ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କିଛି ସମୟ ପରେ ହେବ ଭୋଟ ଗଣତି; ବିଶ୍ବର ସର୍ବବୃହତ ଲୋକତନ୍ତ୍ରର ବିଚାର ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ,୦୪/୦୬: ଆଉ ମାତ୍ର କିଛି ସମୟର ଅପେକ୍ଷା। ଦେଶର ସର୍ବବୃହତ ଗଣତାନ୍ତ୍ରୀକ ରାଷ୍ଟ୍ରର ଆରମ୍ଭ ହେବ ଜନାଦେଶ ଗଣନା। ମଙ୍ଗଳବାର ଦିନ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ବିଧାନସଭା ନିର୍ବାଚନ ଫଳାଫଳ ମଧ୍ୟ ଘୋଷଣା କରାଯିବ ଏବଂ ଏହି ଜନାଦେଶରୁ ହିଁ ଖୋଲିବ ନୂଆ ରାଜ୍ୟ ପ୍ରଶାସନର ରାସ୍ତା। ପାଖାପାଖି ଦେଢ଼ ମାସର ନିର୍ବାଚନ ପରେ ଏବେ ସାରା ଦେଶ ଅପେକ୍ଷଳା କରିଛି ଏହାର ଫଳାଫଳକୁ; ଯେଉଁଥିରେ କୋଟି କୋଟି ଭାରତୀୟ ଦେଶର ଏହି ମହାନ ଗଣତାନ୍ତ୍ରୀକ ପର୍ବରେ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ। ବିନା କୌଣସି ପ୍ରତିବନ୍ଧକରେ ମତଗଣନା କରାଯିବା ପାଇଁ ଦେଶର ପ୍ରମୁଖ ଜିଲ୍ଲା ଓ ସହର ମାନଙ୍କରେ ସୁଦୃଢ଼ ସୁରକ୍ଷା ବ୍ୟବସ୍ଥା ସହିତ ମତଗଣନା କେନ୍ଦ୍ର କରାଯାଇଛି। 

ସକାଳ ୮ଟାରେ ଦୀର୍ଘଦିନର ନିର୍ବାଚନୀ ପ୍ରକ୍ରିୟାର ଅନ୍ତ ଘଟିବା ସହିତ ଲୋକସଭା ଓ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନର ମତଗଣନା ମଧ୍ୟ ଆରମ୍ଭ ହେବ। ତେବେ ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ଏନ୍‌ଡିଏ ସହିତ କଡ଼ା ଟକ୍କର ଦେବାକୁ ଯାଉଛି ଇଣ୍ଡି ମେଣ୍ଟ, ଯାହାକି ଅନେକ ଆଞ୍ଚଳିକ ଦଳ ସହିତ ମେଣ୍ଟ କରିଛି। ତେବେ ଚଳିତ ନିର୍ବାଚନରେ ଇଣ୍ଡି ମେଣ୍ଟ  ୨୯୫ ଆସନରେ ବିଜୟ ହାସଲ କରିବା ନେଇ ଦୃଢ଼ୋକ୍ତି ରଖିଥିବା ବେଳେ ସେପଟେ ଏନ୍‌ଡିଏ ଏଥର ୪୦୦ ପାର୍‌ କରିବ ବୋଲି କହିଛି। 

ଅଧିକାଂଶ ନିର୍ବାଚନ ସର୍ଭେ ଅର୍ଥାତ୍‌ ଏକ୍‌ଜିଟ ପୋଲ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ କ୍ଷମତାକୁ ଫେରିବେ ବୋଲି ପୂର୍ବାନୁମାନ କରିଥିବା ବେଳେ ଏନ୍‌ଆଇ ରିପୋର୍ଟ ଅନୁଯାୟୀ ଆସନ୍ତା ସପ୍ତାହ ଶେଷ ବେଳକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ସୁରକ୍ଷା ସେବା ପୂର୍ବରୁ ପ୍ରସ୍ତୁତି ଚଳାଇଛି। ଅପରପକ୍ଷେ, ଇଣ୍ଡି ମେଣ୍ଟର ନେତାମାନେ ନିର୍ବାଚନ ଆୟୋଗଙ୍କୁ ଇଭିଏମ୍ ଫଳାଫଳ ଘୋଷଣା ପୂର୍ବରୁ ପୋଷ୍ଟାଲ ବାଲାଟ୍ ଗଣନା କରାଯାଇ ଫଳାଫଳ ପ୍ରକାଶ କରିବାକୁ ଚାପ ପକାଇଛନ୍ତି। ବିରୋଧୀ ଦଳ ସର୍ବସମ୍ମତି କ୍ରମେ ଏକଜିଟ୍ ପୋଲ୍ ପୂର୍ବାନୁମାନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ମତଦାନ ପ୍ରକ୍ରିୟାକୁ ପ୍ରଭାବିତ କରିଥିବା ଅଭିଯୋଗ କରିଛନ୍ତି। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.