ପୁରୀ, ୧୩/୦୪ : ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଭିକ୍ଷା କଲେ ବାଲେଶ୍ଵର ଲୋକସଭା ବିଜେଡି ପ୍ରାର୍ଥୀନୀ ଲେଖାଶ୍ରୀ ସାମନ୍ତସିଂହାର। ଶନିବାର ପୂର୍ବାହ୍ନରେ ଲେଖାଶ୍ରୀ ନିଜ ପରିବାର ଓ ସମ୍ପର୍କୀୟଙ୍କ ସହ ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶୀର୍ବାଦ ନେଇଛନ୍ତି। ମହାପ୍ରଭୁଙ୍କୁ ଦର୍ଶନ ସାରି ଫେରିବା ପରେ ସେ ଅରୁଣ ସ୍ତମ୍ଭ ସମ୍ମୁଖରେ ସାଷ୍ଟାଙ୍ଗ ପ୍ରଣିପାତ ହୋଇ ଦୀପ ଲଗାଇ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି।
ଓଡ଼ିଶାର ବିକାଶ, ଓଡ଼ିଆଙ୍କ କଲ୍ୟାଣ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଙ୍ଗଳ କାମନା ପାଇଁ ସେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଛନ୍ତି। ପ୍ରଭୁଙ୍କ ଦିବ୍ୟ ଦର୍ଶନ ପାଇ ସେ ନିଜକୁ ଭାଗ୍ୟବାନ ମନେ କରିଛନ୍ତି। ମହାପ୍ରଭୁ ତାଙ୍କୁ ଯୁଆଡେ ନେବେ ସେ ସିଆଡେ ଯିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି।