ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବସପା ସୁପ୍ରିମୋ ମାୟାବତୀ ବି ଏନଡିଏ ସହ ମିଶି ଲଢିବେ ନିର୍ବାଚନ ? ଲୋକସଭା ନିର୍ବାଚନ ପୂର୍ବରୁ ଯୋଗୀଙ୍କ ମନ୍ତ୍ରୀ ବଢାଇଲେ ହଲଚଲ୍

ନୂଆଦିଲ୍ଲୀ,୪/୨ : ଲୋକସଭା ନିର୍ବାଚନ ୨୦୨୪କୁ ନେଇ ଉତ୍ତରପ୍ରଦେଶର ପ୍ରମୁଖ ପାର୍ଟି ପୁରା ପ୍ରସ୍ତୁତି ସହ ନର୍ବାଚନୀ ମୈଦାନରେ ଓହ୍ଲାଇବାକୁ ପ୍ରସ୍ତୁତ ଅଛନ୍ତି । ଏହା ମଧ୍ୟରେ ଯୋଗୀ ସରକାରଙ୍କ ମନ୍ତ୍ରୀ ଏବଂ ନିଷାଦ ପାର୍ଟି ପ୍ରମୁଖ ସଞ୍ଜୟ ନିଷାଦ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏକ ବଡ଼ ବୟାନ ଦେଇଛନ୍ତି । ଯେତେବେଳେ ତାଙ୍କୁ ପଚରାଗଲା କି ଲୋକସଭା ନିର୍ବାଚନକୁ ନେଇ ମାୟାବତୀଙ୍କୁ ଆପଣ ସାଙ୍ଗରେ ନେଉଛନ୍ତି ତ ସେ କହିଥିଲେ କି ଦେଖନ୍ତୁ ଆମର ନୀତିରେ ଯିଏ ସହମତ ହୋଇ ଆସିବେ ଆମେ ତାଙ୍କୁ ସ୍ବାଗତ କରିବୁ । ବହନ ଜୀ ଦଳିତ ଏବଂ ପଛୁଆ ଜାତିର ସ୍ବର ଉଠାଇଛନ୍ତି ।

ଏହାସହ କ୍ୟାବିନେଟ ମନ୍ତ୍ରୀ ସଞ୍ଜୟ ନିଷାଦ କହିଛନ୍ତି କି ଯେତେବେଳେ କାଶୀରାମ ଆସିଥିଲେ ତ ପ୍ରତ୍ୟେକ ଜାତି ଏବଂ ପ୍ରତ୍ୟେକ ଧର୍ମ ନେତୃତ୍ବ ରହିଥିଲା । ଆଜି ଯେଉଁ କାମ କାଶୀରାମଙ୍କ ଅଧୁରା ରହିଛି ତାକୁ ସିଏମ୍ ଯୋଗୀ ଏବଂ ପିଏମ୍ ମୋଦୀ ପୂରା କରୁଛନ୍ତି । ଯେତେବେଳେ ଆମେ ତାଙ୍କ ଲୋକଙ୍କ କାମକୁ ପୂରା କରୁଛୁ ତାଙ୍କର ଯେଉଁ ଅଧୁରା ସ୍ବପ୍ନ ରହିଛି ତ ସେମାନେ ବି ଆମ ସାଙ୍ଗରେ ସମୟ ଆସିଲେ ଆସିପାରନ୍ତି । ଏହା ବ୍ୟତୀତ ସେ ଏହା ବି କହିଛନ୍ତି କି ଜନତାଙ୍କ ସହ ଆମେ ଆଗକୁ ବଢୁଛୁ, ଆମେ ଜନତାଙ୍କୁ ବଢାଉଛୁ ଏଥିଲାଗି ଆଗକୁ ବଢୁଛୁ । ୭୦ବର୍ଷ ପରେ ରାମଙ୍କ ନାମ ପିଏମ୍ ମୋଦୀ ନେଲେ, ଏହା ପୂର୍ବରୁ କେହି ବି ନାଁ ନେଇନଥିଲେ । 

ପ୍ରକାଶ ଯେ, ମାୟାବତୀ ବସପା ନେତାଙ୍କ ସହ ବୈଠକ କରି ସ୍ପଷ୍ଟ କରି ଦେଇଥିଲେ କି ସେ ଲୋକସଭା ନିର୍ବାଚନ ଏକାକୀ ଲଢିବେ । ଲୋକସଭା ନିର୍ବାଚନ ୨୦୨୪ଲାଗି ୟୁପିରେ ସପା, କଂଗ୍ରେସ ଏବଂ ରାଲୋଦ ଆଇ.ଏନ.ଡି.ଆଇ.ଏ ଗଠବନ୍ଧନର ଭାଗିଦାରୀ ଅଟନ୍ତି । ସେହିଭଳି ଏନଡିଏରେ ବିଜେପି ସହ ଅପନା ଦଳ(ଏସ), ସୁଭାସପା ଏବଂ ନିଷାଦ ପାର୍ଟି ଅଛି । ଆଞ୍ଚଳିକ ଦଳ ୟୁପି ରାଜନୀତିରେ ବହୁ ଗୁରୁତ୍ବପୂର୍ଣ୍ଣ ଧରାଯାଏ ଏବଂ ଏହି ଦଳର ଭୋଟ ବ୍ୟାଙ୍କ୍ ବି ବହୁ ବିଶେଷ ହୋଇଥାଏ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.