ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜ୍ୟରେ ୭୦ କେନ୍ଦ୍ରରେ ଗଣତି, ECI ​‌ୱେବସାଇଟ୍‌ରୁ ଦେଖିପାରିବେ ରେଜଲ୍ଟ ଅପ୍‌ଡେଟ୍

ଭୁବନେଶ୍ୱର୦୪/୦୫: ମଙ୍ଗଳବାର ରାଜ୍ୟର ୧୪୭ ବିଧାନସଭା ଓ ୨୧  ଲୋକସଭାକୁ ମିଳିବେ ନୂଆ ନେତା । କିଏ ୫ ବର୍ଷ ପାଇଁ ସାଜିବେ ସେମାନଙ୍କର ଜନ ପ୍ରତିନିଧି, ତାହା ଚୂଡ଼ାନ୍ତ ହେବ । ଏନେଇ ହୋଇଥିବା ୪ଟି ପର୍ଯ୍ୟାୟ ନିର୍ବାଚନର ଫଳ ଆସିବ । ୭୦ଟି କେନ୍ଦ୍ରରେ ଭୋଟ୍‌ ଗଣନା ହେବାକୁ ଥିବାବେଳେ କଡ଼ା ସୁରକ୍ଷା ମଧ୍ୟରେ ଗଣତି ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ  ନିର୍ବାଚନ ଅଧିକାରୀ (ସିଇଓ) ନିକୁଞ୍ଜ ବିହାରୀ ଧଳ । 

ସାମ୍ବାଦିକ ସମ୍ମିଳନୀରେ ସିଇଓ ଶ୍ରୀ ଧଳ କହିଛନ୍ତି, ଚଳିତ ନିର୍ବାଚନରେ  ରାଜ୍ୟରେ ଅଢ଼େଇ କୋଟିରୁ ଅଧିକ ମତଦାତା ସାମିଲ ହୋଇଛନ୍ତି । ୨୦୧୯ ତୁଳନାରେ  ଏଥର ବଢ଼ିଛି ଭୋଟ୍‌ ହାର । ୨୦୧୯ରେ ଭୋଟ୍‌ ହାର ୭୩.୦୯% ଥିବାବେଳେ ଚଳିତ  ଥର ୭୪.୪୪% ରହିଛି । ଏଥର ପୁରୁଷଙ୍କ ତୁଳନାରେ ଅଧିକ ମହିଳା ଭୋଟ୍‌  ଦେଇଛନ୍ତି । ୭୩.୩୭% ପୁରୁଷ ଭୋଟ୍‌ ଦେଇଥିବା ବେଳେ ୭୫.୫୫% ମହିଳା ଭୋଟ ଦେଇଛନ୍ତି । 

ମଙ୍ଗଳବାର ଭୋଟ୍‌ ଗଣତି ହେବ । ୬୯ଟିରେ ଇଭିଏମ୍‌ ଓ କେବଳ  ଛତ୍ରପୁରରେ ପୋଷ୍ଟାଲ ବାଲାଟ ଗଣତି କରାଯିବ । ପୋଷ୍ଟାଲ୍‌ ବାଲଟ୍‌ ଗଣତି ବେଳେ ପ୍ରତି ଜାଗାରେ ଜଣେ ଲେଖା ସହକାରୀ ରିଟର୍ଣ୍ଣିଂ ଅଧିକାରୀ  (ଏଆର୍‌ଓ) ରହିବେ । ବିଧାନସଭା ପାଇଁ  ୧୭୯୯ ଓ ଲୋକସଭା ପାଇଁ ୧୭୯୦ ଟେବୁଲ୍‌ରେ ଗଣତି ହେବ । ପ୍ରାୟ ୬୦ ହଲ୍‌ରେ ଲୋକସଭା ଓ ବିଧାନସଭା ଏକା ସାଙ୍ଗରେ ଅଲଗା ଅଲଗା ଟେବୁଲରେ ଗଣତି  ହେବ । ୮୭ଟି ବିଧାନସଭା କ୍ଷେତ୍ରରେ ବିଧାନସଭା ଓ ଲୋକସଭା ଅଲଗା ଗଣତି  କରାଯିବ । ଏଥିପାଇଁ ୧୨୪ ଅବ୍‌ଜରଭର୍‌ ନିୟୋଜିତ ଅଛନ୍ତି । ପ୍ରତି ଟେବୁଲ୍‌ରେ ଜଣେ  କାଉଣ୍ଟିଂ ସୁପରଭାଇଜର୍‌, ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ୍‌ ଓ ଜଣେ ମାଇକ୍ରୋ ଅବଜରଭର  ରହିବେ । କେବଳ ୮ଟି ନିର୍ବାଚନମଣ୍ଡଳୀରେ ୩୦ରୁ ଅଧିକ ରାଉଣ୍ଡ ଗଣତି ହେବ ।  ସେଗୁଡ଼ିକ ହେଉଛି, ରାଇରଙ୍ଗପୁର, ସାରସକଣା, ଆଳି, ଚିତ୍ରକୋଣ୍ଡା, ପାଟକୁରା,  ବିଷମକଟକ, ଲୋଇସିଂହା ଓ ମୋହନା । ଲୋକେ ନିର୍ବାଚନ ଫଳ results.eci.gov.inରୁ ଜାଣିପାରିବେ । ଅପରପକ୍ଷେ, ୨୦ଟି ଲୋକସଭାରେ ୨୦ଜଣ ଜିଲ୍ଲାପାଳ  ରିଟର୍ଣ୍ଣିଂ ଅଫିସର୍‌ ଦାୟିତ୍ୱ ନିର୍ବାହ କରିବେ । କେବଳ ଗଞ୍ଜାମ ଜିଲ୍ଲା ପରିଷଦର  ସିଇଓ ବ୍ରହ୍ମପୁରର ରିଟର୍ଣ୍ଣିଂ ଅଫିସର୍‌ ରହିବେ । ସହକାରୀ ରିଟର୍ଣ୍ଣିଂ ଅଫିସର ଥିବା  ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଉପଜିଲ୍ଲାପାଳମାନେ ବିଧାନସଭାଗୁଡିକର  ରିଟର୍ଣ୍ଣିଂ ଅଫିସର କାମ କରିବେ । ପ୍ରତି ଗଣତି ସ୍ଥାନରେ ଜଣେ ଲେଖାଏଁ ଏଆର୍‌ଓ  ରହିବେ । ସେଥିପାଇଁ ଅତିରିକ୍ତ ଏଆର୍‌ଓ ନିଯୁକ୍ତ କରାଯାଇଛି ବୋଲି ସିଇଓ କହିଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.