ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ବାଂଲାଦେଶ ଭଳି ମୋଦିଙ୍କ ଘରେ ପଶିବେ ଜନତା, କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ

ଭୋପାଳ,୭।୮:  ମଧ୍ୟ ପ୍ରଦେଶରେ କଂଗ୍ରେସର ବରିଷ୍ଠ ନେତା ସଜ୍ଜନ ସିଂହ ବର୍ମାଙ୍କ ବିବାଦୀୟ ବୟାନ। ସେ କହିଛନ୍ତି, ଶ୍ରୀଲଙ୍କା ଓ ବାଂଲାଦେଶ ଭଳି ସ୍ଥିତି ଏବେ ଭାରତରେ ହେବାକୁ ଯାଉଛି। ଏପରିକି ସେ କହିଛନ୍ତି, ଯେଉଁଭଳି ଶେଖ ହସିନାଙ୍କ ଘରେ ସାଧାରର ଜନତା ପଶିଗଲେ, ସେଭଳି ଭାରତରେ ମଧ୍ୟ ମୋଦିଙ୍କ ଘରେ ପଶିବେ। ବର୍ମାଙ୍କ ଏହି ବିବାଦୀୟ ବୟାନ ଦିଆଯାଇଥିବା ଭିଡିଓ ଏବେ ଜୋରଦାର ଭାଇରାଲ ହେଉଛି।

ଯେଉଁ ସମୟରେ ସଜ୍ଜନ ସିଂହ ବର୍ମା ଏହି ବିବାଦୀୟ ମନ୍ତବ୍ୟ ଦେବା ବେଳେ ମଞ୍ଚରେ ମଧ୍ୟ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଜିତୁ ପଟଓ୍ବାରୀଙ୍କ ସହିତ ବହୁ ନେତା ଥିଲେ। ଇନ୍ଦୋର ନଗର ନିଗମରେ ଭ୍ରଷ୍ଟାଚାର ଅଭିଯୋଗ ଓ ଟ୍ୟାକ୍ସ ବୃଦ୍ଧି ବିରୋଧକୁ ନେଇ କଂଗ୍ରେସର ବଡ ପ୍ରଦର୍ଶନ ଆୟୋଜନ କରାଯାଇଥିଲା। ଏହି ସମୟରେ ଭାଷଣ ଦେଇ ସଜ୍ଜନ ସିଂହ ବର୍ମା ଭାରତର ତୁଳନା ଶ୍ରୀଲଙ୍କା ଓ ବାଂଲାଦେଶ ସହିତ କରିଛନ୍ତି।

ବର୍ମା କହିଛନ୍ତି, ମୁଁ ତ କେବଳ ଏତିକି କହିବାକୁ ଚାହୁଁ ଦୁଇ ଦିନ ହେବ ଆପଣ ଟିଭିରେ ଦେଖୁଛନ୍ତି, ବାଂଲାଦେଶର ଜନତା ଶେଖ ହସିନାଙ୍କ ଭୁଲ କାରଣରୁ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଓ ରାଷ୍ଟ୍ରପତି ଭବନରେ ପଶି ଯାଇଥିଲେ। ମନେ ରଖନ୍ତୁ ମୋଦିଜୀ ଆପଣଙ୍କ ଭୁଲ ନୀତି ଯୋଗୁଁ ଦିନେ ଲୋକେ ଆପଣଙ୍କ ବାସଭବନରେ ପଶି ଦଖଲ କରିନେବେ। ପ୍ରଥମେ ଶ୍ରୀଲଙ୍କା, ତା ପରେ ବାଂଲାଦେଶ ଏବେ ଭାରତର ନମ୍ବର ଆସୁଛି।’

  • Bangladesh Clashes
  • Sheikh Hasina
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.