ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର: ମା’ ହେବ ସିଂହୀ ‘ରେୱା

ବାରଙ୍ଗ ୨୩/୦୩: ନନ୍ଦନକାନନ ପ୍ରାଣୀ ଉଦ୍ୟାନ  ପାଇଁ ଖୁସି ଖବର । ୬ ବର୍ଷ ବୟସ୍କା ସିଂହୀ ରେୱା  ମା’ ହେବାକୁ ଯାଉଛି । ରେୱା ପ୍ରଥମ ଥର ତା’ର ଶାବକମାନଙ୍କ ଠିକ୍‌ରେ ଯତ୍ନ ନେଇ ପାରିନଥିଲା ।  ତା’ର ଦୁଇ ନବଜାତକକୁ ମାରି ଦେଇଥିବାରୁ ଆରମ୍ଭରୁ ପ୍ରାଣୀ ଚିକିତ୍ସକମାନେ ରେୱାର ସ୍ୱାସ୍ଥ୍ୟ  ଉପରେ ଅଧିକ ଧ୍ୟାନ  ଦେଇଛନ୍ତି । ତାକୁ  ଦରକାରୀ ଭିଟାମିନ ଖୁଆଇ ଏବଂ   ପ୍ରତିଶୋଧକ ଟିକା ଦେଇତା’ର ସ୍ୱାସ୍ଥ୍ୟ ଉପରେ ଯତ୍ନ  ନିଆଯାଉଥିଲା । ଏବେ ପ୍ରସବ ସମୟ ହୋଇଯାଇଥିବାରୁ  ସଫାରୀର ଫିଡିଂ ଚ୍ୟାମ୍ବରକୁ ସିସିଟିଭି ନଜରରେ ରଖାଯାଇଛି । ଆଉ ଅଳ୍ପ ଦିନ ମଧ୍ୟରେ ରେୱା  ପ୍ରସବ କରିବ ବୋଲି ସମସ୍ତ ପ୍ରକାର ସଙ୍କେତ  ମିଳିଥିବା ଜଣେ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି ।  

ପ୍ରାୟ ୧୦୦ ଦିନ ପୂର୍ବରୁ କମଳା ନେହରୁ ପ୍ରାଣୀ  ସଂଗ୍ରହାଳୟରୁ ଆସିଥିବା ସିଂହୀ ‘ରେୱା’ ସହିତ  ନନ୍ଦନକାନନରେ ଜନ୍ମିତ ସିଂହ ‘ଜିତ୍‌’ର ମିଳନ କରାଯାଇଥିଲା । ୨୦୨୩ ଜାନୁଆରୀ ୧୦ରେ ସିଂହୀ ରେୱା  ୪ଟି ଶାବକ ଜନ୍ମ ଦେଇଥିଲା । ସେଥିମଧ୍ୟରୁ ସକାଳେ  ଗୋଟିକର ମୃତ୍ୟୁ ହୋଇଥିବା ବେଳେ ଗୋଟିକର  କେବଳ ମୁଣ୍ଡ ପଡ଼ିଥିଲା । ତେଣୁ ମା’ ଗୋଟିକୁ ମାରି  ଖାଇଥିବା ଓ ଅନ୍ୟଟିକୁ ମାରିଥିବା ଅନୁମାନ କରି  କର୍ତ୍ତୃପକ୍ଷ ଜୀବିତ ଦୁଇ ଶାବକକୁ ମା’ଠାରୁ ଅଲଗା କରି  ଶିଶୁଯତ୍ନ କେନ୍ଦ୍ରରେ ଛାଡ଼ିଥିଲେ । ଏବେ ଦୁଇ ଶାବକ  ପ୍ରାୟ ୧୪ ମାସର ହେଲେଣି । ଗତ ନନ୍ଦନକାନନ ପ୍ରତିଷ୍ଠା  ଦିବସରେ ସେମାନଙ୍କ ନାମ ମାୟା ଓ ଶିବମ୍‌ ରଖାଯାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.