ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ରାସ୍ତା ମରାମତି ଦାବିରେ ଆଇନଜୀବୀଙ୍କ ଧାରଣା

ବ୍ରହ୍ମପୁର, ୧୧/୧୧ : ରାସ୍ତା ମରାମତି ଦାବିରେ ପ୍ରତିବାଦ। ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ନିକଟ ଇନ୍ଦିରା ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ଶନିବାର ପୂର୍ବାହ୍ନରେ ଆଇନଜୀବୀ ମନୋଜ ପଟ୍ଟନାୟକ ଏବଂ ତାଙ୍କର କିଛି ସମର୍ଥକ ଧାରଣା ଦେଇଛନ୍ତି। 

ସୂଚନାନୁଯାୟୀ, ପୁରୁଣା ବସଷ୍ଟାଣ୍ଡ ନିକଟ ଇନ୍ଦିରା ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ରାସ୍ତା ଖୋଳି ହୋଇ ଗର୍ତ୍ତ ହୋଇଥିଲା। ଦଶହରା ସମୟରେ ଏହାର ମରାମତି କରାଯାଇନଥିଲା। ୯ ତାରିଖରେ ଆଇନଜୀବୀ ପଟ୍ଟନାୟକ ମରାମତି କରିବାକୁ ବିଏମସି କମିଶନରଙ୍କୁ ଲିଖିତ ଭାବେ ଦେଇଥିଲେ। ରାସ୍ତା ମରାମତି ନହେଲେ ଶନିବାର ଧାରଣା ଦେବେ ବୋଲି କହିଥିଲେ। ଦାବି ପୂରଣ ନହେବାରୁ ଆଇନଜୀବୀ ପଟ୍ଟନାୟକ ଆଜି ଧାରଣା ଦେଇଛନ୍ତି। 

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.