ଦଳର ପ୍ରାର୍ଥୀନୀ ଶ୍ରୀ ବାକାଙ୍କ ଝିଆରୀ ଲଷ୍ମୀପ୍ରିୟା ନାୟକ ମାତ୍ର ୨ହଜାର୫୪୫ଟି ଭୋଟରେ ହାରି ଯାଇଥିଲେ। କଂଗ୍ରେସ ପ୍ରାର୍ଥୀନୀ ଲକ୍ଷ୍ମୀପ୍ରିୟା ନାୟକ ୩୮ ହଜାର ୬୪୭ ଟି ଭୋଟ ପାଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ଗତ ପଞ୍ଚାୟତ ନିର୍ବାଚନରେ ଲଷ୍ମୀ ପ୍ରୀୟା ନାୟକ କଂଗ୍ରେସ ଦଳ ଛାଡ଼ି ବିଜେଡି ଦଳରେ ମିଶି ଜିଲ୍ଲା ପରିଷଦ ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ । ୨୦୨୪ନିର୍ବାଚନ ରଣାଙ୍ଗନ ପାଇଁ ସବୁ ରାଜନୈତିକ ଦଳର ନେତା ଓ କର୍ମୀମାନେ ନିଜ ନିଜ ଅଚଂଳରେ ଏବେଠାରୁ ପ୍ରଚାର ଆରମ୍ଭ କରିଦେଲେଣି ।    

ଗତ ନିର୍ବାଚନରେ ଏହି ଆସନରେ ମୁଖ୍ୟତଃ କକା ବିଜେଡି ଦଳର ପୂର୍ଣ୍ଣିଚନ୍ଦ୍ର ବାକା ଓ ଝିଆରୀ କଂଗ୍ରେସ ଦଳରୁ ଲଷ୍ମୀପ୍ରିୟା ନାୟକଙ୍କ ମଧ୍ୟରେ ଘମାଘୋଟ ଲଢେଇ ହୋଇଥିଲା । ଚଳିତ ୨୦୨୪ନିର୍ବାଚନରେ ଏହି ଆସନରୁ ତ୍ରିମୁଖୀ ଲଢେଇ ହେବ । ୨୦୧୪ନିର୍ବାଚନରେ ବିଜେଡି ଦଳରୁ ବିଜୟ ହାସଲ କରିଥିବା ଡମ୍ବରୁ ଶିଶା ଯିଏ କି ଏବେ ବିଜେଡି ଦଳ ଛାଡି ବିଜେପି ଦଳର ପ୍ରାର୍ଥୀ ହୋଇଛନ୍ତି । କଂଗ୍ରେସ ଦଳର ମଙ୍ଗୁଖିଲ ଓ ବିଜେଡିର ଲଷ୍ମୀପ୍ରିୟାଙ୍କ ମଧ୍ୟରେ ତ୍ରିମୁଖୀ ଲଢେଇ ହେବ। ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରୁ ଗତ ୩୪ବର୍ଷ ମଧ୍ୟରେ ଜନତା ଦଳରୁ ବିଧାୟକ ଥରେ, କଂଗ୍ରେସ ଦଳରୁ ୩ଥର, ବିଜେଡି ଦଳରୁ ୨ଥର ଓ ବିଜେପି ଦଳରୁ ଥରେ ଲେଖା ବିଧାୟକ ନିର୍ବାଚିତ ହୋଇଛନ୍ତି । ଯଥା ଗତ ୧୯୯୦ରେ ଜନତା ଦଳରୁ ପ୍ରହ୍ଲାଦ ଦୋରା, ୧୯୯୫ରେ କଂଗ୍ରେସ ଦଳରୁ ଗଙ୍ଗାଧର ମାଡ଼ି, ୨୦୦୦ରେ କଂଗ୍ରେସରୁ ଗଙ୍ଗାଧରଙ୍କ ପୁତ୍ର ବଧୁ ମମତା ମାଡ଼ି, ୨୦୦୪ରେ ବିଜେପିରୁ ପ୍ରହ୍ଲାଦ ଦୋରା, ୨୦୦୯ରେ କଂଗ୍ରେସର ମମତା ମାଡ଼ି, ୨୦୧୪ରେ ବିଜେଡିରୁ ଡ଼ମ୍ବରୁ ଶୀଶା, ୨୦୧୯ବିଜେଡିରୁ ପୁର୍ଣ୍ଣଚନ୍ଦ୍ର ବାକା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଚଳିତ ୨୦୨୪ନିର୍ବାଚନରେ ଚିତ୍ରକୋଣ୍ଡା ଆସନଟି କିଏ ଅକ୍ତିଆର କରିବ ଭୋଟରମାନେ କାହାକୁ ଭୋଟ ଦେଇ ବିଧାୟକ ଆସନରେ ବସାଇବେ ତାହା ସମୟ ହିଁ କହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.