ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲୋକସଭା ନିର୍ବାଚନ ପ୍ରଚାର: ଆଜିଠୁ ୩ ରାଜ୍ୟରେ ମୋଦିଙ୍କ ରାଲି, ଏପ୍ରିଲ ୧୬ ଯାଏ ଚାଲିବ ଜନସଭା

ନୂଆଦିଲ୍ଲୀ,୦୨/୦୪: ମଙ୍ଗଳବାରଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି ୧୬ ତାରିଖ ଯାଏ  ଉତ୍ତରାଖଣ୍ଡ, ରାଜସ୍ଥାନ ଓ ଉତ୍ତରପ୍ରଦେଶରେ ନିର୍ବାଚନୀ ରାଲିକୁ ସମ୍ବୋଧନ କରିବେ ।  

ରିପୋର୍ଟ ଅନୁସାରେ, ଏପ୍ରିଲ ୨ରେ ଅର୍ଥାତ୍‌ ମଙ୍ଗଳବାର ସେ ଉତ୍ତରାଖଣ୍ଡର ରୁଦ୍ରପୁର ଓ ରାଜସ୍ଥାନର କୋଠରୁତାଲିରେ ଜନସଭା କରିବେ । ଏପ୍ରିଲ ୬ ତାରିଖରେ ସେ ଉତ୍ତରପ୍ରଦେଶର ସାହାରନ୍‌ପୁରରେ ଏକ ଜନସଭାକୁ ସମ୍ବୋଧନ  କରିବାର କାର୍ଯ୍ୟକ୍ରମ ରହିଛି । ସେହିଦିନ ସନ୍ଧ୍ୟାରେ ସେ ଗାଜିଆବାଦରେ ଏକ ରୋଡ୍‌ ଶୋ’ କରିବେ ।  ଏପ୍ରିଲ ୯ ତାରିଖରେ ପିଲଭିତ୍‌ରେ ଏକ ବ୍ୟାପକ  ରାଲିକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ୧୬  ତାରିଖରେ ସେ ରାଜ୍ୟର ମୋରାଦାବାଦରେ ଏକ  ଜନସଭା କରିବେ । 

ଇତିମଧ୍ୟରେ ଲୋକସଭା ନିର୍ବାଚନକୁ ଆଉ ମାତ୍ର କେଇ ସପ୍ତାହ ବାକି  ଥିବାବେଳେ ବିଜେପି ଏପ୍ରିଲ ୬ ତାରିଖରେ  ଦଳର ପ୍ରତିଷ୍ଠା ଦିବସକୁ ‘୪୦୦ ପାର୍‌' ସ୍ଲୋଗାନ୍‌  ସହିତ ପାଳନ କରିବ । ପ୍ରତିଷ୍ଠା ଦିବସ ଦିନ ବିଭିନ୍ନ  ସ୍ଥାନରେ କାର୍ଯ୍ୟକ୍ରମ କରିବା ଲାଗି ଦଳ ଏହାର  କେନ୍ଦ୍ରୀୟ ନେତାଙ୍କଠାରୁ ଆରମ୍ଭ କରି ବୁଥ୍‌ସ୍ତରର  କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଜାରି କରିଛି । 

ସୂଚନାଥାଉକି, ଚଳିତଥର ଏପ୍ରିଲ ୧୯ରୁ ଆରମ୍ଭ କରି ୭ଟି  ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ ।  ଏଥରକ ପ୍ରାୟ ୯୭ କୋଟି ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ।

  • prameyanews
  • PrameyaOdia
  • prameya
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.