ପ୍ରମୁଖ ଖବର
  • ଅଯୋଧ୍ୟାରେ ରାମଲାଲାଙ୍କ ସୂର୍ଯ୍ୟତିଳକ, ଦିବ୍ୟ ରୂପ ଦେଖି ଭକ୍ତିରେ ବିଭୋର ହେଲେ ଶ୍ରଦ୍ଧାଳୁ
  • ||
  • ଦିନ ସାଢେ ୧୧ଟାରେ ୪୦ ଡିଗ୍ରୀ ଛୁଇଁଲା ତାପମାତ୍ରା, ବାଲେଶ୍ଵରରେ ସର୍ବାଧିକ ରେକର୍ଡ
  • ||
  • ଭୁବନେଶ୍ୱର : ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ୩ ଦିନ ସ୍କୁଲ ଛୁଟି
  • ||
  • ମୁମ୍ୱାଇ: ଶୋଇବା ଅଧିକାର ମୌଳିକ ଆବଶ୍ୟକତା, ରାତି ଅଧରେ ଜେରା କରିବାରୁ ଇଡିକୁ ହାଇକୋର୍ଟ ନୋଟିସ୍‌
  • ||
  • ନୂଆଦିଲ୍ଲୀ : ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ୧୬୭ ଜଣଙ୍କ ବିରୋଧରେ ସଙ୍ଗିନ ମାମଲା, କଂଗ୍ରେସର ଭେଙ୍କଟରମଣ ସବୁଠୁ ଧନୀ
  • ||
  • ଭୁବନେଶ୍ୱର : ପିସିସି ପ୍ରଚାର କମିଟି ବୈଠକ, ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି
  • ||
  • ଆଇପିଏଲ୍‌ରେ ଆଜି ଦିଲ୍ଲୀ ଓ ଗୁଜୁରାଟ ମଧ୍ୟରେ ଟକ୍କର, ଅହମ୍ମଦାବାଦରେ ହେବ ମୁକାବିଲା
  • ||
  • ଦୁବାଇରେ ବର୍ଷାର ପ୍ରକୋପ, ଚାରିଆଡେ ଖାଲି ପାଣି ପାଣି, ଓମାନରେ ଚାଲିଗଲା ୧୮ ଜୀବନ
  • ||
  • ଭୁବନେଶ୍ଵର : ଅସହ୍ୟ ତାତି ଓ ଗୁଳୁଗୁଳିରେ ସିଝୁଛି ରାଜ୍ୟ, ୪ ଦିନ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ୧୮ ଓ ୧୯ରେ ୪୫ ଡିଗ୍ରୀ ଛୁଇଁବ
  • ||
  • ଭୁବନେଶ୍ଵର : ଆଜି ପବିତ୍ର ରାମନବମୀ, ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ପ୍ରଥମ ରାମନବମୀ, ଆସିବେ ୨୫ ଲକ୍ଷ ଶ୍ରଦ୍ଧାଳୁ
  • ||

ନବୀନ ନିବାସରେ କଟକ ଲୋକସଭା ସମୀକ୍ଷା: ପ୍ରଥମ ଥର ପ୍ରାର୍ଥୀ ବଦଳାଇବ ବିଜେଡି, ସନ୍ତୃପ୍ତ ମିଶ୍ରଙ୍କୁ ନେଇ ଜୋର୍‌ ଚର୍ଚ୍ଚା

କଟକ,୨୪/୦୩: ଲଗାତାର ଛଅ ଥର ନିର୍ବାଚିତ ସାଂସଦ ଭର୍ତ୍ତୃହରି ମହତାବ ବିଜୁ ଜନତା ଦଳରୁ ଇସ୍ତଫା ଦେବା ପରେ  କଟକ ଲୋକସଭା ଆସନର ପ୍ରାର୍ଥିତ୍ୱକୁ  ନେଇ ଚର୍ଚ୍ଚା ଜୋର୍‌ ଧରିଛି । କେବଳ ଶାସକ ବିଜେଡି ନୁହେଁ, ତିନି ପ୍ରମୁଖ ଦଳରୁ ଲୋକସଭା ଆସନ ଲାଗି କିଏ ଟିକଟ ଦାବିଦାର୍‌ ହେବେ ତାହା ଏବେ ମୁଖ୍ୟ ପ୍ରସଙ୍ଗ  ପାଲଟିଛି । ସାମ୍ପ୍ରତିକ ସ୍ଥିତିକୁ ଦେଖିଲେ  ବିଜେଡି କଟକ ଲୋକସଭା ଆସନରେ ନୂଆ  ମୁହଁ ଦେବାକୁ ଯାଉଥିବା ପ୍ରାୟ ଅନୁମାନ  କରାଯାଉଛି । 

ଆଜି ନବୀନ ନିବାସରେ କଟକ ଲୋକସଭା କ୍ଷେତ୍ର  ପାଇଁ ଦଳର ରଣନୀତି ସମୀକ୍ଷା ଚାଲିଛି । ଏଥିରେ ବିଜେଡି ପ୍ରଥମଥର  ପାଇଁ କଟକ ଲୋକସଭା ଆସନରେ ପ୍ରାର୍ଥ  ବଦଳାଇବ କି ନା ତାହା ସ୍ପଷ୍ଟ ହୋଇପାରେ । ବିଜେପିରୁ ବି ପ୍ରାର୍ଥିତ୍ୱକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି । ବିଜେଡିରୁ ଇସ୍ତଫା ଦେବା ପରେ ସାଂସଦ ଭର୍ତ୍ତୃହରି ମହତାବ ବିଜେପିରେ ଯୋଗ ଦେବା ନେଇ ଜୋରସୋର ଚର୍ଚ୍ଚା ହେଉଛି । ଯଦି ସେ ବିଜେପିରେ ଯୋଗ  ଦିଅନ୍ତି ତେବେ ତାଙ୍କୁ ଦଳ କଟକରୁ ପ୍ରାର୍ଥୀ କରିବା ଅସମ୍ଭବ ନୁହେଁ । ତେବେ ବିଜେପିରେ ଯୋଗ ଦେବା, ନଦେବା ନେଇ  ଭର୍ତ୍ତୃହରି ନିରବ ରହିଛନ୍ତି । ସେପଟେ ଦଳର  ରାଜ୍ୟ ଉପସଭାପତି ଡାକ୍ତର ପୂର୍ଣ୍ଣଚନ୍ଦ୍ର  ମହାପାତ୍ର ମଧ୍ୟ ଲୋକସଭା ଆସନରୁ  ନିର୍ବାଚନ ଲଢିବା ଲାଗି ଗୋଡ଼ କାଢି  ବସିଛନ୍ତି । କଂଗ୍ରେସ ଦଳରୁ ଲୋକସଭା  ପ୍ରାର୍ଥୀ କିଏ ହେବେ ତାକୁ ନେଇ ସସ୍‌ପେନ୍ସ  ଜାରି ରହିଛି । ଜଣେ କି ଦୁଇଜଣ ନୁହେଁ,  କଟକରୁ ୪୨ ଜଣ ଆବେଦନକାରୀ ରହିଥିବା  ବେଳେ ଆସନ୍ତା ୨୭ ତାରିଖ ପିସିସି ପ୍ରଚାର  କମିଟିର ନବନିଯୁକ୍ତ ଅଧ୍ୟକ୍ଷ ଭକ୍ତ ଦାସ  ଓଡ଼ିଶା ଫେରିବା ପରେ ପ୍ରାର୍ଥୀଙ୍କ ନାଁ ଘୋଷଣା  ହୋଇପାରେ ବୋଲି କୁହାଯାଉଛି ।  

ବିଗତ କିଛି ଦଶନ୍ଧି କଟକ ଲୋକସଭା  ଆସନ ବିଜେଡି କବ୍‌ଜାରେ ରହିଆସିଥିବା  ବେଳେ ଲଗାତାର ଛଅଥର ସେହି ଗୋଟିଏ  ଚେହେରା, ଭର୍ତ୍ତୃହରି ମହତାବ ବିଜୟୀ  ହୋଇଆସିଛନ୍ତି । ଯଦିଓ ବିଜୟ ଲାଗି  ଭର୍ତ୍ତୃହରିଙ୍କୁ ବେଶି କସରତ କରିବାକୁ  ପଡେନାହିଁ । ଗ୍ରାମାଞ୍ଚଳରୁ ଶାସକ ବିଜେଡିର  ତୃଣମୂଳ ସଂଗଠନର ଭୋଟ୍‌ ସିଧାସଳଖ  ଭର୍ତ୍ତୃହରିଙ୍କ ଖାତାକୁ ଆସିଥାଏ । କଟକ  ଲୋକସଭା କ୍ଷେତ୍ରରେ ରହିଥିବା ଖଣ୍ଡପଡ଼ା  ସମେତ ବଡମ୍ବା, ଆଠଗଡ଼, ବାଙ୍କୀରୁ  ଭର୍ତ୍ତୃହରିଙ୍କୁ ଯେଉଁ ଲିଡ୍‌ ବା ଅତିରିକ୍ତ  ଭୋଟ ମିଳେ ସେ ତୁଳନାରେ ଅନ୍ୟ ସମସ୍ତ  ପ୍ରତିଦ୍ୱନ୍ଦ୍ୱୀ ପଛରେ ପଡିଯାଆନ୍ତି । କିନ୍ତୁ ଏଥର  ସେ ବିଜେଡିରେ ନାହାନ୍ତି । ତେଣୁ ତାଙ୍କ  ସ୍ଥାନରେ ବିଜେଡି ଯାହାକୁ ପ୍ରାର୍ଥୀ କରିବ  ସେ ଭୋଟ୍‌ର ଲାଭ ତାଙ୍କୁ ଯିବ ନିଶ୍ଚିତ ।  

ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ଗତ କିଛି ଦିନ  ପୂର୍ବରୁ ବିଜେଡିରେ ମିଶିଥିବା କର୍ପୋରେଟ  ଜଗତର ପ୍ରତିଷ୍ଠିତ ବ୍ୟକ୍ତି ସନ୍ତୃପ୍ତ ମିଶ୍ରଙ୍କ  ନାଁ ଶୁଣିବାକୁ ମିଳୁଛି । କଟକ ସହର ଓ  ବୋର୍ଡ ସ୍କୁଲ୍‌ ସହ ସନ୍ତୃପ୍ତଙ୍କ ଭଲ ପରିଚୟ  ରହିଛି । ଏହା ପୂର୍ବରୁ କଟକର କିଛି ବରିଷ୍ଠ  ବିଧାୟକଙ୍କୁ ନେଇ ବି ସାଂସଦ ପ୍ରାର୍ଥିତ୍ୱ  ଆକଳନ ଜାରି ରହିଥିଲା । କିନ୍ତୁ ମେଣ୍ଟ  ନହେବା ସ୍ପଷ୍ଟ ହୋଇଯିବା ପରେ ବିଧାନସଭା  କ୍ଷେତ୍ରରେ ବିଧାୟକମାନଙ୍କ ଦାୟିତ୍ୱ ଅଧିକ  ବଢିଯାଇଛି । ଏମିତିକି ଆସନ୍ତାକାଲି  ନବୀନ ନିବାସରେ ହେବାକୁ ଥିବା  କଟକ ଲୋକସଭା ସମୀକ୍ଷା ବୈଠକରେ  ବିଧାୟକମାନେ ଉପସ୍ଥିତ ରହିବେ ।  ଲୋକସଭା ଆସନ ଲାଗି ବିଧାୟକମାନଙ୍କ  ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିବ ।   

ସେହିପରି ବିଜେଡିରୁ ଇସ୍ତଫା ଦେଇଥିବା ଭର୍ତ୍ତୃହରି ମହତାବଙ୍କ ପରବର୍ତ୍ତୀ  ପଦକ୍ଷେପ ଉପରେ ଦଳର ନଜର ରହିବ ।  ସେ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା  ଲାଗି ରହିଥିବା ବେଳେ ଏ ସମ୍ପର୍କରେ ତାଙ୍କ  ତରଫରୁ କୌଣସି ସ୍ପଷ୍ଟୋକ୍ତି ଆସିନାହିଁ ।  ଯଦି ସେ ବିଜେପିରେ ଯୋଗ ଦିଅନ୍ତି ତେବେ  ଲୋକସଭା ନିର୍ବାଚନ ଲଢିବେ କି ନାହିଁ  ତାହା ମଧ୍ୟ ଦ୍ୱନ୍ଦ୍ୱରେ । କେନ୍ଦ୍ର ବିଜେପି ଶୀର୍ଷ  ନେତୃମଣ୍ଡଳୀଙ୍କ ତରଫରୁ କିଛି ସରପ୍ରାଇଜ୍‌  ମିଳିପାରେ ବୋଲି ମଧ୍ୟ କୁହାଯାଉଛି । 

ଶନିବାର  କଟକ ବିଜେପିର ବରିଷ୍ଠ ନେତୃମଣ୍ଡଳୀ  ଭର୍ତ୍ତୃହରିଙ୍କୁ ତାଙ୍କ ବାସଭବନରେ  ଭେଟିଛନ୍ତି । ଭେଟିଥିବା ନେତାଙ୍କ ମଧ୍ୟରେ  ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ,  ନେତ୍ରୀ ସ୍ମୃତି ପଟ୍ଟନାୟକ, ନଗର ବିଜେପି  ସଭାପତି ଲଲାଟେନ୍ଦୁ ବଡ଼ୁ ଓ ଅନ୍ୟମାନେ  ଥିବା ଜଣାପଡିଛି ।  ତେବେ ଭର୍ତ୍ତୃହରି ଯେହେତୁ ଏଯାଏ  ବିଜେପିରେ ମିଶିନାହାନ୍ତି ତେଣୁ ଡାକ୍ତର  ପୂର୍ଣ୍ଣଚନ୍ଦ୍ର ମହାପାତ୍ର ବିଜେପି ଲୋକସଭା  ପ୍ରାର୍ଥୀ ହେବାରେ ବିଶେଷ କିଛି ଦ୍ୱନ୍ଦ୍ୱ ନାହିଁ ।  କଂଗ୍ରେସରୁ ଲୋକସଭା ଆସନ ପାଇଁ ଶରତ  ରାଉତ, ବିଭୂତି ମିଶ୍ର, ସୁରେଶ ମହାପାତ୍ର,  ଗିରିବାଳା ବେହେରା, ଇଂ. ଆକାଶ ଭୂୟାଁଙ୍କ  ଭଳି ଅନେକ ପ୍ରାର୍ଥୀ ଟିକଟ୍‌ ଆଶାରେ  ରହିଛନ୍ତି । ଏମାନଙ୍କୁ ମଧ୍ୟରୁ ଦଳ କାହାକୁ  ପ୍ରାର୍ଥୀ କରିବ ତାହା ଆଗକୁ ଜଣାପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.