ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

AAPକୁ ପଞ୍ଜାବରେ ଡବଲ୍ ଝଟକା, ବିଜେପି ମିଶିଲେ ସାଂସଦ ସୁଶୀଲ କୁମାର ରିଙ୍କୁ ଓ ବିଧାୟକ ଶୀତଲ ଅଙ୍ଗୁରାଲ

ନୂଆଦିଲ୍ଲୀ, ୨୭/୦୩: ଲୋକସଭା ନିର୍ବାଚନର ଠିକ୍ ପୂର୍ବରୁ ପଞ୍ଜାବରେ ଆମ୍ ଆଦମୀ ପାର୍ଟିକୁ ଝଟକା ଲାଗିଛି । ଜଳନ୍ଧରରୁ ଆପ୍ ସାଂସଦ ଥିବା ସୁଶୀଲ କୁମାର ରିଙ୍କୁ ଏବଂ ଜଳନ୍ଧର ପଶ୍ଚିମର ଆପ୍ ବିଧାୟକ ଶୀତଲ ଅଙ୍ଗୁରାଲ  ବିଜେପିରେ ସାମିଲ୍ ହୋଇଛନ୍ତି । ଏହି ଦୁଇ ନେତା ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି ।

ବିଜେପି ମହାସଚିବ ବିନୋଦ ତାୱଡେ ଏବଂ ପଞ୍ଜାବର ପାର୍ଟି ଅଧ୍ୟକ୍ଷ ସୁନୀଲ ଜାଖଡ଼ ଉଭୟଙ୍କୁ ଦଳରେ ସ୍ୱାଗତ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ଉପସ୍ଥିତ ରହିଥିଲେ । କେନ୍ଦ୍ରମନ୍ତ୍ରୀ ପୁରୀ କହିଛନ୍ତି, ବିଜେପି ଦୁନିଆର ସବୁଠୁ ବଡ଼ ରାଜନୈତିକ ଦଶ । ସବୁ କ୍ଷେତ୍ରରେ ଜଡ଼ିତ ଲୋକ ବିଜେପିରେ ସାମିଲ ହେଉଛନ୍ତି ଏବଂ ପରିବାରର ସଦସ୍ୟ ଦେଉଛନ୍ତି ।

ସେ କହିଛନ୍ତି, 'ପଞ୍ଜାବରେ ସ୍ଥିତି ବଦଳୁଛି । ଆମେ ସମସ୍ତେ ମିଶି ଭାରତକୁ ୨୦୪୭ ପର୍ଯ୍ୟନ୍ତ ବିକଶିତ ଦେଶ କରିବା ପାଇଁ କାମ କରିବୁ ।' ସୁଶୀଲ କୁମାର ରିଙ୍କୁ ଏବଂ ଶୀତଲଙ୍କ ପୂର୍ବରୁ ମଙ୍ଗଳବାର ଲୁଧିଆନାରୁ କଂଗ୍ରେସ ସାଂସଦ ରବନୀତ ସିଂ ବିଟ୍ଟୁ ବିଜେପିରେ ମିଶିଥିଲେ । ଖଲିସ୍ତାନୀ ବିରୋଧରେ ପ୍ରମୁଖ ଚେହେରା ହେଉଛନ୍ତି ରବନୀତ ।

ଖବର ଅନୁସାରେ ରବନୀତ ସିଂ ବିଟ୍ଟୁଙ୍କୁ ଲୁଧିୟାନା ଆସନକୁ ଟିକଟ ମିଳିପାରେ । ଏହା ବ୍ୟତୀତ ସୁଶୀଲ କୁମାର ରିଙ୍କୁଙ୍କୁ ବିଜେପି ଟିକଟରେ ନିର୍ବାଚନ ଲଢିପାରନ୍ତି । ପଞ୍ଜାବରେ ବିଜେପି ଚଳିତ ଥର ଏକାକୀ ଲୋକସଭା ନିର୍ବାଚନ ଲଢୁଥିବା ବେଳେ ପୁରୁଣା ସହଯୋଗୀ ଅକାଳୀ ଦଳ ସହ ମେଣ୍ଟ ହୋଇନାହିଁ । ସେପଟେ ବିରୋଧୀ ମେଣ୍ଟରେ ଥିବା ଆପ୍ ମଧ୍ୟ ପଞ୍ଜାବରେ କଂଗ୍ରେସ ମେଣ୍ଟ ନ କରି ଏକାକୀ ଲଢ଼ୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.